ସ୍ମାର୍ଟଫୋନ୍ ବ୍ୟାଟେରୀକୁ ଜଲଦି ଖରାପ କରୁଛି ଆପଣଙ୍କର ଏହି ଅଭ୍ୟାସ, ତୁରନ୍ତ ବଦଳାନ୍ତୁ ଏହି ସେଟିଙ୍ଗ୍
ଚାର୍ଜ ବସାଇବା ସମୟରେ ଏହି କଥା ପାଳୁଛନ୍ତି ତ ? ଦିନେ କି ଦୁଇ ଦିନ ନୁହେଁ ଲମ୍ବା ଚାଲିବ ବ୍ୟାଟେରୀ, ଯଦି ଫଲୋ କରିବେ ଏହି ଟିପ୍ସ
ସମୟ ବଦଳଳୁଛି ତାସହିତ ସ୍ମାର୍ଟଫୋନ୍ ଟେକ୍ନୋଳୋଜି ବି ବହୁତ ଅଧିକ ଆଡଭାନ୍ସ ହୋଇ ହୋଇ ଚାଲିଛି । ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନୀ ଫୋନ୍ ସହିତ ତାର ବ୍ୟାଟେରୀକୁ ନେଇ ମଧ୍ୟ କାମ କରୁଛି । ସମୟ ସହିତ ଫୋନ୍ ଯେତେ ସ୍ମାର୍ଟ ହେଉଛି ତାସହିତ ଅଧିକ ଫିଚର୍ସ କାରଣରୁ ବ୍ୟାଟେରୀ ଉପରେ ମଧ୍ୟ ପ୍ରଭାବ ପଡୁଛି । ଏମିତି ପରିସ୍ଥିତିରେ ବ୍ୟାଟେରୀକୁ ମଜବୁତ କରିବା ଏବଂ ଏହାର ଲାଇଫକୁ ବଢ଼ାଇବା ବହୁତ ଅଧିକ ଜରୁରୀ ହୋଇଥାଏ ।
ଆଜି ଆମେ ଆପଣଙ୍କୁ ସେହି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଆଣ୍ଡ୍ରଏଡ ଡିଭାଇସର ବ୍ୟାଟେରୀକୁ ଅଧିକ ବ୍ୟବହାର କରିପାରିବେ । ଆପଣ ନିଜର ସ୍ମାର୍ଟଫୋନ ବ୍ୟାଟେରୀ ଲାଇଫକୁ ବଢ଼ାଇବା ଏବଂ ଚାର୍ଜିଙ୍ଗକୁ ଲମ୍ବା ସମୟ ପର୍ଯ୍ୟନ୍ତ ଚଲାଇବା ପାଇଁ କିଛି ତରିକାକୁ ପାଳନ କରିପାରିବେ । ତେବେ କହିବାକୁ ରଖିବାକୁ ଚାହିଁବୁ ଯେ ଆପଣଙ୍କ ଫୋନର ବ୍ୟାଟେରୀ ଲାଇଫ୍ ଆପଣଙ୍କ ସ୍ମାର୍ଟଫୋନ୍ ଟାଇପ୍ ଉପରେ ନିର୍ଭର କରିଥାଏ । ଏଥିପାଇଁ ନିଜ ସ୍ମାର୍ଟଫୋନ୍ ମ୍ୟାନୁଫ୍ୟାକ୍ଚର ହେଲ୍ପ ସାଇଟକୁ ଯାଇ ନିଜ ସ୍ମାର୍ଟଫୋନ୍ ପାଇଁ ସାହାଯ୍ୟ ପାଇପାରିବେ ।
ଏହା ଉପରେ ଦିଅନ୍ତୁ ଧ୍ୟାନ
- ସବୁବେଳେ ନିଜ ସ୍ମାର୍ଟଫୋନ୍ ସହିତ ଆସୁଥିବା ପାଓ୍ଵାର ଆଡପଟରର ହିଁ ବ୍ୟବହାର କରିବା ଉଚିତ ।
- ସବୁବେଳେ ବ୍ୟାଟେରୀକୁ ଫୁଲ୍ ଚାର୍ଜରେ ରଖିବା ଉଚିତ ଅର୍ଥାତ୍ ହିଟ୍ ହେବାକୁ ଆଦୌ ଦିଅନ୍ତୁ ନାହିଁ ।
- ବ୍ୟାଟେରୀକୁ ଆବଶ୍ୟକରୁ ଅଧିକ କିମ୍ବା କମ୍ ଚାର୍ଜ କରନ୍ତୁନାହିଁ ।
ବ୍ୟାଟେରୀକୁ ଅଧିକ ସମୟ ପର୍ଯ୍ୟନ୍ତ କେମିତି ଚଲାଇବେ ଜାଣନ୍ତୁ :
- ବ୍ୟାଟେରୀ ସେଭର ଏବଂ ଲୋ ପାଓ୍ଵାର ମୋଡକୁ ଚାଲୁ ରଖନ୍ତୁ ।
- ସେହି ଜିନିଷର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ, ଯାହାଦ୍ୱାରା ସ୍କ୍ରିନ୍ ଅନ୍ ରହୁଛି ।
- ଫୋନକୁ ଲଗାତର ଇଣ୍ଟରନେଟ କନେକ୍ଟ କରି ରଖନ୍ତୁ ନାହିଁ ।
- ବହୁତ ଅଧିକ ସୂଚନା ସମ୍ବନ୍ଧୀୟ ଜିନିଷ ଠାରୁ ଦୂରେଇ ରୁହନ୍ତୁ ।
- କନେକ୍ଟିଭିଟୀ ଏବଂ ଲୋକେସନକୁ ଲିମିଟେଡ ରଖନ୍ତୁ ।
- ଆପଣ ଯଦି ସ୍ମାର୍ଟ ଫୋନ୍କୁ ଭାଇବ୍ରେସନ ମୋଡରେ ରଖୁଛନ୍ତି, ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ରିଙ୍ଗଟୋନ ମୋଡ ତୁଳନାରେ ଭାଇବ୍ରେସନ ମୋଡରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ ।
- ରଂଗ ବେରଙ୍ଗ ଓ୍ଵାଲପେପର ରଖିବା ଦ୍ୱାରା ମଧ୍ୟ ବ୍ୟାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ଫୋନରେ ୩ଡି ବା ଲାଇଭ ଓ୍ଵାଲପେପର ଲଗାଉଛନ୍ତି,ତେବେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ କଳା ଧଳା ଓ୍ଵାଲପେପର ରଖନ୍ତୁ ।
- ଇମେଲ , ଟ୍ଵିଟର, ହ୍ଵାଟ୍ସଆପ୍ ଆଦି ଅଟୋ ସିଙ୍କ ସପୋର୍ଟ କରୁଛି,ତେବେ ଲାଟେଷ୍ଟ ଅପଡେଟ ବ୍ୟାକ୍ ଗ୍ରାଉଣ୍ଡରେ ଚାଲିଥାଏ । ଫଳରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ ସେଟିଂରେ ଏହାକୁ ପରିବର୍ତ୍ତନ କରନ୍ତୁ ।
- ଆବଶ୍ୟକ ନଥିଲେ ଓ୍ଵାଇଫାଇ, ବ୍ଲୁଟୁଥ, ମୋବାଇଲ ଡାଟା ଅନ କରି ରଖନ୍ତୁ ନାହିଁ । ଏହା ବ୍ୟାଟେରୀ ଶୀଘ୍ର ନଷ୍ଟ କରିଥାଏ ।
- ଯେଉଁ ମୋବାଇଲ ଆପ୍ ବ୍ୟବହାର କରିସାରିଛନ୍ତି ତା’ର ଆବଶ୍ୟକ ନାହିଁ, ତେବେ ଏହାକୁ ହଟାଇ ଦିଅନ୍ତୁ । ଅଯଥାରେ କୌଣସି ଏପ୍ଲିକେସନକୁ ଲୋକେସନ ଆକ୍ସିସ ଦିଅନ୍ତୁ ନାହିଁ ।
- ମୋବାଇଲ ଫୋନର ବ୍ରାଇଟନେସକୁ ଅଟୋ ମୋଡରେ ରଖନ୍ତୁ । ଏହାଦ୍ୱାରା ବ୍ୟାଟେରୀ ଖର୍ଚ୍ଚ ଅଧିକ ହେବ ନାହିଁ ।
- ମୋବାଇଲ ଫୋନକୁ ବାରମ୍ବାର ମଧ୍ୟ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଥାଏ । ସେତେବେଳେ ଚାର୍ଜ କରନ୍ତୁ ଯେବେ ବ୍ୟାଟେରୀ ଅତି କମ ହୋଇଯାଏ । ୫୦ କିମ୍ବା ୬୦ % ଥିଲେ ମଧ୍ୟ ବେଳେ ବେଳେ ଆମେ ଚାର୍ଜ ଲଗାଇ ରଖିଥାଉ । ଏମିତି କରନ୍ତୁ ନାହିଁ ।
ବ୍ୟାଟେରୀ ସମସ୍ୟାକୁ ଦୂର କରନ୍ତୁ
- ନିଜ ସ୍ମାର୍ଟଫୋନକୁ ରିଷ୍ଟାର୍ଟ ବା ରିବୁଟ କରନ୍ତୁ ।
- ଆଣ୍ଡ୍ରଏଡ୍ ଅପଡେଟ୍ସ ପାଇଁ ଚେକ୍ କରନ୍ତୁ ।
- ଆପ୍ ଅପଡେଟ୍ସକୁ ଚେକ କରନ୍ତୁ ।
- ଫ୍ୟାକ୍ଟରୀ ସେଟିଙ୍ଗ୍ସକୁ ରିସେଟ୍ କରନ୍ତୁ ।