ବିପଦ ସହିତ ଖେଳିବେ ଟେଲି ଦୁନିଆର ବୋହୂ, ଖତରୋଁ କେ ଖିଲାଡି ୧୨ ନଜର ଆସିପାରନ୍ତି ଶିବାଙ୍ଗୀ

ଟେଲି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ଖୁବଶୀଘ୍ର ଖତରୋଁ କେ ଖିଲାଡି -୧୨ରେ ନଜର ଆସିବେ । ବର୍ତ୍ତମାନ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଶୋ ଖତରୋ କେଁ ଖିଲାଡି-୧୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ମାତାମାନେ ଏହି ଶୋ ପାଇଁ ଟିଭି ଏବଂ ଫିଲ୍ମ ଜଗତ ସହିତ ଜଡିତ ଷ୍ଟାରଙ୍କ ନିକଟକୁ ଅଫର ଆପ୍ରୋଚ କରୁଛନ୍ତି। ଖତରୋଁ କେ ଖିଲାଡିରେ ବର୍ତ୍ତମାନ ଶିବଙ୍ଗୀ ଯୋଶୀଙ୍କ ନାମ ସାମିଲ୍ ହୋଇଥିବା ଖବର ମିଳିଛି। ଶିବାଙ୍ଗୀ ବର୍ତ୍ତମାନ କଲର୍ସ ଚ୍ୟାନେଲର ‘ବାଲିକା ବଧୂ ୨’ରେ ନଜର ଆସୁଛନ୍ତି । ଯଦି ସବୁ କିଛି ଠିକ୍ ହୁଏ, ତେବେ ସେ ଶୀଘ୍ର ଟେଲି ଦୁନିଆର ଏହି ବୋହୂ ବିପଦ ସହିତ ଖେଳୁଥିବା ନଜର ଆସିବେ।
ସୂଚନା ଅନୁଯାୟୀ, ଖତରୋଁ କେ ଖିଲାଡି ୧୨ ର ନିର୍ମାତା ଏହି ଅଭିନେତ୍ରୀଙ୍କୁ ସାମିଲ୍ କରିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ଶିବାଙ୍ଗୀ ଯୋଶୀ କୌଣସି ରିଆଲିଟି ଶୋରେ ଅଂଶଗ୍ରହଣ କରିନାହାଁନ୍ତି। ଏଭଳି ପରିସ୍ଥିତିରେ, ଏହି ଶୋ ’ତାଙ୍କ କ୍ୟାରିୟରର ମୋଡ଼ ବଦଳାଇପାରେ।
View this post on Instagram
ବର୍ତ୍ତମାନ ପର୍ଯ୍ୟନ୍ତ, ରୋହିତ ଶେଟ୍ଟୀଙ୍କ ଶୋ’ରେ ବିଗ୍ ବସ୍ -୧୫ର ଫେମ୍ ସିମ୍ବା ନାଗପାଲ, ପ୍ରତୀକ ସହଜପାଲ, ଉମର ରିଆଜ ଏବଂ ରୁବିନା ଦିଲାଇକ ଭଳି ଅନେକ କଳାକାରଙ୍କ ନାମ ଯୋଡା ଯାଉଛି । ଏନେଇ ଶିବାଙ୍ଗୀର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Also Read : ଭଣଜା ଭାଣିଜୀଙ୍କୁ ଡ୍ୟାନ୍ସ ଶିଖାଇଲେ ସଲମାନ, ଭିଡିଓ ଭାଇରଲ