ଟେକ୍

ଟ୍ଵିଟରରେ ପୁରୁଣା ଟ୍ଵିଟ୍ସକୁ ଖୋଜିବା ଏବେ ହେବ ସହଜ, ଆସିଗଲା ବହୁତ ସାନଦାର ଫିଚର

ଆପଣ ଟ୍ଵିଟର ବ୍ୟବହାର କରୁଛନ୍ତି କି, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଖବର। ଏବେ ଏକ ନୂଆ ଫିଚର ଆସିଲା ଟ୍ଵିଟରରେ। ଟ୍ଵିଟର ଏକ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଯେଉଁଥିରେ ଅନେକ ସାନଦାର ଫିଚର୍ସ ମିଳିଥାଏ ଏବଂ ସମୟ ସମୟରେ ୟୁଜର୍ସଙ୍କ ଏକ୍ସପେରିୟନ୍ସକୁ ବହୁତ ଖାସ୍‌ ବନାଇବା କାମ କରିଥାଏ। ତେବେ ବେଳେବେଳେ ସମସ୍ୟା ହୋଇଥାଏ ଯେ ଆମେ ଆମର କୌଣସି ଗୁରୁତ୍ୱପୂର୍ଣ୍ଣ ଟ୍ଵିଟକୁ ଖୋଜିଥାନ୍ତି କିନ୍ତୁ ଖୋଜି ପାଇବା ବହୁତ ମୁସକିଲ ହୋଇଥାଏ। କିନ୍ତୁ ଏବେ ଟ୍ଵିଟର ଆପଣଙ୍କ ଏହି ସମସ୍ୟାକୁ ଧ୍ୟାନରେ ରଖି ଏକ ନୂଆ ଫିଚର ରୋଲଆଉଟ୍‌ କରିଛି। ଯାହାସାହାଯ୍ୟରେ ପୁରୁଣା ଟ୍ଵିଟ୍ସକୁ ବହୁତ ସହଜରେ ଖୋଜି ପାଇପାରିବେ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଚର ଏବେ ବୀଟା ଭର୍ସନରେ ରହିଛି ଏବଂ କେବଳ ନିର୍ଦ୍ଧିଷ୍ଟ ୟୁଜର୍ସ ହିଁ ଏହାକୁ ଆକସେସ୍‌ କରିପାରିବେ। ନୂଆ ଟ୍ଵିଟର ସର୍ଚ୍ଚ ଫିଚର ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି ଏବଂ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଆଗାମୀ ଅପଡେଟରେ ଏହି ଫିଚର ମିଳିପାରିବ। ଏଠାରେ ଲୋକ ଟ୍ଵିଟର ଆକାଉଣ୍ଟରେ ଏକ ସପୋର୍ଟେଡ ସର୍ଚ୍ଚ ଆଇକନ ଦେଖିପାରିବେ। ନୂଆ ସପୋର୍ଟେଡ ଟ୍ଵିଟ ସର୍ଚ୍ଚ ଫିଚରର ଖାସିୟତ୍‌ ଏୟା ଯେ ଏହା ପୁରୁଣା ଟ୍ଵିଟ୍ସକୁ ସର୍ଚ୍ଚ କରି ସହଜରେ ଖୋଜିପାରିବ। ଯେମିତି ହିଁ ଆପଣଙ୍କୁ ଜଣାଇଥିଲୁ ଯେ ନୂଆ ଟ୍ଵିଟର ସର୍ଚ୍ଚ ଫିଚର କେବଳ ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି। ତେବେ ଏବେ ଜାଣନ୍ତୁ କେମିତି ୟୁଜ କରିବେ ଏହି ସର୍ଚ୍ଚ ଫିଚର।

ଏବେ ଜାଣନ୍ତୁ ଏହି ସର୍ଚ୍ଚ ଫିଚରକୁ କେମିତି କରିବେ ବ୍ୟବହାର

ଷ୍ଟେପ ୧ – ସର୍ବପ୍ରଥମେ ଟ୍ଵିଟରକୁ ଓପନ କରନ୍ତୁ ଏବଂ କୌଣସି ବି ଟ୍ଵିଟର ଆକାଉଣ୍ଟକୁ ସର୍ଚ୍ଚ କରନ୍ତୁ।
ଷ୍ଟେପ ୨ – ଏବେ ଆପଣଙ୍କୁ ସ୍କ୍ରୀନ ଉପରେ ଡାହାଣ ପାର୍ଶ୍ୱ କୋଣରେ ସର୍ଚ୍ଚ ଆଇକନ୍‌ ମିଳିବ। ଏହାକୁ ତିନୋଟି ଡଟ୍‌ ଥିବା ମେନ୍ୟୁ ବାରରେ ରଖାଯାଇଛି।
ଷ୍ଟେପ ୩ – ଏହାପରେ ଏବେ ଆପଣଙ୍କୁ ସର୍ଚ୍ଚ ବକ୍ସରେ ସେହି କିବୋର୍ଡକୁ ଟାଇପ କରିବାକୁ ହେବ ଯେଉଁ ଟ୍ଵିଟସ ଆପଣ ଖୋଜୁଛନ୍ତି।
ଷ୍ଟେପ ୪- ଏବେ ଆପଣଙ୍କୁ ସେହି ଆକାଉଣ୍ଟର ସମସ୍ତ ଟ୍ଵିଟ ଆପଣ କରିଥିବା କିଓ୍ଵାର୍ଡ ସହିତ ମିଳିଯିବ।

ହେଲା ନା ଆପଣଙ୍କ ପାଇଁ ଏହା ଟ୍ଵିଟରର ବଢ଼ିଆ ଫିଚର। ଏହା ଦ୍ୱାରା ଆମେ ବହୁତ କମ୍‌ ସମୟରେ ପୁରୁଣା ଟ୍ଵିଟକୁ ସର୍ଚ୍ଚ କରିପାରିବା। ଏହାସହିତ ଆପଣ ଏମିତିକା ଫିଚର ୟୁଟ୍ୟୁବରେ ବି ପାଇପାରିବେ ଏବଂ ୟୁଟ୍ୟୁବରେ ଆପଣ କିଓ୍ଵାର୍ଡ ସର୍ଚ୍ଚ କରି ଭିଡିଓ ବି ସର୍ଚ୍ଚ କରିପାରିବେ।

 

Pritiparna

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago