Below header

ବଲିଉଡ ପାଇଁ ପୁଣି ଦୁଃଖଦ ଖବର: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର, ଖୁବ୍ ଶୀଘ୍ର ଚିକିତ୍ସା ପାଇଁ ଯିବେ ଆମେରିକା

ମୁମ୍ବାଇ: ବଲିଉଡ ପାଇଁ ପୁଣି ଦୁଃଖଦ ଖବର । ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ଖବରଟି ହେଉଛିକି ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର । ସେ ବର୍ତ୍ତମାନ ଫୁସ୍‌ଫୁସ୍‌ କର୍କଟ ରେ ଆକ୍ରାନ୍ତ ଥିବା ଜଣାପଡିଛି । ଯାହା ସୁଚନା ମିଳିଛି ତାଙ୍କର ଷ୍ଟେଜ୍‌-୩ ଫୁସ୍‌ଫୁସ୍‌ କ୍ୟାନ୍‌ସର ସଂପର୍କରେ ଜଣା ପଡ଼ିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ଖୁବ୍ ଶୀଘ୍ର ଆମେରିକା ଯିବେ।

sanjay dutt1୬୧ ବର୍ଷୀୟ ସଞ୍ଜୟ ଏ ସଂପର୍କରେ ନିଜେ ଟ୍ବିଟ୍‌ କରି ଖବର ଦେଇଛନ୍ତି । ଏହି ଖବର ପ୍ରଚାର ହେବାପରେ ତାଙ୍କ ପ୍ରଶଂସକଙ୍କ ଭିତରେ ଚିନ୍ତା ବଢ଼ିଯାଇଛି। ସୋସିଆଲ ମିଡିଆରେ ସଞ୍ଜୟଙ୍କ ପାଇଁ ପ୍ରାର୍ଥନା ଏବଂ ଆରୋଗ୍ୟ କାମନା କରି ଅନେକ ବାର୍ତ୍ତା ଆସିବାରେ ଲାଗିଛି। ତେବେ ଯାହା ଖବର ମିଳିଛି ସଞ୍ଜୟ ଏବେ ଚିକିତ୍ସା ପାଇଁ ସମସ୍ତ ସୁଟିଂକୁ କ୍ଯାନସଲ୍ କରିଦେଇଛନ୍ତି। ଏହାସହ ଦର୍ଶକ ମାନଙ୍କ ପ୍ରେମ ଏବଂ ଶୁଭେଚ୍ଛା ସହିତ ସେ ଶୀଘ୍ର ଭଲ ହୋଇ ଫେରି ଆସିବେ ବୋଲି ଟ୍ୱିଟ କରିଛନ୍ତି।

sanjay dutta admitedସୂଚନା ମୁତାବକ, ସଞ୍ଜୟ ଦତ୍ତଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ, ସେ ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ କରୋନା ସ୍ଥିତି ଚାଲିଥିବାରୁ ତାଙ୍କର ପ୍ରଥମେ କରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ୍‌ ମଧ୍ୟ ଆସିଥିଲା। ମାତ୍ର ଗତକାଲି ‌ତାଙ୍କର କ୍ୟାନସର ହୋଇଥିବା ଜଣାପଡ଼ିବା ପରେ ସଞ୍ଜୟଙ୍କ ସହ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଓ ସଲ୍‌ମାନ ଖାନ୍‌ କଥା ହେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସଞ୍ଜୟ କାହା ସହିତ ବି କଥା ହୋଇନଥିବା ତାଙ୍କର ଜଣେ ସହଯୋଗୀ କହିଛନ୍ତି।

sanjayଅଭିନେତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଏକ ସାକ୍ଷାତକାରରେ କହିଛନ୍ତି କି, “ବାବା ଅତ୍ୟନ୍ତ ଦୁଃଖିତ ଅଛନ୍ତି। ତାଙ୍କର ଛୋଟ ସନ୍ତାନ ଥିବାରୁ ସେ ଖୁବ୍ ଚିନ୍ତିତ । ସେମାନେ ବର୍ତ୍ତମାନ ମାଆଙ୍କ ସହ ଦୁବାଇରେ ଅଛନ୍ତି। କିନ୍ତୁ ସେମାନଙ୍କୁ ଏହି ଭୟଙ୍କର ଖବର ଭାଙ୍ଗିଦେବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.