ଆଧ୍ୟାତ୍ମିକ

ମା ବିରଜାଙ୍କ ଲାଖବିନ୍ଧା ପର୍ବ: ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳେନି ଅନ୍ୟ କୌଣସି ଦେବୀ ପୀଠରେ

ଯାଜପୁର ଟାଉନ୍(କେନ୍ୟୁଜ୍): ଚାଲିଛି ଜଗତଜନନୀ ମା ଙ୍କ ଆରାଧନା । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ମାଆଙ୍କ ପୀଠ। ତେବେ ଏହି ନବରାତ୍ର ପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ। ମାଆଙ୍କ ଦୁର୍ଗୋତ୍ସବର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ନବ ରାତ୍ର ଆରମ୍ଭ ଠାରୁ ମାଆଙ୍କ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି ।

ତେବେ ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଅପରାହ୍ନରେ ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତ ହୋଇଛି । ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ଯଥା ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମାଆଙ୍କ ବିଜେପ୍ରତିମା କୁ ଲାଖବିନ୍ଧା ପଡିଆକୁ ନିଆଯାଇଥିଲା। ସେଠାରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ଵାବଧାନରେ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ପରମ୍ପରା ଅନୁସାରେ ସମାଜରୁ ପାପ ନାଶ କରିବା ଉଦ୍ଦେଶ୍ୟରେ ଚତୁର୍ଦିଗକୁ ସର କ୍ଷେପଣ କରାଯାଇଥିଲା।

ପରେ ନଅରପଦା ଦେଇ ମାଙ୍କ ବିଜେ ପ୍ରତିମାକୁ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିର ପ୍ରବେଶ କରାଯାଇଥିଲା । ଏଭଳି ନିଆରା ପରମ୍ପରା ଅନ୍ୟ କୌଣସି ଦେବୀ ପୀଠରେ ଦେଖିବାକୁ ମିଳି ନଥାଏ। ମାଙ୍କ ଲାଖବିନ୍ଧା ପର୍ବକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ମନ୍ଦୀର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହି ପର୍ବ ରେ ଶତାଧିକ ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥିଲେ। ସମଗ୍ର ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଜି ମାଙ୍କ ପୀଠ ରେ ବିଜୟା ଦଶମୀ ପାଳିତ ହେବ।

ସେହିପରି ମାଙ୍କ ଷୋଡଶ ଉପଚାରରେ ପୂଜା ଜାରି ରହିଥିବା ବେଳେ ଏହି ନବରାତ୍ର ଅବସର ରେ ମାଙ୍କ ଗର୍ଭ ଗୃହକୁ ଯାଇ ଶ୍ରଦ୍ଧାଳୁଙ୍କୁ ପାଦ ଦର୍ଶନ ଓ ମୁଖ ଦର୍ଶନର ସୁଯୋଗ ମିଳିଥାଏ । ସେପଟେ ଦୈନିକ ଶାସନ ବ୍ରାହ୍ମଣ ମାନେ ପବିତ୍ର ବୈତରଣୀରୁ ଜଳ ଆଣି ମାଙ୍କୁ ସ୍ନାନ କରିଥାନ୍ତି। ମାଙ୍କ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 

Sonalisa

Recent Posts

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

11 mins ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

30 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

32 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

1 hour ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

1 hour ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

1 hour ago