ଟେକ୍

ସ୍ମାର୍ଟଫୋନ୍‌ ବ୍ୟାଟେରୀକୁ ଜଲଦି ଖରାପ କରୁଛି ଆପଣଙ୍କର ଏହି ଅଭ୍ୟାସ, ତୁରନ୍ତ ବଦଳାନ୍ତୁ ଏହି ସେଟିଙ୍ଗ୍‌

ସମୟ ବଦଳଳୁଛି ତାସହିତ ସ୍ମାର୍ଟଫୋନ୍‌ ଟେକ୍ନୋଳୋଜି ବି ବହୁତ ଅଧିକ ଆଡଭାନ୍ସ ହୋଇ ହୋଇ ଚାଲିଛି । ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଫୋନ୍‌ ସହିତ ତାର ବ୍ୟାଟେରୀକୁ ନେଇ ମଧ୍ୟ କାମ କରୁଛି । ସମୟ ସହିତ ଫୋନ୍‌ ଯେତେ ସ୍ମାର୍ଟ ହେଉଛି ତାସହିତ ଅଧିକ ଫିଚର୍ସ କାରଣରୁ ବ୍ୟାଟେରୀ ଉପରେ ମଧ୍ୟ ପ୍ରଭାବ ପଡୁଛି । ଏମିତି ପରିସ୍ଥିତିରେ ବ୍ୟାଟେରୀକୁ ମଜବୁତ କରିବା ଏବଂ ଏହାର ଲାଇଫକୁ ବଢ଼ାଇବା ବହୁତ ଅଧିକ ଜରୁରୀ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ସେହି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଆଣ୍ଡ୍ରଏଡ ଡିଭାଇସର ବ୍ୟାଟେରୀକୁ ଅଧିକ ବ୍ୟବହାର କରିପାରିବେ । ଆପଣ ନିଜର ସ୍ମାର୍ଟଫୋନ ବ୍ୟାଟେରୀ ଲାଇଫକୁ ବଢ଼ାଇବା ଏବଂ ଚାର୍ଜିଙ୍ଗକୁ ଲମ୍ବା ସମୟ ପର୍ଯ୍ୟନ୍ତ ଚଲାଇବା ପାଇଁ କିଛି ତରିକାକୁ ପାଳନ କରିପାରିବେ । ତେବେ କହିବାକୁ ରଖିବାକୁ ଚାହିଁବୁ ଯେ ଆପଣଙ୍କ ଫୋନର ବ୍ୟାଟେରୀ ଲାଇଫ୍‌ ଆପଣଙ୍କ ସ୍ମାର୍ଟଫୋନ୍‌ ଟାଇପ୍‌ ଉପରେ ନିର୍ଭର କରିଥାଏ । ଏଥିପାଇଁ ନିଜ ସ୍ମାର୍ଟଫୋନ୍‌ ମ୍ୟାନୁଫ୍ୟାକ୍ଚର ହେଲ୍ପ ସାଇଟକୁ ଯାଇ ନିଜ ସ୍ମାର୍ଟଫୋନ୍‌ ପାଇଁ ସାହାଯ୍ୟ ପାଇପାରିବେ ।

ଏହା ଉପରେ ଦିଅନ୍ତୁ ଧ୍ୟାନ
  • ସବୁବେଳେ ନିଜ ସ୍ମାର୍ଟଫୋନ୍‌ ସହିତ ଆସୁଥିବା ପାଓ୍ଵାର ଆଡପଟରର ହିଁ ବ୍ୟବହାର କରିବା ଉଚିତ ।
  • ସବୁବେଳେ ବ୍ୟାଟେରୀକୁ ଫୁଲ୍‌ ଚାର୍ଜରେ ରଖିବା ଉଚିତ ଅର୍ଥାତ୍‌ ହିଟ୍‌ ହେବାକୁ ଆଦୌ ଦିଅନ୍ତୁ ନାହିଁ ।
  • ବ୍ୟାଟେରୀକୁ ଆବଶ୍ୟକରୁ ଅଧିକ କିମ୍ବା କମ୍‌ ଚାର୍ଜ କରନ୍ତୁନାହିଁ ।
ବ୍ୟାଟେରୀକୁ ଅଧିକ ସମୟ ପର୍ଯ୍ୟନ୍ତ କେମିତି ଚଲାଇବେ ଜାଣନ୍ତୁ :
  1. ବ୍ୟାଟେରୀ ସେଭର ଏବଂ ଲୋ ପାଓ୍ଵାର ମୋଡକୁ ଚାଲୁ ରଖନ୍ତୁ ।
  2. ସେହି ଜିନିଷର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ, ଯାହାଦ୍ୱାରା ସ୍କ୍ରିନ୍‌ ଅନ୍‌ ରହୁଛି ।
  3. ଫୋନକୁ ଲଗାତର ଇଣ୍ଟରନେଟ କନେକ୍ଟ କରି ରଖନ୍ତୁ ନାହିଁ ।
  4. ବହୁତ ଅଧିକ ସୂଚନା ସମ୍ବନ୍ଧୀୟ ଜିନିଷ ଠାରୁ ଦୂରେଇ ରୁହନ୍ତୁ ।
  5. କନେକ୍ଟିଭିଟୀ ଏବଂ ଲୋକେସନକୁ ଲିମିଟେଡ ରଖନ୍ତୁ ।
  6. ଆପଣ ଯଦି ସ୍ମାର୍ଟ ଫୋନ୍କୁ ଭାଇବ୍ରେସନ ମୋଡରେ ରଖୁଛନ୍ତି, ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ରିଙ୍ଗଟୋନ ମୋଡ ତୁଳନାରେ ଭାଇବ୍ରେସନ ମୋଡରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ ।
  7. ରଂଗ ବେରଙ୍ଗ ଓ୍ଵାଲପେପର ରଖିବା ଦ୍ୱାରା ମଧ୍ୟ ବ୍ୟାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ଫୋନରେ ୩ଡି ବା ଲାଇଭ ଓ୍ଵାଲପେପର ଲଗାଉଛନ୍ତି,ତେବେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ କଳା ଧଳା ଓ୍ଵାଲପେପର ରଖନ୍ତୁ ।
  8. ଇମେଲ , ଟ୍ଵିଟର, ହ୍ଵାଟ୍ସଆପ୍ ଆଦି ଅଟୋ ସିଙ୍କ ସପୋର୍ଟ କରୁଛି,ତେବେ ଲାଟେଷ୍ଟ ଅପଡେଟ ବ୍ୟାକ୍ ଗ୍ରାଉଣ୍ଡରେ ଚାଲିଥାଏ । ଫଳରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ ସେଟିଂରେ ଏହାକୁ ପରିବର୍ତ୍ତନ କରନ୍ତୁ ।
  9. ଆବଶ୍ୟକ ନଥିଲେ ଓ୍ଵାଇଫାଇ, ବ୍ଲୁଟୁଥ, ମୋବାଇଲ ଡାଟା ଅନ କରି ରଖନ୍ତୁ ନାହିଁ । ଏହା ବ୍ୟାଟେରୀ ଶୀଘ୍ର ନଷ୍ଟ କରିଥାଏ ।
  10. ଯେଉଁ ମୋବାଇଲ ଆପ୍ ବ୍ୟବହାର କରିସାରିଛନ୍ତି ତା’ର ଆବଶ୍ୟକ ନାହିଁ, ତେବେ ଏହାକୁ ହଟାଇ ଦିଅନ୍ତୁ । ଅଯଥାରେ କୌଣସି ଏପ୍ଲିକେସନକୁ ଲୋକେସନ ଆକ୍ସିସ ଦିଅନ୍ତୁ ନାହିଁ ।
  11. ମୋବାଇଲ ଫୋନର ବ୍ରାଇଟନେସକୁ ଅଟୋ ମୋଡରେ ରଖନ୍ତୁ । ଏହାଦ୍ୱାରା ବ୍ୟାଟେରୀ ଖର୍ଚ୍ଚ ଅଧିକ ହେବ ନାହିଁ ।
  12. ମୋବାଇଲ ଫୋନକୁ ବାରମ୍ବାର ମଧ୍ୟ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଥାଏ । ସେତେବେଳେ ଚାର୍ଜ କରନ୍ତୁ ଯେବେ ବ୍ୟାଟେରୀ ଅତି କମ ହୋଇଯାଏ । ୫୦ କିମ୍ବା ୬୦ % ଥିଲେ ମଧ୍ୟ ବେଳେ ବେଳେ ଆମେ ଚାର୍ଜ ଲଗାଇ ରଖିଥାଉ । ଏମିତି କରନ୍ତୁ ନାହିଁ ।
ବ୍ୟାଟେରୀ ସମସ୍ୟାକୁ ଦୂର କରନ୍ତୁ
  • ନିଜ ସ୍ମାର୍ଟଫୋନକୁ ରିଷ୍ଟାର୍ଟ ବା ରିବୁଟ କରନ୍ତୁ ।
  • ଆଣ୍ଡ୍ରଏଡ୍‌ ଅପଡେଟ୍ସ ପାଇଁ ଚେକ୍‌ କରନ୍ତୁ ।
  • ଆପ୍‌ ଅପଡେଟ୍ସକୁ ଚେକ କରନ୍ତୁ ।
  • ଫ୍ୟାକ୍ଟରୀ ସେଟିଙ୍ଗ୍ସକୁ ରିସେଟ୍‌ କରନ୍ତୁ ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

35 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago