ଭଣଜା ଭାଣିଜୀଙ୍କୁ ଡ୍ୟାନ୍ସ ଶିଖାଇଲେ ସଲମାନ, ଭିଡିଓ ଭାଇରଲ

ବଲିଉଡର ଭାଇଜାନ ଏବେ ଦୁବାଇରେ ‘ ଦ-ବ୍ୟାଙ୍ଗ ଦ ଟୁର ରିଲୋଡେଡ’ କର୍ନସଣ୍ଟରେ ରହିଛନ୍ତି। ଏଠାକୁ ବଲିଉଡରେ ଅନେକ ସେଲିବ୍ରିଟି ମଧ୍ୟ ଯାଇଛନ୍ତି। ସୋସିଆଲ ମିଡିଆରେ ସଲମାନଙ୍କର ଏହି କର୍ନସଣ୍ଟର ଭିଡିଓ ଭାଇରଲ ହେଉଛି। ସଲମାନ ଏଠାରେ ଅର୍ପିତା ଏବଂ ଆୟୁଷଙ୍କ ପୁଅ ଏବଂ ଝିଅଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି। ନିକଟରେ ଏକ ଭିଡିଓ ଭାଇରଲ ହୋଇଥିଲା ଯେଉଁଥିରେ ସଲମାନ ଭଣଜା ଆହିଲ ଏବଂ ଭାଣିଜୀ ଆୟତଙ୍କ ସହିତ ମସ୍ତି କରୁଥିବାର ନଜର ଆସିଥିଲେ।
ସଲମାନ ସେଠାର ଛୋଟ ଭାଣିଜୀ ଆୟତ ଏବଂ ଭଣଜା ଆହିଲ ସହିତ ‘ଅଲ୍ଲା ଦୁହାଇ, ହୁଡ ହୁଡ ଦବଙ୍ଗ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ସଲମାନ ନିଜ ଭଣଜା ଭାଣିଜୀଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଭାଇରଲ ଭୟାନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ଦେଖି ଫ୍ୟାନ୍ସ ବେଶ୍ ଖୁସି ରହିଛନ୍ତି।
View this post on Instagram
ଏବେ ସଲମାନ ବହୁତ ବ୍ୟସ୍ତ ରହିଛନ୍ତି। ଦବଙ୍ଗ ଟୁର୍ ଟିମ୍ ସହିତ ଦୁବାଇକୁ ପୂଜା ହେଗେଡ, ସୋନାକ୍ଷୀ ସିହ୍ନା, ସଇ ମଞ୍ଜେରକର, ଦିଶା ପଟାନୀ ପ୍ରମୁଖ ଯାଇଛନ୍ତି। ଏହାଛଡା ସଲମାନଙ୍କର ଏବେ ‘ଟାଇଗର ୩’ର ସୁଟିଂରୁ ଫ୍ରି ରହିଛନ୍ତି। ଦିଲ୍ଲୀରେ କ୍ୟାଟ୍ରିନା ଏବଂ ସଲମାନ ଟାଇଗର ୩ର ସୁଟିଂ ସାରିଛନ୍ତି।