Below header

କାର୍‌ କିଣୁଥିବା ଗ୍ରାହକଙ୍କୁ ସହଜରେ ମିଳିବ ଲୋନ୍, ମାରୁତି ଆରମ୍ଭ କଲା ସ୍ମାର୍ଟ ଫାଇନାନ୍ସ

ଦେଶର ସବୁଠାରୁ ବଡ଼ କାର୍‌ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ କାର୍‌ ଚାଳକଙ୍କ ପାଇଁ ଖୁସି ଖବର ନେଇ ଆସିଛି। ମାରୁତି କାର୍‌ ପାଇଁ ଏବେ କମ୍ପାନୀ ଅନଲାଇନ୍ ପ୍ଲାଟଫର୍ମ ‘ସ୍ମାର୍ଟ ଫାଇନାନ୍ସ’କୁ ଲଞ୍ଚ୍ କରିଛି। କମ୍ପାନୀ ଲୋନ ଦେବାପାଇଁ ମଧ୍ୟ ବିଭିନ୍ନ କମ୍ପାନୀ ସହିତ ବୁଝାମଣା କରିଛି। କମ୍ପାନୀ ତାର ବୟାନରେ କହିଛି, ସେ ନିଜ ପ୍ରିମିୟମ ରିଟେଲ ଚେନ ନେକ୍ସା ମାଧ୍ୟମରେ ୩୦ ସହରରେ ଏହି ସର୍ଭିସକୁ ଆରମ୍ଭ କରିବ। ପରେ କମ୍ପାନୀ ଯୋଜନା କରିଛି ଯେ ଚଳିତ ଆର୍ଥିକ ବର୍ଷ ଚତୁର୍ଥ ତ୍ରୟ ମାସରେ ଏହାକୁ ନିଜ ରିଟେଲ ଗ୍ରାହକଙ୍କ ପାଖରେ ପହଞ୍ଚାଇବ ।

ସ୍ମାର୍ଟ ଫାଇନାନ୍ସ ଲଞ୍ଚ୍ କରିବାର କାରଣ

ମାରୁତି ସୁଜୁକିର କହିବାନୁଯାୟୀ, କରୋନା କାଳରେ ଲୋକମାନେ ସାମ୍ନା କରୁଥିବା ଦର ଦାମ ବୃଦ୍ଧି ପରିସ୍ଥିତିରେ ଗ୍ରାହକଙ୍କ କାର୍‌ କିଣିବା ଚିନ୍ତାକୁ ଦୂର କରିବା ପାଇଁ କମ୍ପାନୀ ଏହି ମଞ୍ଚକୁ ଲଞ୍ଚ୍ କରିଛି। ସେହିପରି ପାର୍ବଣ ଋୁତରେ କାର୍‌ ବିକ୍ରିକୁ ନେଇ କମ୍ପାନୀ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଉଛି।

ଏହି ପାର୍ବଣରେ ମଧ୍ୟ କାର୍‌ ବିକ୍ରି ସେତିକି ଖରାପ ହୋଇନାହିଁ ଯେତିକି କମ୍ପାନୀ ଭାବିଥିଲା। ଏହାର ଅର୍ଥ କରୋନା କାଳରେ ବି କାର୍‌ କିଣିବା ଉପରେ କୌଣସି ପ୍ରଭାବ ପଡିନାହିଁ ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.