ସରକାରୀ ଯୋଜନା ସାତ ସପନ, ଭିନ୍ନକ୍ଷମ ଦଳିତ ପରିବାରକୁ ମିଳୁନି ସାହାର୍ଯ୍ଯ

ଯାଜପୁର ଟାଉନ(କେନ୍ଯୁଜ୍): ସରକାରୀ ଆବାସ ପ୍ରଦାନ କ୍ଷେତ୍ରରେ କରାଯାଉଛି ପାତରଅନ୍ତର । ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ଆବସ ପ୍ରଦାନ କରାଯାଉଥିବାବେଳେ ବହୁ ଗରବ ପରିବାରଙ୍କୁ ମିଳୁନାହିଁ ସରକାରୀ ଆବାସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ଅସନପୁର
ପଂଚାୟତରେ । ପଂଚାୟତର କଣ୍ଟାବଣିଆ ଡିହସାହି ଗ୍ରାମର କୈଳାସ ଚନ୍ଦ୍ର ମଲ୍ଲିକ ଜଣେ ଦଳିତ ଗରିବ ବ୍ୟକ୍ତି । କୈଳାସ ମଲ୍ଲିକଙ୍କ ସ୍ତ୍ରୀ ସାବିତ୍ରୀ ମଲ୍ଲିକଙ୍କ ସମେତ ୭ ପରିବାର ସଦସ୍ୟ । ପୁଅ ଚିତ୍ତରଂଜନ ମଲ୍ଲିକ(୩୪) ଏବଂ ଝିଅ ମଧୁସ୍ମିତା(୩୨) ମାନସିକ ବିକୃତି(ଭିନ୍ନକ୍ଷମ) ।

jajpur1ରହିବାକୁ ଝାଟିମାଟି ଛଣଛପର ଘର ଖଣ୍ଡେ । ୨ ବର୍ଷରେ ଥରେ ଘରେ ଛଣଛପର ପକାଯାଏ । ମାତ୍ର ଘର ଖଣ୍ଡେ ପାଇଁ ବାରମ୍ବାର ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ, ବିଧାୟକଙ୍କୁ ଗୁହାରି କଲେ ମଧ୍ୟ ଏପର୍ଯ୍ୟନ୍ତ ଘର ଖଣ୍ଡେ ମିଳିପାରିନାହିଁ । ଅନ୍ୟପକ୍ଷରେ ଆଗୁଆ ୨୦ ହଜାର ଟଙ୍କା ଦେଇନପାରିବାରୁ ତାଙ୍କୁ ଘର ମିଳିପାରୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି। ମାତ୍ର ଏହି ବ୍ଲକରେ ୨ ମହଲା କୋଠାଧାରୀ, ସରକାରୀ କର୍ମଚାରୀ, ଗୋଟିଏ ପରିବାରକୁ ୨/୩ଟି ଲେଖାଏଁ ଆବାସ ପ୍ରଦାନ କରାଯାଉଥିବାବେଳେ କୈଳାସ ଚନ୍ଦ୍ର ମ୍ଲଲିକଙ୍କ ପରି ଗରିବ, ଦଳିତ ଏବଂ ଭିନ୍ନକ୍ଷମ ପରିବାରକୁ ସରକାରୀ ଆବାସ ଖଣ୍ଡେ ମିଳିବା ଯେପରି ସାତ ସପନ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.