ଟେକ୍

ୟୁଜର୍ସଙ୍କ ପାଇଁ ହ୍ଵାଟସ୍ ଆପ୍ ଆଣିଲା ନୂଆ ଫିଚର, ଜାଣନ୍ତୁ କେମିତି କରିବ କାମ

ହ୍ଵାଟସ୍ ଆପ୍ ଲଗାତାର ଭାବରେ ଏହାର ୟୁଜରମାନଙ୍କ ଭଲ ଏକ୍ସପେରିଏନ୍ସ ପାଇଁ ନୂଆ ଫିଚର ଆଣିଥାଏ । ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ଏହି ଚାଟିଂ ଆପ୍ ବର୍ତ୍ତମାନ ଏପରି ଫିଚରକୁ ନେଇ କାର୍ଯ୍ୟ କରୁଛି ଯାହା ଦ୍ୱାରା ଆପଣ ନିଜ ବନ୍ଧୁ ଏବଂ ପରିବାର ସହିତ ସହଜରେ ଯୋଗାଯୋଗ କରିବାରେ ସମର୍ଥ ହେବେ । ରିପୋର୍ଟ ଅନୁସାରେ ଏହି ମେଟା କମ୍ପାନୀ ଖୁବ୍ ଶୀଘ୍ର ଚାଟ୍ ରେ ଏକ ଫେଭରେଟ୍ସ ଟ୍ୟାବ୍ ଆଣିବ, ଯାହା ଦ୍ୱାରା ଆପଣ ଯେଉଁମାନଙ୍କ ସହ ଅଧିକ କଥାବାର୍ତ୍ତା କରନ୍ତି ସେହି ଲୋକମାନଙ୍କୁ ଆପଣ ସହଜରେ ଖୋଜି ପାରିବେ ।

ଏହା ବ୍ୟତୀତ ହ୍ଵାଟସ୍ ଆପ୍ ମଧ୍ୟ ଏକ ଫିଚର ଉପରେ କାମ କରୁଛି ଯାହା ଆପଣଙ୍କୁ ଶୀଘ୍ର ଷ୍ଟାଟସ୍‌ ଅପଡେଟ୍ ଉପରେ ରିଆକ୍ଟ କରିବାକୁ ଅନୁମତି ଦେବ । ଏକ ୱେବସାଇଟ୍ ରିପୋର୍ଟ କରିଛି ଯେ ହ୍ଵାଟସ୍ ଆପ୍ ଏହାର ଆଣ୍ଡ୍ରଏଡ୍ ଆପ୍ ପାଇଁ ନୂଆ ଅପଡେଟ୍ ରେ ଏକ ଖାସ୍‌ ଫିଚର ଆଣିବାକୁ ଯାଉଛି। ଏହି ଫିଚର ଦ୍ୱାରା ଆପଣ ଚାଟିଂ ପାଇଁ ଆପଣଙ୍କ ପ୍ରିୟ ଲୋକ ଏବଂ ଗ୍ରୁପ୍‌ ବାଛିବାରେ ସହଜ ହେବ । ଅର୍ଥାତ ଆପଣ ଯେଉଁମାନଙ୍କୁ ଅଧିକ ମେସେଜ୍ କରୁଥିବେ ସେମାନଙ୍କୁ ଏକ ଲିଷ୍ଟରେ ରଖିପାରିବେ ।

ଆପଣ ସେଟିଙ୍ଗରେ ଆପଣଙ୍କ ପ୍ରିୟ କଣ୍ଟାକ୍ଟର ଲିଷ୍ଟକୁ ଆଡ୍‌ କରିପାରିବେ ଏବଂ ଚାଟ କରିବା ମଧ୍ୟ ସହଜ ହେବ । ଯଦି ଆପଣ ଚାହିଁବେ ତେବେ ଏହି ଲିଷ୍ଟରେ ଯେକୌଣସି ବ୍ୟକ୍ତିଙ୍କୁ ସାମିଲ କରିପାରିବେ, ସେମାନଙ୍କୁ ହଟାଇ ପାରିବେ କିମ୍ବା ଲିଷ୍ଟରେ ଉପର ତଳ କରିପାରିବେ ।

ଏହି ଫିଚର ବର୍ତ୍ତମାନ ଟ୍ରାଏଲରେ ଅଛି ଭବିଷ୍ୟତରେ ଏହା ଅପଡେଟ୍‌ ହୋଇ ଆସିବ । କଲ୍ ଟ୍ୟାବରେ ଆପଣ ନିଜ ପ୍ରିୟ ଲୋକ ଏବଂ ଗ୍ରୁପ୍‌ ଖୋଜିବା ସହଜ ହେବ । ମନେରଖନ୍ତୁ ଆପଣ ଯାହାକୁ ଫେଭରେଟ୍‌ କରିବେ ସେମାନଙ୍କୁ କୌଣସି ନୋଟିଫିକେସନ୍‌ ମିଳିବ ନାହିଁ । ଏହା କେବଳ ଆପଣଙ୍କ ପାଇଁ ମିଳିବ ତେଣୁ ଆପଣ ଶୀଘ୍ର ଚାଟ୍ କରିପାରିବେ । ପୂର୍ବରୁ ଖବର ଆସିଥିଲା ଯେ ହ୍ଵାଟସ୍ ଆପ୍ ମଧ୍ୟ ଏପରି ଏକ ଫିଚର ଆଣିବାକୁ ଯାଉଛି ଯାହା ମାଧ୍ୟମରେ ଆପଣ ସହଜରେ ଆପଣଙ୍କର ଚାଟ୍ ଫିଲ୍ଟର୍ କରିପାରିବେ ଏବଂ ମେସେଜକୁ ଶୀଘ୍ର ଖୋଜି ପାରିବେ ।

Subhalaxmi Das

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago