Below header

ନଦୀରେ ବଡ ଆରାମରେ ପହଁରୁଥିଲେ ବ୍ୟକ୍ତି ହଠାତ୍‌ ଝାମ୍ପିଲା କୁମ୍ଭୀର, ତାପରେ ହେଲା କିଛି ଏପରି

ମଣିଷ ଜୀବନ ପାଣି ଫୋଟକା ଭଳି। କେତେବେଳେ ଯେ କାହା ସହିତ କଣ ଘଟିଯାଏ ତାହା କେହି ଜାଣିନଥାନ୍ତି। ତେଣୁ ସବୁବେଳେ ସତର୍କ ଆଉ ସୁରକ୍ଷିତ ରହିବା ଜରୁରୀ। ଏସବୁ ଆମେ କାହିଁକି କହୁଛୁ ଦର୍ଶକବନ୍ଧୁ ତାହା ଆପଣ ଭିଡିଓ ସମ୍ପୂର୍ଣ୍ଣ ଦେଖିଲେ ଜାଣିପାରିବେ। ନଦୀ ଏବଂ ପୋଖରୀରେ ଅନେକ ଜୀବ ରହୁଥିବା କଥା ଆପଣ ଜାଣନ୍ତି। ଆଉ ଏହି ଜୀବ ମାନଙ୍କ ମଧ୍ୟରୁ କିଛି ଜୀବ ବହୁତ ଖତରନାକହୋଇଥାନ୍ତି। ଏମିତିରେ ଆପଣ ଥରେ ଭାବନ୍ତୁ ଯଦି ପାଣିରେ ଆପଣ ଗାଧୋଉଥିବାବେଳେ ଆପଣଙ୍କୁ କୁମ୍ଭୀର ଆକ୍ରମଣ କରେ ସେତେବେଳେ ଆପଣଙ୍କ ଅବସ୍ଥା କଣ ହେବ? ଆମେ ଜାଣିଛନ୍ତି କୁମ୍ଭୀର ମୁହଁରୁ ବଞ୍ଚିବା କାଠିକର ପାଠ ହୋଇଥାଏ। ଆଉ ଯିଏ ବଞ୍ଚିଗଲା ତାହେଲେ ସେଇଟା ତାର ଭାଗ୍ୟ। କିନ୍ତୁ ବିପଦ ଥିବା ଜାଣିକି ବି ଲୋକେ ନଦୀ ନାଳକୁ ଯାଆନ୍ତି ଗାଧୋଇବା ପାଇଁ।

ନିକଟରେ ଏମିତି ହିଁ କିଛି କରିଛନ୍ତି ଜଣେ ବ୍ୟକ୍ତି। ଆଉ ବ୍ୟକ୍ତିଙ୍କୁ ଦେଖିଲେ ଆପଣ ବି କହିବେ ୟାକୁ ହିଁ କୁହନ୍ତି ଭାଗ୍ୟ ସାଥ୍‌ ଦେବା। ଆଉ ମୃତ୍ୟୁକୁ ଅତି ପାଖରୁ ଦେଖିଲେ କେମିତି ଲାଗେ ତାହା ବୋଧହୁଏ ଏ ବ୍ୟକ୍ତିଙ୍କ ଛଡା ଅନ୍ୟ କେହି କହିପାରିବେନାହିଁ। ଏ ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ନଦୀରେ ଆରାମରେ ଗାଧୋଉଉନ୍ତି। ଆଉ ଠିକ ସେତିକିବେଳେ ପାଣି ଭିତରୁ ବାହାରିଲା ଏକ ବିରାଟକାୟ କୁମ୍ଭୀର। କୁମ୍ଭୀରଟି ମଣିଷ ଗନ୍ଧ ଶୁଙ୍ଘିକି ଏତେ ଜୋରରେ ଆସୁଛି ଆଉ ଆକ୍ରମଣ କରୁଛି ଯେ ଗୋଟେ ମୁହୂର୍ତ୍ତ ପାଇଁ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ।

କୁହାଯାଉଛି ଯେ ଏ ଘଟଣା ବ୍ରାଜିଲର କାମ୍ବୋ ଗ୍ରାଣ୍ଡେ ସହରର ବୋଲି। ଏହି ଲୋମ ଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏବେ ସୁଦ୍ଧା ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏ ବ୍ୟକ୍ତିଙ୍କ ଭାଗ୍ୟ ତାଙ୍କୁ ସାଥ୍‌ ଦେଲା ବୋଲି ବ୍ୟକ୍ତି ଜଣଙ୍କ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ। ପ୍ରବଳ ବେଗରେ ଆସି ଆକ୍ରମଣ କରି ବ୍ୟକ୍ତିଙ୍କୁ ପାଣି ଭିତରକୁ ମାଡିଦେଲା କିନ୍ତୁ ବ୍ୟକ୍ତି ଜଣଙ୍କ କୁମ୍ଭୀରକୁ ପ୍ରତି ଆକ୍ରମଣ କରି ପହଁରି ପହଁରି ତୁରନ୍ତ ମରଣ ମୁହଁରୁ ଖସି ପଳିଆସିଲେ। ବ୍ୟକ୍ତିଙ୍କ ହାତକୁ କୁମ୍ଭୀର ଖଣ୍ଡିଆ କରିଦେବା ପରେ ବି ହାର ମାନିଲେନି ବ୍ୟକ୍ତି ଜଣଙ୍କ। ଆଉ ନିଶ୍ଚିତ ମୃତ୍ୟୁମୁହଁରୁ ବଞ୍ଚିବାରେ ସକ୍ଷମ ହୋଇପାରିଲେ। ତେବେ ଦେଖିଲେ ତ ଦର୍ଶକବନ୍ଧୁ ଭାଗ୍ୟ କେମିତି ସାଥ୍‌ ଦିଏ। ଆପଣ ବି ଭଲ କର୍ମ କରିଚାଲନ୍ତୁ ଦେଖିବେ ଭାଗ୍ୟ ନିହାତି ଆପଣଙ୍କ ସାଥ୍‌ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.