ଆପଣ ଟ୍ଵିଟର ବ୍ୟବହାର କରୁଛନ୍ତି କି, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଖବର। ଏବେ ଏକ ନୂଆ ଫିଚର ଆସିଲା ଟ୍ଵିଟରରେ। ଟ୍ଵିଟର ଏକ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଯେଉଁଥିରେ ଅନେକ ସାନଦାର ଫିଚର୍ସ ମିଳିଥାଏ ଏବଂ ସମୟ ସମୟରେ ୟୁଜର୍ସଙ୍କ ଏକ୍ସପେରିୟନ୍ସକୁ ବହୁତ ଖାସ୍ ବନାଇବା କାମ କରିଥାଏ। ତେବେ ବେଳେବେଳେ ସମସ୍ୟା ହୋଇଥାଏ ଯେ ଆମେ ଆମର କୌଣସି ଗୁରୁତ୍ୱପୂର୍ଣ୍ଣ ଟ୍ଵିଟକୁ ଖୋଜିଥାନ୍ତି କିନ୍ତୁ ଖୋଜି ପାଇବା ବହୁତ ମୁସକିଲ ହୋଇଥାଏ। କିନ୍ତୁ ଏବେ ଟ୍ଵିଟର ଆପଣଙ୍କ ଏହି ସମସ୍ୟାକୁ ଧ୍ୟାନରେ ରଖି ଏକ ନୂଆ ଫିଚର ରୋଲଆଉଟ୍ କରିଛି। ଯାହାସାହାଯ୍ୟରେ ପୁରୁଣା ଟ୍ଵିଟ୍ସକୁ ବହୁତ ସହଜରେ ଖୋଜି ପାଇପାରିବେ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଚର ଏବେ ବୀଟା ଭର୍ସନରେ ରହିଛି ଏବଂ କେବଳ ନିର୍ଦ୍ଧିଷ୍ଟ ୟୁଜର୍ସ ହିଁ ଏହାକୁ ଆକସେସ୍ କରିପାରିବେ। ନୂଆ ଟ୍ଵିଟର ସର୍ଚ୍ଚ ଫିଚର ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି ଏବଂ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଆଗାମୀ ଅପଡେଟରେ ଏହି ଫିଚର ମିଳିପାରିବ। ଏଠାରେ ଲୋକ ଟ୍ଵିଟର ଆକାଉଣ୍ଟରେ ଏକ ସପୋର୍ଟେଡ ସର୍ଚ୍ଚ ଆଇକନ ଦେଖିପାରିବେ। ନୂଆ ସପୋର୍ଟେଡ ଟ୍ଵିଟ ସର୍ଚ୍ଚ ଫିଚରର ଖାସିୟତ୍ ଏୟା ଯେ ଏହା ପୁରୁଣା ଟ୍ଵିଟ୍ସକୁ ସର୍ଚ୍ଚ କରି ସହଜରେ ଖୋଜିପାରିବ। ଯେମିତି ହିଁ ଆପଣଙ୍କୁ ଜଣାଇଥିଲୁ ଯେ ନୂଆ ଟ୍ଵିଟର ସର୍ଚ୍ଚ ଫିଚର କେବଳ ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି। ତେବେ ଏବେ ଜାଣନ୍ତୁ କେମିତି ୟୁଜ କରିବେ ଏହି ସର୍ଚ୍ଚ ଫିଚର।
ଏବେ ଜାଣନ୍ତୁ ଏହି ସର୍ଚ୍ଚ ଫିଚରକୁ କେମିତି କରିବେ ବ୍ୟବହାର
ଷ୍ଟେପ ୧ – ସର୍ବପ୍ରଥମେ ଟ୍ଵିଟରକୁ ଓପନ କରନ୍ତୁ ଏବଂ କୌଣସି ବି ଟ୍ଵିଟର ଆକାଉଣ୍ଟକୁ ସର୍ଚ୍ଚ କରନ୍ତୁ।
ଷ୍ଟେପ ୨ – ଏବେ ଆପଣଙ୍କୁ ସ୍କ୍ରୀନ ଉପରେ ଡାହାଣ ପାର୍ଶ୍ୱ କୋଣରେ ସର୍ଚ୍ଚ ଆଇକନ୍ ମିଳିବ। ଏହାକୁ ତିନୋଟି ଡଟ୍ ଥିବା ମେନ୍ୟୁ ବାରରେ ରଖାଯାଇଛି।
ଷ୍ଟେପ ୩ – ଏହାପରେ ଏବେ ଆପଣଙ୍କୁ ସର୍ଚ୍ଚ ବକ୍ସରେ ସେହି କିବୋର୍ଡକୁ ଟାଇପ କରିବାକୁ ହେବ ଯେଉଁ ଟ୍ଵିଟସ ଆପଣ ଖୋଜୁଛନ୍ତି।
ଷ୍ଟେପ ୪- ଏବେ ଆପଣଙ୍କୁ ସେହି ଆକାଉଣ୍ଟର ସମସ୍ତ ଟ୍ଵିଟ ଆପଣ କରିଥିବା କିଓ୍ଵାର୍ଡ ସହିତ ମିଳିଯିବ।
ହେଲା ନା ଆପଣଙ୍କ ପାଇଁ ଏହା ଟ୍ଵିଟରର ବଢ଼ିଆ ଫିଚର। ଏହା ଦ୍ୱାରା ଆମେ ବହୁତ କମ୍ ସମୟରେ ପୁରୁଣା ଟ୍ଵିଟକୁ ସର୍ଚ୍ଚ କରିପାରିବା। ଏହାସହିତ ଆପଣ ଏମିତିକା ଫିଚର ୟୁଟ୍ୟୁବରେ ବି ପାଇପାରିବେ ଏବଂ ୟୁଟ୍ୟୁବରେ ଆପଣ କିଓ୍ଵାର୍ଡ ସର୍ଚ୍ଚ କରି ଭିଡିଓ ବି ସର୍ଚ୍ଚ କରିପାରିବେ।