ଟେକ୍

ସୁନେଲି ଅଫର୍‌ ହାତଛଡ଼ା କରନ୍ତୁ ନାହିଁ…ମାତ୍ର ୪୪୯ ଟଙ୍କାରେ କିଣନ୍ତୁ 6GB ର‍୍ୟାମ୍‌ର ସ୍ମାର୍ଟଫୋନ

ଯଦି ଆପଣ କମ୍‌ ଦାମ୍‌ରେ ବେଷ୍ଟ୍‍ ପରଫର୍ମାନ୍ସ ବାଲା ହ୍ୟାଣ୍ଡ୍‌ସେଟ କିଣିବାକୁ ଚାହୁଁଛନ୍ତି, ତ Tecno Spark 8C ଆପଣଙ୍କ ପାଇଁ ଏକ ବଢ଼ିଆ ‘ଭାଲ୍ୟୁ ଫର୍‌ ମନି’ ସ୍ମାର୍ଟଫୋନ ହୋଇ ପାରିବ। କମ୍ପାନୀ ଏହାକୁ ୬ ଜିବି ର‍୍ୟାମ୍‌ (୩ ଜିବି + ୩ ଜିବି) ବାଲା ସବୁଠାରୁ ଶସ୍ତା ସ୍ମାର୍ଟଫୋନ ରୂପେ ଭାରତରେ ଲଞ୍ଚ୍‌ କରିଥିଲା। ଆମାଜନ ଇଣ୍ଡିଆରେ ଏହି ଫୋନ ଏବେ ଡିଲ୍‌ ଅଫ୍‌ ଦ ଡେ’ ଅଫର୍‌ ସହିତ ଲିଷ୍ଟ୍‍ ଅଛି ଏବଂ ଏହାର ଦାମ୍‌ ରହିଛି ୭,୯୯୯ ଟଙ୍କା। ଫୋନ୍‌ କିଣିବା ସମୟରେ ଯଦି ଆପଣ ICICI ବ୍ୟାଙ୍କ, RBL ବ୍ୟାଙ୍କ କିମ୍ବା କୋଟାକ ବ୍ୟାଙ୍କର କ୍ରେଡିଟ୍‌ କାର୍ଡରୁ ପେମେଣ୍ଟ (EMI ଟ୍ରାଞ୍ଜାକ୍ସନ) କରିବେ, ତ ଆପଣଙ୍କୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ମିଳି ପାରିବ।

ସବୁଠାରୁ ଖାସ୍‌ କଥା ହେଉଛି, କମ୍ପାନୀ ଏହି ଫୋନ୍‌ ଉପରେ ୭,୫୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ଦେଉଛି। ଏମିତିରେ ଯଦି ଆପଣଙ୍କୁ ପୁରୁଣା ଫୋନ ବଦଳରେ ଫୁଲ୍‌ ଏକ୍ସଚେଞ୍ଜ ଭାଲ୍ୟୁ ମିଳୁଛି, ତା’ ହେଲେ ଟେକ୍ନୋର ଏହି ସ୍ମାର୍ଟଫୋନ ଆପଣଙ୍କୁ ୭,୯୯୯-୭,୫୫୦ ଅର୍ଥାତ୍‌ ମାତ୍ର ୪୪୯ ଟଙ୍କାରେ ମିଳି ପାରିବ।

Tecno Spark 8Cର ଫିଚର ଏବଂ ସ୍ପେସିଫିକେସନ

ଫୋନରେ କମ୍ପାନୀ ୩ ଜିବି ର‍୍ୟାମ୍‌ ସହିତ ୩ ଜିବି ଏକ୍ସଟେଣ୍ଡେଡ୍‌ ର‍୍ୟାମ୍‌ ଅର୍ଥାତ୍‌ ମୋଟ ୬ ଜିବି ର‍୍ୟାମ୍‌ ଅଫର୍‌ କରୁଛି। ଫୋନ ୬୪ ଜିବିର ଇଣ୍ଟରନାଲ୍‌ ଷ୍ଟୋରେଜ ସହିତ ଆସୁଥିବା ବେଳେ ମାଇକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ଏହାର ଷ୍ଟୋରେଜ୍‌କୁ ଆପଣ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଇ ମଧ୍ୟ ପାରିବେ। କମ୍ପାନୀ ଏହି ଫୋନରେ 90Hz ରିଫ୍ରେଶ୍‌ ରେଟ୍‌ ଏବଂ 480 ନିଟ୍‌ସର ପିକ୍‌ ବ୍ରାଇଟ୍‌ନେସ ସହିତ 6.6 ଇଞ୍ଚର ଏଚ୍‌ଡି + ଡିସ୍‌ପ୍ଲେ ଦେଉଛି।

କ୍ୟାମେରା ଏବଂ ବ୍ୟାଟେରୀ

ଓକ୍ଟା-କୋର୍‌ ପ୍ରୋସେସର ସହିତ ଆସୁଥିବା ଏହି ଫୋନର ରିୟରରେ ଏଲ୍‌ଇଡି ଫ୍ଲାଶ୍‌ ସହ ଡୁଆଲ କ୍ୟାମେରା ସେଟ୍‌ଅପ ଦିଆଯାଇଛି। ଏଥିରେ ୧୩ ମେଗାପିକ୍ସଲର ପ୍ରାଇମେରୀ ଲେନ୍ସ ସହିତ ଏକ AI ସେନ୍ସର ରହିଛି। ସେପଟେ ସେଲ୍ଫି ପାଇଁ ମଧ୍ୟ ଏହି ଫୋନରେ କମ୍ପାନୀ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦେଇଛି। ଫୋନକୁ ପାଓ୍ଵାର ଦେବା ପାଇଁ ଏଥିରେ 5000mAhର ବ୍ୟାଟେରୀ ଦିଆଯାଇଛି। ଏହି ବ୍ୟାଟେରୀ ଅଲ୍‌ଟ୍ରା ପାଓ୍ଵାର ସେଭିଙ୍ଗ୍‌ ମୋଡ୍‌ ସହିତ ଆସୁଛି। ତେଣୁ ଆପଣ ଆଉ ଡେରି ନ କରି ତୁରନ୍ତ ଏହି ଅଫର୍‌ର ଫାଇଦା ଉଠାନ୍ତୁ।

Roshni

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

55 seconds ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

19 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

25 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

31 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

40 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago