Categories: ଟେକ୍

Oppo ଖୁବ୍‌ଶୀଘ୍ର ଲଞ୍ଚ୍‌ କରିବ ବିନା ବଟନ୍‌ର ସ୍ମାର୍ଟଫୋନ୍‌, ଡିସ୍‌ପ୍ଲେ ଭିତରେ ରହିବ ସ୍ପୀକର!

ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘Oppo’ ଖୁବ୍‌ଶୀଘ୍ର ଖାସ୍‌ ସ୍ମାର୍ଟଫୋନ୍‌ ବିଶ୍ୱସ୍ତରରେ ଲଞ୍ଚ୍‌ କରିବ, ଯେଉଁଥିରେ ୟୁଜରମାନଙ୍କୁ ଗୋଟିଏ ବି ଫିଜିକାଲ୍‌ ବଟନ୍‌ ମିଳିବନାହିଁ। ଏହା ପୂର୍ବରୁ ଚୀନ୍‌ର ଟେକ୍‌ କମ୍ପାନୀ ‘ମୀଜୁ’ ବିନା ବଟନର ଡିଭାଇସ୍‌କୁ ଶୋକେସ୍‌ କରିଥିଲା। ତେବେ Oppoର ଏହି ଫୋନ୍‌କୁ ଇନୋଭେଶନ ଡେ’ ୨୦୧୯ ଇଭେଣ୍ଟ୍‌ରେ ପ୍ରଦର୍ଶନ କରାଯାଇଥିଲା। ସେଠି Oppoର ଏହି ପ୍ରୋଟୋଟାଇପ୍‌ର କିଛି ରିପୋର୍ଟ ଲିକ୍‌ ହୋଇଥିଲା। କମ୍ପାନୀ ଏ ପଯ୍ୟର୍ନ୍ତ ଏହି ଫୋନ୍‌ର ଲଞ୍ଚିଙ୍ଗ୍‌, ନାମ ଏବଂ ସ୍ପେସିଫିକେଶନ ବିଷୟରେ କୌଣସି ତଥ୍ୟ ଶେୟାର କରିନି।

ଡିସ୍‌ପ୍ଲେ ଭିତରେ ରହିବ କ୍ୟାମେରା

ଲିକ୍‌ ହୋଇଥିବା ରିପୋର୍ଟ ମୁତାବକ, Oppo ଏହି ଫୋନ୍‌ରେ କୌଣସି ଫିଜିକାଲ୍‌ ବଟନ୍‌ ଦେବନାହିଁ। ଏହାସହିତ Oppoର ଆଗାମୀ ଫୋନ୍‌ର ଡିସ୍‌ପ୍ଲେରେ ଫ୍ଲଣ୍ଟ୍‌ କ୍ୟାମେରା ମହଜୁଦ୍‌ ରହିବ। ବର୍ତ୍ତମାନ ଏହାର ପ୍ରୋସେସର ଏବଂ ସ୍କ୍ରୀନ୍‌ ସାଇଜ୍‌ ବିଷୟରେ ତଥ୍ୟ ମିଳିନାହିଁ।

ଡିସ୍‌ପ୍ଲେ ଭିତରେ ସ୍ପୀକର

କମ୍ପାନୀ ଏହି ଫୋନ୍‌ର ଡିସ୍‌ପ୍ଲେ ତଳେ ସ୍ପୀକରର ସପୋର୍ଟ ଦେବ। ଏହି ଟେକ୍ନୋଲୋଜିକୁ ପ୍ରଥମେ ନେକ୍ସ ସିରିଜ୍‌ରେ ଦେଖାଯାଇଥିଲା। ଏହାଛଡ଼ା ୟୁଜର୍ସଙ୍କୁ ଏହି ଡିଭାଇସ୍‌ରେ େଓ୍ଵରଲେସ୍‌ ଚାର୍ଜିଂ ମିଳିପାରିବ।

ଖୁବ୍‌ଶୀଘ୍ର ମାର୍କେଟକୁ ଆସିବ Oppo Reno3 Pro

ଆପଣଙ୍କୁ କହି ରଖୁଛୁ କି, Oppo ଏହି ଫୋନ୍‌ ଲଞ୍ଚ୍‌ କରିବା ପୂର୍ବରୁ Oppo Reno3 Proକୁ ବଜାର ପ୍ରବେଶ କରାଇପାରେ। ଏହି ଫୋନ୍‌ରେ ୪୮ ମେଗାପିକ୍ସଲର ପ୍ରାଇମେରୀ ଲେନ୍ସ, ୧୩ ମେଗାପିକ୍ସଲର ସେନ୍ସର ଏବଂ ୨ ମେଗାପିକ୍ସଲର ସେନ୍ସର ଦିଆଯାଇପାରେ। କେବଳ ଏତିକି ନୁହେଁ, ବଢ଼ିଆ ପରଫର୍ମାନ୍ସ ପାଇଁ ୧୨ ଜିବି ରାମ୍‌ ସହ Snapdragon 760 5Gର ସପୋର୍ଟ ଦେବ। କମ୍ପାନୀ ଏହି ଡିଭାଇସ୍‌ରେ ୬.୫ ଇଞ୍ଚ୍‌ର ଏଚ୍‌ଡି ପଞ୍ଚ୍‌ହୋଲ୍‌ ଡିସ୍‌ପ୍ଲେ ଦେଇପାରେ, ଯାହାର 90 Hz ରିଫ୍ରେଶ୍‌ ରେଟ୍‌ ହେବ।

Oppo Reno3 Proର ବ୍ୟାଟେରୀ

Oppo ଏହି ଫୋନ୍‌ରେ ୪,୦୨୫ ଏମ୍‌ଏଏଚ୍‌ର ବ୍ୟାଟେରୀର ସପୋର୍ଟ ଦେଇପାରେ। ଡିଭାଇସ୍‌ରେ ଡୁଆଲ୍‌ ବ୍ୟାଣ୍ଡ ୫ଜିର ସପୋର୍ଟ ମିଳିବ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

4 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

6 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

7 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

8 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

9 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

9 hours ago