ଆଜି ଦିନ ସାଢେ ୧୨ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଦିନ ସାଢେ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କିମ୍ବା ନିଜ କଲେଜରୁ ପରୀକ୍ଷା ଫଳ ପାଇପାରିବେ । www.orissaresult.nic.in ୱେବ୍‌ସାଇଟ୍‌ ମାଧ୍ୟମରେ ପରୀକ୍ଷାଫଳ ଜାଣି ହେବ ।

ସେହିପରି କଲେଜ ଗୁଡିକ www.samsodisha.gov.in A-ସ୍ପେସ୍‌ରେ ନିଜ କଲେଜର ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି । ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଚଳିତମାସ ଶେଷ ସପ୍ତାହରେ କଳା ପରୀକ୍ଷାଫଳ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.