Below header

ଲଞ୍ଚ୍‌ ହେଲା ସାଓମିର ଦମଦାର୍ Mi Watch Lite, ଥରେ ଚାର୍ଜ ହେଲେ ଚାଲିବ ୯ ଦିନ

ସାଓମି ଗତ ମାସରେ ରେଡମି ବ୍ରାଣ୍ଡ ଭଳି ପ୍ରଥମ ସ୍ମାର୍ଟ ଓ୍ଵାଚ୍ ଲଞ୍ଚ୍‌ କରିଛି। ପୂର୍ବରୁ ମାର୍କେଟରେ Mi Watch Lite ନାଁରେ ଲଞ୍ଚ କରାଯିବା ନେଇ ଆଶା କରାଯାଉଥିଲା। ଯାହା ଏବେ ଦେଖିବାକୁ ମିଳିଛି। କମ୍ପାନୀ ନିଜ ଫ୍ୟାନ୍ସମାନଙ୍କ ପାଇଁ Mi Watch Lite ଭେଟି ଦେଇଛି । ଏହି ସ୍ମାର୍ଟ ଓ୍ଵାଚର ସବୁଠାରୁ ବଡ଼ ଖାସିୟତ୍ ହେଉଛି ଏହା ଥରେ ଚାର୍ଜ ହେଲେ ୯ ଦିନ ପର୍ଯ୍ୟନ୍ତ ଚାଲିବ। ସାଓମିର ଏହି ଲାଟେଷ୍ଟ ସ୍ମାର୍ଟ ଓ୍ଵାଚ୍ mi.com ରେ ଲିଷ୍ଟ ହୋଇସାରିଛି। କିନ୍ତୁ ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

watchଡିଜାଇନ୍ କଥା କହିବାକୁ ଗଲେ ସାଓମିର Mi Watch Lite ଦେଖିବାକୁ ରେଡମି ଓ୍ଵାଚ୍ ଭଳି। କମ୍ପାନୀ ଏହି ଓ୍ଵାଚ୍ ରେ ସ୍କୋୟାର ସେପ୍ ର ସ୍କ୍ରିନ୍ ଦେଇଛି। ବିନା ଷ୍ଟ୍ରାପ୍ (ଫିତା)ରେ ଏହି ଘଣ୍ଟାର ଓଜନ ୩୧ ଗ୍ରାମ ଏବଂ ଷ୍ଟ୍ରାପ୍ ସହ ଓଜନ ୩୫ ଗ୍ରାମ । ମାର୍କେଟରେ ଏହି ଘଣ୍ଟା ଫିଙ୍କ୍, ଆଇବରି, ବ୍ଲାକ୍ ଏବଂ ନେଭି ବ୍ଲୁ କଲର୍ ର ଲଞ୍ଚ କରାଯାଇଛି।

Mi Watch Lite ରେ ୧.୪ ଇଞ୍ଚର TFT କଲର୍ ଟଚ୍ ଡିସପ୍ଲେ ରହିଛି। ଏହା 323 PPI ର ପିକ୍ସଲ ଡେନ୍ସିଟି ସହ ଲଞ୍ଚ ହୋଇଛି। ଘଣ୍ଟାରେ ୨୦ କଷ୍ଟମ ଡାଏଲ୍ ମଧ୍ୟ ରହିଛି। ସ୍ୱାସ୍ଥ୍ୟ ମନିଟରିଂ ପାଇଁ ଏଥିରେ ହାର୍ଟ ରେଟ୍ ମନିଟରିଂ, ଶୋଇବା ଟ୍ରାକିଂ ଏବଂ ବସିବା ମନିଟରିଂ ମଧ୍ୟ ରହିଛି। ଏସବୁ ବ୍ୟତୀତ, ଏହି ସ୍ମାର୍ଟ ଓ୍ଵାଚ୍‌ ୨୪ ଘଣ୍ଟା ହୃଦସ୍ପନ୍ଦନ ପରିବର୍ତ୍ତନକୁ ମଧ୍ୟ ରୋକିପାରେ।

xaomi watchଏହି ଘଣ୍ଟାରେ ୧୧ ଓ୍ଵାର୍କଆଉଟ୍ ମୋଡ୍ ରହିଛି। ଯେଉଁଥିରେ ଆଉଟଡୋର-ଇନଡୋର ରନିଂ, ସାଇକଲିଂ, ଓ୍ଵାକିଂ ଏବଂ ସ୍ୱିମିଂଗ ମଧ୍ୟ ସାମିଲ୍ ରହିଛି। ସେହିଭଳି ବ୍ୟାଟେରୀ କଥା କହିବାକୁ ଗଲେ ଏହି ଓ୍ଵାଚ୍‌ରେ ଆପଣଙ୍କୁ 230mAh ର ବ୍ୟାଟେରୀ ମିଳିବ । କମ୍ପାନୀର ଦାବି ଅନୁଯାୟୀ, ଏହି ବ୍ୟାଟେରୀ ଥରେ ଚାର୍ଜ ହେଲେ ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.