ବ୍ଲାଇଣ୍ଡ ଅର୍ଡର ସେଲରେ ୧୦୦୦ ଟଙ୍କା ଦେଇ ଆଡଭାନ୍ସ ବୁକ୍ କରନ୍ତୁ Realme X2 Pro, ସେଲ ପୂର୍ବରୁ ହିଁ ଆପଣଙ୍କ ହାତରେ ଥିବ ଏହି ଦମଦାର୍ ଫୋନ୍ 

ଆସନ୍ତା ନଭେମ୍ବର ୨୦ରେ ଭାରତରେ ଲଞ୍ଚ ହେବ Realme X2 Pro ସ୍ମାର୍ଟଫୋନ। ଏହି ପ୍ରିମିୟମ ସ୍ମାର୍ଟଫୋନ ଳଞ୍ଚ ହେବା ପୂର୍ବରୁ ହିଁ ବ୍ଲାଇଣ୍ଡ ସେଲର ଆୟୋଜନ କରାଯିବ। ବ୍ଲାଇଣ୍ଡ ସେଲ୍ ୧୮ ନଭେମ୍ବରରେ ଆୟୋଜିତ କରାଯିବ। Realme X2 Pro ସହିତ କମ୍ପାନୀ ୨୦ ନଭେମ୍ବରରେ Realme 5sକୁ ମଧ୍ୟ ଲଞ୍ଚ କରିବ। ଏହି ଦୁଇ ସ୍ମାର୍ଟଫୋନର ଟିଜର ଇ-କମର୍ସ ୱେବସାଇଟ ଫ୍ଳିପକାର୍ଟରେ ଆସିସାରିଛି। ଏହି ଦୁଇ ସ୍ମାର୍ଟଫୋନର ଆହୁରି ଅନେକ ଫିଚର୍ସ ସୋସିଆଲ ମିଡିଆ ଜରୀଆରେ ଟିଜ୍ କରାଯାଇଛି। ଏହି Realme X2 Pro ଫୋନ କମ୍ପାନୀର ପ୍ରଥମ ଫ୍ଲାଗସିପ ସ୍ମାର୍ଟଫୋନ ଏବଂ ଏଥିରେ କ୍ବାଲକମ୍ ସ୍ନାପଡ୍ରାଗନ୍ ୮୫୫ ପ୍ଲସ୍ ଚିପସିଟ୍ ପ୍ରୋସେସର ସହିତ ଲଞ୍ଚ କରାଯିବ। ଏହାଛଡା ଏଥିରେ ୬୪ ମେଗାପିକ୍ସେଲ ପ୍ରାଇମେରୀ ସେନସର ସହିତ କ୍ବାଡ୍ ରିୟର କ୍ୟାମେରା ଦିଆଯାଇଛି।

realmex2proବ୍ଲାଇଣ୍ଡ ଅର୍ଡର କରୁଥିବା ଗ୍ରାହକଙ୍କୁ ଲଞ୍ଚ ହେବାର ପ୍ରଥମ ସେଲ୍ ପୂର୍ବରୁ Realme X2 Pro ଯୋଗାଇ ଦିଆଯିବ। କମ୍ପାନୀ ଏଥିପାଇଁ ଏକ ଲିମିଟ୍ ରଖିଛି, ଯେଉଁଥିରେ କେବଳ ୮୫୫ ୟୁଜର୍ସଙ୍କୁ ହିଁ ଏହି ସ୍ମାର୍ଟଫୋନକୁ ଲଞ୍ଚ ପୂର୍ବରୁ ଦେବ। ଏଥିପାଇଁ ଯେଉଁମାନେ Realme X2 Proକୁ ବ୍ଲାଇଣ୍ଡ ଅର୍ଡର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ୧୦୦୦ ଟଙ୍କା ଆଡଭାନ୍ସ ବୁକିଂ ଆମାଉଣ୍ଟ ଦେବାକୁ ହେବ। ଏହାପରେ ୨୦ ନଭେମ୍ବର କିମ୍ବା ୨୧ ନଭେମ୍ବର ଭିତରେ ଗ୍ରାହକଙ୍କୁ ବଳକା ଟଙ୍କା ଦେବାକୁ ହେବ। ଏହି ସ୍ମାର୍ଟଫୋନର ଲଞ୍ଚ ଇଭେଣ୍ଟ ୨୦ ନଭେମ୍ବର ଦିନ ୧୨ ଟା ୩୦ ମିନିଟରେ ଆୟୋଜିତ କରାଯିବ।

Realme-X2-ProRealme X2 Pro ଫିଚର୍ସ

ଏହି ଫୋନରେ ୬.୫ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ Super AMOLED ଡିସପ୍ଲେ ଦିଆଯିବ। ଫୋନ୍ କ୍ବାଲକମ୍ ସ୍ନାପଡ୍ରାଗନ ୮୫୫ ପ୍ଲସ୍ ଚିପସିଟ୍ ପ୍ରୋସେସର ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଫୋନ୍ କମ୍ପାନୀର ପ୍ରଥମ ପ୍ରିମିୟମ ସ୍ମାର୍ଟଫୋନ ଏବଂ ଏଥିରେ ୧୨GB ରାମ ଅପସନ୍ ସହିତ ଲଞ୍ଚ କରାଯିବ। ଫୋନର କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ବ୍ୟାକ୍ କ୍ୟାମେରା ରହିଛି ୬୪ ମେଗାପିକ୍ସେଲ ପ୍ରାଇମେରୀ ସେନସର ଦିଆଯାଇପାରେ। ଏହାଛଡା ଏଥିରେ ୧୩ ମେଗାପିକ୍ସେଲର ସେକେଣ୍ଡାରୀ ସେନସର ଦିଆଯାଇପାରେ। ସେହିପରି ଏଥିରେ ୮ ମେଗାପିକ୍ସେଲର ଅଲଟ୍ରା ୱାଇଡ୍ ସେନସର ଏବଂ ୨ ମେଗାପିକ୍ସେଲର ଡେପ୍ଥ ସେନସର ଦିଆଯାଇପାରେ। ଫୋନରେ ୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇପାରେ। ଏହାଛଡା ଏହି ଫୋନରେ ୪,୦୦୦ମାହ ଦମଦାର ବ୍ୟାଟେରୀ ସହିତ ଲଞ୍ଚ କରାଯାପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.