Categories: ଟେକ୍

ବ୍ଲାଇଣ୍ଡ ଅର୍ଡର ସେଲରେ ୧୦୦୦ ଟଙ୍କା ଦେଇ ଆଡଭାନ୍ସ ବୁକ୍ କରନ୍ତୁ Realme X2 Pro, ସେଲ ପୂର୍ବରୁ ହିଁ ଆପଣଙ୍କ ହାତରେ ଥିବ ଏହି ଦମଦାର୍ ଫୋନ୍

ଆସନ୍ତା ନଭେମ୍ବର ୨୦ରେ ଭାରତରେ ଲଞ୍ଚ ହେବ Realme X2 Pro ସ୍ମାର୍ଟଫୋନ। ଏହି ପ୍ରିମିୟମ ସ୍ମାର୍ଟଫୋନ ଳଞ୍ଚ ହେବା ପୂର୍ବରୁ ହିଁ ବ୍ଲାଇଣ୍ଡ ସେଲର ଆୟୋଜନ କରାଯିବ। ବ୍ଲାଇଣ୍ଡ ସେଲ୍ ୧୮ ନଭେମ୍ବରରେ ଆୟୋଜିତ କରାଯିବ। Realme X2 Pro ସହିତ କମ୍ପାନୀ ୨୦ ନଭେମ୍ବରରେ Realme 5sକୁ ମଧ୍ୟ ଲଞ୍ଚ କରିବ। ଏହି ଦୁଇ ସ୍ମାର୍ଟଫୋନର ଟିଜର ଇ-କମର୍ସ ୱେବସାଇଟ ଫ୍ଳିପକାର୍ଟରେ ଆସିସାରିଛି। ଏହି ଦୁଇ ସ୍ମାର୍ଟଫୋନର ଆହୁରି ଅନେକ ଫିଚର୍ସ ସୋସିଆଲ ମିଡିଆ ଜରୀଆରେ ଟିଜ୍ କରାଯାଇଛି। ଏହି Realme X2 Pro ଫୋନ କମ୍ପାନୀର ପ୍ରଥମ ଫ୍ଲାଗସିପ ସ୍ମାର୍ଟଫୋନ ଏବଂ ଏଥିରେ କ୍ବାଲକମ୍ ସ୍ନାପଡ୍ରାଗନ୍ ୮୫୫ ପ୍ଲସ୍ ଚିପସିଟ୍ ପ୍ରୋସେସର ସହିତ ଲଞ୍ଚ କରାଯିବ। ଏହାଛଡା ଏଥିରେ ୬୪ ମେଗାପିକ୍ସେଲ ପ୍ରାଇମେରୀ ସେନସର ସହିତ କ୍ବାଡ୍ ରିୟର କ୍ୟାମେରା ଦିଆଯାଇଛି।

ବ୍ଲାଇଣ୍ଡ ଅର୍ଡର କରୁଥିବା ଗ୍ରାହକଙ୍କୁ ଲଞ୍ଚ ହେବାର ପ୍ରଥମ ସେଲ୍ ପୂର୍ବରୁ Realme X2 Pro ଯୋଗାଇ ଦିଆଯିବ। କମ୍ପାନୀ ଏଥିପାଇଁ ଏକ ଲିମିଟ୍ ରଖିଛି, ଯେଉଁଥିରେ କେବଳ ୮୫୫ ୟୁଜର୍ସଙ୍କୁ ହିଁ ଏହି ସ୍ମାର୍ଟଫୋନକୁ ଲଞ୍ଚ ପୂର୍ବରୁ ଦେବ। ଏଥିପାଇଁ ଯେଉଁମାନେ Realme X2 Proକୁ ବ୍ଲାଇଣ୍ଡ ଅର୍ଡର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ୧୦୦୦ ଟଙ୍କା ଆଡଭାନ୍ସ ବୁକିଂ ଆମାଉଣ୍ଟ ଦେବାକୁ ହେବ। ଏହାପରେ ୨୦ ନଭେମ୍ବର କିମ୍ବା ୨୧ ନଭେମ୍ବର ଭିତରେ ଗ୍ରାହକଙ୍କୁ ବଳକା ଟଙ୍କା ଦେବାକୁ ହେବ। ଏହି ସ୍ମାର୍ଟଫୋନର ଲଞ୍ଚ ଇଭେଣ୍ଟ ୨୦ ନଭେମ୍ବର ଦିନ ୧୨ ଟା ୩୦ ମିନିଟରେ ଆୟୋଜିତ କରାଯିବ।

Realme X2 Pro ଫିଚର୍ସ

ଏହି ଫୋନରେ ୬.୫ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ Super AMOLED ଡିସପ୍ଲେ ଦିଆଯିବ। ଫୋନ୍ କ୍ବାଲକମ୍ ସ୍ନାପଡ୍ରାଗନ ୮୫୫ ପ୍ଲସ୍ ଚିପସିଟ୍ ପ୍ରୋସେସର ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଫୋନ୍ କମ୍ପାନୀର ପ୍ରଥମ ପ୍ରିମିୟମ ସ୍ମାର୍ଟଫୋନ ଏବଂ ଏଥିରେ ୧୨GB ରାମ ଅପସନ୍ ସହିତ ଲଞ୍ଚ କରାଯିବ। ଫୋନର କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ବ୍ୟାକ୍ କ୍ୟାମେରା ରହିଛି ୬୪ ମେଗାପିକ୍ସେଲ ପ୍ରାଇମେରୀ ସେନସର ଦିଆଯାଇପାରେ। ଏହାଛଡା ଏଥିରେ ୧୩ ମେଗାପିକ୍ସେଲର ସେକେଣ୍ଡାରୀ ସେନସର ଦିଆଯାଇପାରେ। ସେହିପରି ଏଥିରେ ୮ ମେଗାପିକ୍ସେଲର ଅଲଟ୍ରା ୱାଇଡ୍ ସେନସର ଏବଂ ୨ ମେଗାପିକ୍ସେଲର ଡେପ୍ଥ ସେନସର ଦିଆଯାଇପାରେ। ଫୋନରେ ୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇପାରେ। ଏହାଛଡା ଏହି ଫୋନରେ ୪,୦୦୦ମାହ ଦମଦାର ବ୍ୟାଟେରୀ ସହିତ ଲଞ୍ଚ କରାଯାପାରେ।

Pritiparna

Recent Posts

ଟି୨୦ ବିଶ୍ୱକପ ୨୦୨୪ : ଅଭ୍ୟାସ କରୁଥିବା ବେଳେ ପୁଣି ରୋହିତ ଆହତ, ଚିନ୍ତାରେ ଫ୍ୟାନ୍ସ

ଟି୨୦ ବିଶ୍ବକପରେ ଆସନ୍ତାକାଲି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ । ନ୍ୟୁୟର୍କ ନାସାଓ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ହେବ…

4 mins ago

ଏୟାରଟେଲର ଦମଦାର ପ୍ଲାନ୍‌, ଫ୍ରିରେ ଦେଖିପାରିବେ ଭାରତ ଓ ପାକିସ୍ତାନର ଟି-20 ମ୍ୟାଚ୍‌

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -20 ଓ୍ଵାର୍ଲ୍ଡକପର ଏକ ବଡ଼ ମ୍ୟାଚ୍ ଖେଳାଯିବ। ଆପଣଙ୍କ ସ୍ମାର୍ଟ ଟିଭି, ମୋବାଇଲ୍,…

7 mins ago

ଏନସିସି କ୍ୟାଡେଟସ୍ ଙ୍କୁ ଦିଆଯାଉଛି ପ୍ରଶିକ୍ଷଣ, ତାସାଙ୍ଗକୁ ଚାଲିଛି ପାଠପଢା

ଯାଜପୁର(କେନ୍ୟୁଜ): ଏନସିସି କ୍ୟାଡେଟସ୍ ଙ୍କୁ ଦିଆଯାଉଛି ତାଲିମ୍ । ବ୍ୟାୟାମ, ଯୋଗ, ଡ୍ରିଲ, ଫାୟାରିଂ, ଗାର୍ଡ ଅଫ ଅନର ଉପରେ…

10 mins ago

ଦିଲ୍ଲୀ : ମୁଗଡାଲି ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ମୃତ, ୬ ଗୁରୁତର

ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୬…

26 mins ago

ଗୋପପୁର ଗାଁରେ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଏ ରଜ ପର୍ବ, ପିଲାଠୁ ବୁଢା ସଭିଏଁ କରନ୍ତି ମଉଜ

ସାଲେପୁର(କେନ୍ୟୁଜ): ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ  ୫ ଦିନ ଧରି ପାଳିତ ହୋଇଥାଏ ଏହି ପର୍ବ ।…

29 mins ago

ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ମାଇଁ ଓ ଭଣଜା ମୃତ

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚନ୍ଦିନିମାଲ ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ…

50 mins ago