ଟେକ୍

ଲଞ୍ଚ୍‌ ହେଲା ସାଓମିର ଦମଦାର୍ Mi Watch Lite, ଥରେ ଚାର୍ଜ ହେଲେ ଚାଲିବ ୯ ଦିନ

ସାଓମି ଗତ ମାସରେ ରେଡମି ବ୍ରାଣ୍ଡ ଭଳି ପ୍ରଥମ ସ୍ମାର୍ଟ ଓ୍ଵାଚ୍ ଲଞ୍ଚ୍‌ କରିଛି। ପୂର୍ବରୁ ମାର୍କେଟରେ Mi Watch Lite ନାଁରେ ଲଞ୍ଚ କରାଯିବା ନେଇ ଆଶା କରାଯାଉଥିଲା। ଯାହା ଏବେ ଦେଖିବାକୁ ମିଳିଛି। କମ୍ପାନୀ ନିଜ ଫ୍ୟାନ୍ସମାନଙ୍କ ପାଇଁ Mi Watch Lite ଭେଟି ଦେଇଛି । ଏହି ସ୍ମାର୍ଟ ଓ୍ଵାଚର ସବୁଠାରୁ ବଡ଼ ଖାସିୟତ୍ ହେଉଛି ଏହା ଥରେ ଚାର୍ଜ ହେଲେ ୯ ଦିନ ପର୍ଯ୍ୟନ୍ତ ଚାଲିବ। ସାଓମିର ଏହି ଲାଟେଷ୍ଟ ସ୍ମାର୍ଟ ଓ୍ଵାଚ୍ mi.com ରେ ଲିଷ୍ଟ ହୋଇସାରିଛି। କିନ୍ତୁ ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

ଡିଜାଇନ୍ କଥା କହିବାକୁ ଗଲେ ସାଓମିର Mi Watch Lite ଦେଖିବାକୁ ରେଡମି ଓ୍ଵାଚ୍ ଭଳି। କମ୍ପାନୀ ଏହି ଓ୍ଵାଚ୍ ରେ ସ୍କୋୟାର ସେପ୍ ର ସ୍କ୍ରିନ୍ ଦେଇଛି। ବିନା ଷ୍ଟ୍ରାପ୍ (ଫିତା)ରେ ଏହି ଘଣ୍ଟାର ଓଜନ ୩୧ ଗ୍ରାମ ଏବଂ ଷ୍ଟ୍ରାପ୍ ସହ ଓଜନ ୩୫ ଗ୍ରାମ । ମାର୍କେଟରେ ଏହି ଘଣ୍ଟା ଫିଙ୍କ୍, ଆଇବରି, ବ୍ଲାକ୍ ଏବଂ ନେଭି ବ୍ଲୁ କଲର୍ ର ଲଞ୍ଚ କରାଯାଇଛି।

Mi Watch Lite ରେ ୧.୪ ଇଞ୍ଚର TFT କଲର୍ ଟଚ୍ ଡିସପ୍ଲେ ରହିଛି। ଏହା 323 PPI ର ପିକ୍ସଲ ଡେନ୍ସିଟି ସହ ଲଞ୍ଚ ହୋଇଛି। ଘଣ୍ଟାରେ ୨୦ କଷ୍ଟମ ଡାଏଲ୍ ମଧ୍ୟ ରହିଛି। ସ୍ୱାସ୍ଥ୍ୟ ମନିଟରିଂ ପାଇଁ ଏଥିରେ ହାର୍ଟ ରେଟ୍ ମନିଟରିଂ, ଶୋଇବା ଟ୍ରାକିଂ ଏବଂ ବସିବା ମନିଟରିଂ ମଧ୍ୟ ରହିଛି। ଏସବୁ ବ୍ୟତୀତ, ଏହି ସ୍ମାର୍ଟ ଓ୍ଵାଚ୍‌ ୨୪ ଘଣ୍ଟା ହୃଦସ୍ପନ୍ଦନ ପରିବର୍ତ୍ତନକୁ ମଧ୍ୟ ରୋକିପାରେ।

ଏହି ଘଣ୍ଟାରେ ୧୧ ଓ୍ଵାର୍କଆଉଟ୍ ମୋଡ୍ ରହିଛି। ଯେଉଁଥିରେ ଆଉଟଡୋର-ଇନଡୋର ରନିଂ, ସାଇକଲିଂ, ଓ୍ଵାକିଂ ଏବଂ ସ୍ୱିମିଂଗ ମଧ୍ୟ ସାମିଲ୍ ରହିଛି। ସେହିଭଳି ବ୍ୟାଟେରୀ କଥା କହିବାକୁ ଗଲେ ଏହି ଓ୍ଵାଚ୍‌ରେ ଆପଣଙ୍କୁ 230mAh ର ବ୍ୟାଟେରୀ ମିଳିବ । କମ୍ପାନୀର ଦାବି ଅନୁଯାୟୀ, ଏହି ବ୍ୟାଟେରୀ ଥରେ ଚାର୍ଜ ହେଲେ ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago