ମନୋରଂଜନ

ବିପଦ ସହିତ ଖେଳିବେ ଟେଲି ଦୁନିଆର ବୋହୂ, ଖତରୋଁ କେ ଖିଲାଡି ୧୨ ନଜର ଆସିପାରନ୍ତି ଶିବାଙ୍ଗୀ

ଟେଲି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ଖୁବଶୀଘ୍ର ଖତରୋଁ କେ ଖିଲାଡି -୧୨ରେ ନଜର ଆସିବେ । ବର୍ତ୍ତମାନ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଶୋ ଖତରୋ କେଁ ଖିଲାଡି-୧୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ମାତାମାନେ ଏହି ଶୋ ପାଇଁ ଟିଭି ଏବଂ ଫିଲ୍ମ ଜଗତ ସହିତ ଜଡିତ ଷ୍ଟାରଙ୍କ ନିକଟକୁ ଅଫର ଆପ୍ରୋଚ କରୁଛନ୍ତି। ଖତରୋଁ କେ ଖିଲାଡିରେ ବର୍ତ୍ତମାନ ଶିବଙ୍ଗୀ ଯୋଶୀଙ୍କ ନାମ ସାମିଲ୍‌ ହୋଇଥିବା ଖବର ମିଳିଛି। ଶିବାଙ୍ଗୀ ବର୍ତ୍ତମାନ କଲର୍ସ ଚ୍ୟାନେଲର ‘ବାଲିକା ବଧୂ ୨’ରେ ନଜର ଆସୁଛନ୍ତି । ଯଦି ସବୁ କିଛି ଠିକ୍ ହୁଏ, ତେବେ ସେ ଶୀଘ୍ର ଟେଲି ଦୁନିଆର ଏହି ବୋହୂ ବିପଦ ସହିତ ଖେଳୁଥିବା ନଜର ଆସିବେ।

ସୂଚନା ଅନୁଯାୟୀ, ଖତରୋଁ କେ ଖିଲାଡି ୧୨ ର ନିର୍ମାତା ଏହି ଅଭିନେତ୍ରୀଙ୍କୁ ସାମିଲ୍‌ କରିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ଶିବାଙ୍ଗୀ ଯୋଶୀ କୌଣସି ରିଆଲିଟି ଶୋରେ ଅଂଶଗ୍ରହଣ କରିନାହାଁନ୍ତି। ଏଭଳି ପରିସ୍ଥିତିରେ, ଏହି ଶୋ ’ତାଙ୍କ କ୍ୟାରିୟରର ମୋଡ଼ ବଦଳାଇପାରେ।

ବର୍ତ୍ତମାନ ପର୍ଯ୍ୟନ୍ତ, ରୋହିତ ଶେଟ୍ଟୀଙ୍କ ଶୋ’ରେ ବିଗ୍ ବସ୍ -୧୫ର ଫେମ୍‌ ସିମ୍ବା ନାଗପାଲ, ପ୍ରତୀକ ସହଜପାଲ, ଉମର ରିଆଜ ଏବଂ ରୁବିନା ଦିଲାଇକ ଭଳି ଅନେକ କଳାକାରଙ୍କ ନାମ ଯୋଡା ଯାଉଛି । ଏନେଇ ଶିବାଙ୍ଗୀର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Also Read : ଭଣଜା ଭାଣିଜୀଙ୍କୁ ଡ୍ୟାନ୍ସ ଶିଖାଇଲେ ସଲମାନ, ଭିଡିଓ ଭାଇରଲ

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago