ମନୋରଂଜନ

ବଲିଉଡ ପାଇଁ ପୁଣି ଦୁଃଖଦ ଖବର: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର, ଖୁବ୍ ଶୀଘ୍ର ଚିକିତ୍ସା ପାଇଁ ଯିବେ ଆମେରିକା

ମୁମ୍ବାଇ: ବଲିଉଡ ପାଇଁ ପୁଣି ଦୁଃଖଦ ଖବର । ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ଖବରଟି ହେଉଛିକି ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର । ସେ ବର୍ତ୍ତମାନ ଫୁସ୍‌ଫୁସ୍‌ କର୍କଟ ରେ ଆକ୍ରାନ୍ତ ଥିବା ଜଣାପଡିଛି । ଯାହା ସୁଚନା ମିଳିଛି ତାଙ୍କର ଷ୍ଟେଜ୍‌-୩ ଫୁସ୍‌ଫୁସ୍‌ କ୍ୟାନ୍‌ସର ସଂପର୍କରେ ଜଣା ପଡ଼ିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ଖୁବ୍ ଶୀଘ୍ର ଆମେରିକା ଯିବେ।

୬୧ ବର୍ଷୀୟ ସଞ୍ଜୟ ଏ ସଂପର୍କରେ ନିଜେ ଟ୍ବିଟ୍‌ କରି ଖବର ଦେଇଛନ୍ତି । ଏହି ଖବର ପ୍ରଚାର ହେବାପରେ ତାଙ୍କ ପ୍ରଶଂସକଙ୍କ ଭିତରେ ଚିନ୍ତା ବଢ଼ିଯାଇଛି। ସୋସିଆଲ ମିଡିଆରେ ସଞ୍ଜୟଙ୍କ ପାଇଁ ପ୍ରାର୍ଥନା ଏବଂ ଆରୋଗ୍ୟ କାମନା କରି ଅନେକ ବାର୍ତ୍ତା ଆସିବାରେ ଲାଗିଛି। ତେବେ ଯାହା ଖବର ମିଳିଛି ସଞ୍ଜୟ ଏବେ ଚିକିତ୍ସା ପାଇଁ ସମସ୍ତ ସୁଟିଂକୁ କ୍ଯାନସଲ୍ କରିଦେଇଛନ୍ତି। ଏହାସହ ଦର୍ଶକ ମାନଙ୍କ ପ୍ରେମ ଏବଂ ଶୁଭେଚ୍ଛା ସହିତ ସେ ଶୀଘ୍ର ଭଲ ହୋଇ ଫେରି ଆସିବେ ବୋଲି ଟ୍ୱିଟ କରିଛନ୍ତି।

ସୂଚନା ମୁତାବକ, ସଞ୍ଜୟ ଦତ୍ତଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ, ସେ ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ କରୋନା ସ୍ଥିତି ଚାଲିଥିବାରୁ ତାଙ୍କର ପ୍ରଥମେ କରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ୍‌ ମଧ୍ୟ ଆସିଥିଲା। ମାତ୍ର ଗତକାଲି ‌ତାଙ୍କର କ୍ୟାନସର ହୋଇଥିବା ଜଣାପଡ଼ିବା ପରେ ସଞ୍ଜୟଙ୍କ ସହ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଓ ସଲ୍‌ମାନ ଖାନ୍‌ କଥା ହେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସଞ୍ଜୟ କାହା ସହିତ ବି କଥା ହୋଇନଥିବା ତାଙ୍କର ଜଣେ ସହଯୋଗୀ କହିଛନ୍ତି।

ଅଭିନେତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଏକ ସାକ୍ଷାତକାରରେ କହିଛନ୍ତି କି, “ବାବା ଅତ୍ୟନ୍ତ ଦୁଃଖିତ ଅଛନ୍ତି। ତାଙ୍କର ଛୋଟ ସନ୍ତାନ ଥିବାରୁ ସେ ଖୁବ୍ ଚିନ୍ତିତ । ସେମାନେ ବର୍ତ୍ତମାନ ମାଆଙ୍କ ସହ ଦୁବାଇରେ ଅଛନ୍ତି। କିନ୍ତୁ ସେମାନଙ୍କୁ ଏହି ଭୟଙ୍କର ଖବର ଭାଙ୍ଗିଦେବ ବୋଲି ସେ କହିଛନ୍ତି।

Sonalisa

Recent Posts

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୬ ପର୍ଯ୍ୟନ୍ତ କରିପାରିବେ ଆବେଦନ

କଟକ (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ…

11 mins ago

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ପ୍ରାଣ ଗଲା

ସୋରଡା(କେନ୍ୟୁଜ୍): ଆଜିକାଲି ବଢିଚାଲିଛି ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ପୋକ ମାଛି ଭାବି ମଣିଷ ମଣିଷର ଜୀବନ ନେବାକୁ…

17 mins ago

ଲଞ୍ଚ ହେଲା Vivoର ପ୍ରଥମ ଫୋଲଡେବଲ୍‌ ଫୋନ, ମନ ଇଚ୍ଛା ଫୋଲ୍ଡ କରିବେ ୟୁଜର୍ସ

ଭାରତୀୟ ବଜାରରେ ୟୁଜର୍ସଙ୍କ ପାଇଁ ଭିଭୋର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । Vivo X Fold 3…

30 mins ago

ଗାଁ ମୁହାଁ ୨୭ ଟିକିଆ ହାତୀପଲ, ଜଙ୍ଗଲ ମଧ୍ୟକୁ ନଯିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ

କରଞ୍ଜିଆ (କେନ୍ୟୁଜ): ପୁଣି ବାହୁଡିଲେ ୨୭ ଟିକିଆ ହାତୀପଲ । ସକାଳୁ ସକାଳୁ କେନ୍ଦୁଝର ବୈତରଣୀ ନଦୀ ପାର ହେଇ…

39 mins ago

ନିର୍ବାଚନ ସରିବା ପରେ ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

2 hours ago

ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର ।…

2 hours ago