ଟେକ୍

୧୫ ଦିନ ପାଇଁ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ମାଗଣା ଦେଉଛି Jio; ଦୀପାବଳି ଅବସରରେ ଆସିଲା ଖାସ୍‌ JioFiber ଅଫର୍‌

ଟେଲିକମ୍ ଏବଂ ବ୍ରଡବ୍ୟାଣ୍ଡ କମ୍ପାନୀ ‘ରିଲାଏନ୍ସ ଜିଓ’ ତରଫରୁ ଫେଷ୍ଟିଭ୍‌ ସିଜନରେ ଖାସ୍‌ ‘JioFiber Double Festival Bonanza’ ଅଫର୍‌ ଦିଆଯାଉଛି। ଏହି ଲିମିଟେଡ୍‌ ଟାଇମ୍‌ ଅଫର୍ ଅଧୀନରେ JioFiber ଗ୍ରାହକମାନଙ୍କୁ ବଛା ବଛା ପ୍ଲାନରୁ ରିଚାର୍ଜ କରାଇ ୧୫ ଦିନ ପାଇଁ ମାଗଣା ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ଦିଆଯିବ। ଏଥି ସହିତ ଭାଉଚର୍ ସହ ୧୦୦% ମୂଲ୍ୟ ମଧ୍ୟ ଫେରସ୍ତ କରାଯିବ।

କମ୍ପାନୀ କହିଛି ଯେ ନୂଆ ଅଫରର ଫାଇଦା କେବଳ ସେହି ୟୁଜର ମାନଙ୍କୁ ହିଁ ମିଳିବ, ଯେଉଁମାନେ ଅକ୍ଟୋବର ୧୮ରୁ ୨୮ ମଧ୍ୟରେ JioFiberର ନୂଆ ସଂଯୋଗ ନେବେ। ଏହି ସବ୍ସକ୍ରାଇବର୍ସଙ୍କୁ ୫୯୯ ଟଙ୍କା କିମ୍ବା ୮୯୯ ଟଙ୍କା ମୂଲ୍ୟର ପ୍ଲାନ ସହିତ ୬ ମାସର ରିଚାର୍ଜ କରାଇବାକୁ ପଡିବ। ଏହାପରେ ୧୫ ଦିନ ମାଗଣା ଇଣ୍ଟରନେଟ୍ ସେବା ସହିତ ଅନ୍ୟାନ୍ୟ ସୁବିଧା ଦିଆଯିବ।

ଡବଲ୍ ଫେଷ୍ଟିଭାଲ୍ ବୋନଞ୍ଜା ଅଫରରେ ନୂଆ JioFiber ସଂଯୋଗ ନେଉଥିବା ଗ୍ରାହକ ମାନଙ୍କୁ ୬ ମାସ ପାଇଁ ୫୯୯ ଟଙ୍କା କିମ୍ବା ୮୯୯ ଟଙ୍କା ପ୍ଲାନରୁ ରିଚାର୍ଜ କରିବାକୁ ପଡିବ। ଏମିତି କରିବା ଦ୍ୱାରା ସେମାନଙ୍କୁ ଦୁଇ ଅତିରିକ୍ତ ଫାଇଦା ମିଳିବ। ପ୍ରଥମତଃ ସେମାନଙ୍କୁ ୧୫ ଦିନ ପାଇଁ ଅତିରିକ୍ତ ହାଇ ସ୍ପିଡ୍ ଇଣ୍ଟରନେଟ୍ ମିଳିବ ଏବଂ ଦ୍ୱିତୀୟରେ ୧୦୦ ପ୍ରତିଶତ ଭାଲ୍ୟୁବ୍ୟାକ୍‌ ମଧ୍ୟ ଦିଆଯିବ।

ଯଦି ଆପଣ ୫୯୯ ଟଙ୍କା ପ୍ଲାନ ନେଉଛନ୍ତି, ତ ଜିଏସ୍‌ଟି ମିଶାଇ ୬ ମାସ ପାଇଁ ମୋଟ ୪,୨୪୧ ଟଙ୍କା ଦେବାକୁ ପଡିବ। ଏହାର ପ୍ରତି ବଦଳରେ ୪,୫୦୦ ଟଙ୍କାର ଭାଉଚର ଦିଆଯିବ। ସେହିପରି ଦ୍ୱିତୀୟରେ ୮୯୯ ଟଙ୍କା ଯୋଜନା ସହିତ ୬ ମାସ ପାଇଁ ଜିଏସ୍‌ଟି ମିଶାଇ ମୋଟ ୬,୩୬୫ ଟଙ୍କା ଦେବାକୁ ହେବ। ଏହାର ପ୍ରତି ବଦଳରେ ୬,୫୦୦ ଟଙ୍କା ମୂଲ୍ୟର ଭାଉଚର ମିଳିବ। ଏହି ଦୁଇଟି ପ୍ଲାନ ୬ ମାସ ପରେ ୧୫ ଦିନ ଅତିରିକ୍ତ ହାଇ ସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବ।

ଯଦି ଆପଣ ଏକ ସାଥୀରେ ୬ ମାସ ଦେୟ ଦେବାକୁ ଚାହୁଁ ନାହାନ୍ତି, ତା’ ହେଲେ ୮୯୯ ଟଙ୍କା ବାଲା ପ୍ଲାନ ୩ ମାସ ପାଇଁ ନେଇ ପାରିବେ ଏବଂ ଆପଣଙ୍କୁ ଜିଏସ୍‌ଟି ମିଶାଇ ୨,୬୯୭ ଟଙ୍କା ଦେବାକୁ ପଡିବ। ଏହା ପ୍ରତି ବଦଳରେ ୩,୫୦୦ ଟଙ୍କା ମୂଲ୍ୟର ଭାଉଚର ମିଳିଯିବ। ୧୦୦୦ ଟଙ୍କାର AJIO ଏବଂ ୫୦୦ ଟଙ୍କାର ରିଲାଏନ୍ସ ଡିଜିଟାଲ୍ ଭାଉଚର୍ ସହିତ ୫୦୦ ଟଙ୍କାର NetMeds ଏବଂ ୧,୫୦୦ ଟଙ୍କା ମୂଲ୍ୟର IXIGO ଭାଉଚର୍ ବି ସାମିଲ କରାଯିବ। ଯଦିଓ ୩ ମାସର ରିଚାର୍ଜ କରାଇବା ଉପରେ ୧୫ ଦିନ ପାଇଁ ଅତିରିକ୍ତ ଇଣ୍ଟରନେଟ୍ ମିଳିବ ନାହିଁ।

କହି ରଖୁଛୁ, ଏହି ପ୍ଲାନ ଗୁଡ଼ିକ ମଧ୍ୟରୁ ଯଦି ଆପଣ କୌଣସି ପ୍ଲାନକୁ ଚୟନ କରୁଛନ୍ତି, ତ କମ୍ପାନୀ ତରଫରୁ ପାଖାପାଖି ୬,୦୦୦ ଟଙ୍କାର 4K JioFiber ସେଟ୍-ଟପ୍ ବକ୍ସ ବିନା କୌଣସି ଅତିରିକ୍ତ ମୂଲ୍ୟରେ ମାଗଣା ପ୍ରଦାନ କରାଯିବ।

Roshni

Recent Posts

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

51 seconds ago

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

16 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

17 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

27 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

38 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

53 mins ago