ନୟାଗଡ଼ ନାବାଳିକା ହତ୍ୟା ମାମଲା: ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା, ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ଆବେଦନକାରୀ ୧୫ ଦିନ ମଧ୍ୟରେ ଏସ୍‌ପିଙ୍କ ନିକଟରେ ଆବେଦନ କରିବାକୁ କୁହାଯାଇଛି। ଆବେଦନର ସପ୍ତାହକ ମଧ୍ୟରେ ସୁରକ୍ଷା ନେଇ ଏସ୍‌ପି କାର୍ଯ୍ୟାନୁଷ୍ଠାନ ନେବେ। ସୁରକ୍ଷା ଲୋଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସରପଞ୍ଚ।

ଏପଟେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ନୂଆ ପ୍ରଭାରୀ। ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ CBI ତଦନ୍ତ ଦାବି କରିଛନ୍ତି ନୂଆ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିବା ସହ ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି କହିଛନ୍ତି।

ନାବାଳିକାଙ୍କ ବାପା ଓ ମାଆଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଧାରଣାରେ ସାମିଲ ହୋଇଛନ୍ତି ପୁରନ୍ଦେଶ୍ୱରୀ। ତାଙ୍କ ସହ ବିଜେପିର ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.