ଟେକ୍

ମହିଳାଙ୍କ ସୁରକ୍ଷା ପାଇଁ Uber ଆଣୁଛି ନୂଆ ଫିଚର, ଜାଣନ୍ତୁ କେବେ ମିଳିବ ଏହି ସୁବିଧା

Uber ହେଉଛି ଏକ ରାଇଡ୍ ସେୟାରିଂ ପ୍ଲାଟଫର୍ମ, ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । ଯେତେବେଳେ ଲୋକମାନେ କୌଣସି ସ୍ଥାନକୁ ଯିବା ପାଇଁ ବାହାରନ୍ତି ସେତେବେଳେ ଏହି ପ୍ଲାଟଫର୍ମ କଥା ମନେ ପଡ଼େ । ଆପ୍ ମାଧ୍ୟମରେ ରାଇଡ୍ ବୁକ୍ କରିବା ପରେ କମ୍ପାନୀ ଦ୍ୱାରା ନିଯୁକ୍ତ ଡ୍ରାଇଭର ୟୁଜରଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥାଏ । ୟୁଜରମାନଙ୍କ ସୁରକ୍ଷାକୁ ନଜରରେ ରଖି କମ୍ପାନୀ ସେମାନଙ୍କୁ ଅନେକ ସୁବିଧା ଦେଉଛି । ଉବର ଟେକ୍ନୋଲୋଜି କହିଛି ଯେ ଏହା ସମଗ୍ର ବିଶ୍ୱରେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷା ଫିଚର ବଢ଼ାଇଛି । ବିଶେଷକରି ରାତିରେ ମହିଳାଙ୍କ ସୁରକ୍ଷା ଠିକ୍‌ କରିବା ପାଇଁ ଏହି ନୂଆ ଫିଚର ଡିଜାଇନ୍‌ କରାଯାଇଛି । ଆସନ୍ତୁ ଏହି ଫିଚର ବିଷୟରେ ଡିଟେଲ୍ସରେ ଜାଣିବା ।

ନୂଆ ଫିଚର ଦ୍ୱାରା ଯାତ୍ରୀମାନେ ବର୍ତ୍ତମାନ ଯାତ୍ରା ସମୟରେ ବିଭିନ୍ନ ପ୍ରକାରର ସୁରକ୍ଷା ଅପ୍ସନ ବାଛିବାରେ ସକ୍ଷମ ହେବେ । ଏଥିରେ ଏନକ୍ରିପ୍ଟ ହୋଇଥିବା ଅଡିଓ ରେକର୍ଡିଂ, PIN ଭେରିଫିକେସନ୍‌ ଏବଂ ଲୋକେସନ୍‌ ସେୟାରିଂ ଫିଚର ସାମିଲ ରହିଛି । ଗତ କିଛି ବର୍ଷ ମଧ୍ୟରେ Uber ଅନେକ ଅଭିଯୋଗର ସାମ୍ନା କରିଛି। ଅନେକ ୟୁଜର ଉବର ଡ୍ରାଇଭରଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ ନଜରରେ ରଖି ଯାଞ୍ଚ କରାଯାଇଥିଲା ଯେଉଁଥିରେ ଡ୍ରାଇଭରମାନଙ୍କ ବ୍ୟାକଗ୍ରାଉଣ୍ଡ ଯାଞ୍ଚ ନକରିବା ଠାରୁ ଆରମ୍ଭ କରି ସେମାନଙ୍କ ଟ୍ରେନିଂର ଅଭାବ ରହିଥିବା ଜଣାପଡ଼ିଛି ।

ଅନେକ ପୀଡିତ ମହିଳାମାନେ Uber ବିରୋଧରେ ମାମଲା ଦାୟର କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ Uber ସେମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନାହିଁ।

କମ୍ପାନୀ କେବଳ ଯାତ୍ରୀଙ୍କ ସୁରକ୍ଷା ନୁହେଁ ବରଂ ଖାଦ୍ୟ ଡେଲିଭରି କରୁଥିବା ମୋଟରସାଇକେଲ ଡ୍ରାଇଭରଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ଆରମ୍ଭ କରିଛି । ଗତ ବର୍ଷ ଲଣ୍ଡନରେ Uber ଇଟସ୍‌ ମଧ୍ୟ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ଚାର୍ଟର୍ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ନୂଆ ସୁରକ୍ଷା ଫିଚର ଆମେରିକା, କାନାଡା ଏବଂ ଲାଟିନ୍ ଆମେରିକାରେ ମିଳୁଛି । ଆସନ୍ତା ସପ୍ତାହରେ ଏହା ଅନ୍ୟାନ୍ୟ ଦେଶମାନଙ୍କରେ ଲାଗୁ ହେବ ବୋଲି Uber କହିଛି।

Subhalaxmi Das

Recent Posts

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

3 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

8 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

17 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

41 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

1 hour ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

1 hour ago