ପୂଜା କିମ୍ବା ଯଜ୍ଞ କରିବା ସମୟରେ ପଣ୍ଡିତ କର୍ତ୍ତାଙ୍କ ହାତରେ ବାନ୍ଧୁଥିବା ସୂତ୍ର ବିଷୟରେ ଆପଣ ଜାଣିଥିବେ। ଆପଣ ମଧ୍ୟ ଏହାକୁ ହାତରେ ବାନ୍ଧିଥିବେ। ଶାସ୍ତ୍ରରେ ଏହି ସୂତାକୁ ପବିତ୍ର ବୋଲି ମାନନ୍ତି। ପୁରାଣରେ ଏହାକୁ ମଣିବନ୍ଧ ବୋଲି କୁହାଯାଏ। ଏହାକୁ ବାନ୍ଧି ପୂଜା କିମ୍ବା ଯଜ୍ଞ କରିବାର ସଂକଳ୍ପ ନିଆଯାଏ। ଏଥିପାଇଁ ଏହାକୁ ସଂକଳ୍ପ ସୂତ୍ର ବୋଲି ମଧ୍ୟ କହନ୍ତି।
ପୌରାଣିକ କଥା ଅନୁସାରେ ଦେବୀ ଲକ୍ଷ୍ମୀ ରାଜା ବଳିଙ୍କ ହାତରେ ଏହି ସୂତ୍ର ରକ୍ଷା ସୂତ୍ର ଭାବେ ବାନ୍ଧିଥିଲେ। ଯାହା ଫଳରେ ନକାରାତ୍ମକ ଉର୍ଜା ଶରୀରକୁ ଛୁଇଁପାରିନଥାଏ। ତିନିଟି ସୂତାକୁ ଯୋଡି ଏହି ସୂତା ପ୍ରସ୍ତୁତ କରାଯାଏ। ଯାହା ତ୍ରିଦେବଙ୍କ ପ୍ରତିମାକୁ ଦର୍ଶାଇଥାଏ।
ଏହି ସୂତାକୁ ହାତରେ ବନ୍ଧାଯାଏ। ହାତଛଡା ଏହାକୁ ଆପଣ ଗଳା କିମ୍ବା ଅଣ୍ଟାରେ ମଧ୍ୟ ବାନ୍ଧିପାରିବେ। ପୁରୁଷ ଏବଂ ଅବିବାହିତ ଯୁବତୀ ଏହାକୁ ଡାହାଣ ହାତରେ ବାନ୍ଧିବା ଉଚିତ। ଆଉ ବିବାହିତ ସ୍ତ୍ରୀ ଏହାକୁ ବାମ ହାତରେ ବାନ୍ଧିବା ଉଚିତ।
ସୂତ୍ର ବାନ୍ଧିବାର ନିୟମ :
– ଏହି ସୂତାକୁ ବାନ୍ଧିବା ସମୟରେ ହାତର ମୁଠି ବନ୍ଦ କରିବା ସହ ମୁଠି ଭିତରେ ପଇସା ରଖିବା ଉଚିତ।
– ସୂତା ବାନ୍ଧିବା ସମୟରେ ମୁଣ୍ଡରେ କୌଣସି କପଡା ପକାଇ ବାନ୍ଧିବା ଉଚିତ।
– ଏହାକୁ ତିନି ଥର ଅଧିକ ଥର ଗୁଡାଇ ହାତରେ ବାନ୍ଧନ୍ତୁ ନାହିଁ।
କେତେ ବେଳେ ବାନ୍ଧିବା ଉଚିତ :
– କୌଣସି ପୂଜା କିମ୍ବା ଯଜ୍ଞ ସମୟରେ ଏହାକୁ ହାତରେ ବାନ୍ଧିବା ଉଚିତ।
– କୌଣସି ପର୍ବରେ ଏହି ସୂତା ବାନ୍ଧିବା ଶୁଭ ବୋଲି ଧରାଯାଏ।
– ଏହାକୁ ବାନ୍ଧିବା ପାଇଁ ଶନିବାର ଏବଂ ମଙ୍ଗଳବାର ଶୁଭ ବାର। ଯଦି ଆପଣ ପୁରୁଣା ସୂତାକୁ ବାହାର କରି ନୂଆ ସୂତା ପିନ୍ଧିବାକୁ ଚାହୁଁଛନ୍ତି ତେବେ ଶନିବାର ଏବଂ ମଙ୍ଗଳବାର ହିଁ ଏପରି କରନ୍ତୁ। ପୁରୁଣା ସୂତାକୁ ହାତରୁ କାଢିବା ପରେ ଅଶତ୍ଥ ବୃକ୍ଷରେ ବାନ୍ଧିଦିଅନ୍ତୁ।
-ସଂକ୍ରାନ୍ତି ଦିନ ଏହି ସୂତା ପିନ୍ଧିବା ଶୁଭ ଅଟେ। ଏଥିପାଇଁ ସଂକ୍ରାନ୍ତି ଦିନ ସକାଳୁ ଗାଧୋଇବା ପରେ ଏହି ସୂତାକୁ ହାତରେ ବାନ୍ଧି ନିଅନ୍ତୁ।