Below header

ରୁଷ ଆକ୍ରମଣ ଯୋଗୁଁ ୟୁକ୍ରେନରେ ଏପର୍ଯ୍ୟନ୍ତ ୨୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ : ଜାତିସଂଘ

ୟୁକ୍ରେନ ଉପରେ ରୁଷ ଲଗାତର ଆକ୍ରମଣ କରି ଚାଲିଛି । ଯୁଦ୍ଧ ଆଜିକୁ ୪ ଦିନ ଧରି ଲାଗିରହିଛି। ରୁଷ ସେନା ୟୁକ୍ରେନ ଉପରେ ମିସାଇଲ୍, ରକେଟ୍ ଆଦ ଦ୍ୱାରା ଆକ୍ରମଣ କରିଚାଲିଛନ୍ତି । କେବଳ ଏତିକି ନୁହେଁ ଗ୍ୟାସ୍‌ ପାଇପ ଲାଇନ ବିସ୍ଫୋରଣ କରିସାରିଲାଣି। ରାଜଧାନୀ କିଭ୍ ଉପରେ ରୁଷ ଆକ୍ରମଣ କରି ଅଧିକାଂଶ ସହର ଉପରେ କବଜା କରିବା ଆରମ୍ଭ କରିସାରିଲାଣି । ତେବେ ଏହା ଭିତରେ ୟୁକ୍ରେନର ୨୪୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇସାରିଲେଣି। ମୃତକଙ୍କ ସଂଖ୍ୟା ଆହୁରି ଅଧିକ ବଢିପାରେ। ସେପଟେ ରାଷ୍ଟ୍ରପତି ଜେଲେନସ୍କି, ଆମେରିକାରେ ଦେଶ ଛାଡ଼ିବା ପ୍ରସ୍ତାବକୁ ଫେରାଇ ଦେଇଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି ।

ରୁଷ କିଭ୍‌ର ତେଲ ଡିପୋ ଉପରେ ମଧ୍ୟ ମିସାଇଲ ଆକ୍ରମଣ କରିଛି। ଏହା ପରେ ସହରରେ ଲୋକେ ନିଶ୍ୱାସ ନେବା ମୁସ୍କିଲ ହୋଇପଡିଛି। ଏହାମଧ୍ୟରେ ଘରୁ ନ ବାହାରିବା ପାଇଁ ୟୁକ୍ରେନ ଚେତାବନୀ ଦେଇଛି। ସେହିପରି ୟକ୍ରେନ ସପୋର୍ଟ ପାଇଁ ପଶ୍ଚିମ ଦେଶଗୁଡିକୁ କୃତଜ୍ଞତା ଜଣାଇଛନ୍ତି।

ୟୁଟ୍ୟୁବ ନେଲା ପଦକ୍ଷେପ:

ୟୁଟ୍ୟୁବ ମଧ୍ୟ ରୁଷ ଉପରେ ପ୍ରତିବନ୍ଧକ ଲଗାଇଛି। ୟୁଟ୍ୟୁବ ରୁଷର ସମସ୍ତ ଚ୍ୟାନେଲକୁ ୟୁଟ୍ୟୁବରେ ଆସୁଥିବା ଆଡଭର୍ଟଟାଇଜମେଣ୍ଟରେ ମିଳୁଥିବା ପଇସାକୁ ବନ୍ଦ କରିଦେଇଛି।

ଅନ୍ୟପଟେ ମିଶନ ଗଙ୍ଗା ଜରିଆରେ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଆଣିବାକୁ ଚେଷ୍ଟା କରାଯାଉଛି । ଆଜି ଓ କାଲି ମଧ୍ୟରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାରତକୁ ଫେରିଛନ୍ତି । ଏବେସୁଦ୍ଧା ଆହୁରି ଛାତ୍ରଛାତ୍ରୀ ଫସିରହିଥିବା ସୂଚନା ମିଳିଛି ।

Also Read : ୟୁକ୍ରେନର ଗ୍ୟାସ୍‌ ପାଇପ୍‌ଲାଇନ ଉଡାଇଲା ରୁଷ, ଅଣନିଶ୍ୱାସୀ ହେଉଛନ୍ତି ୟୁକ୍ରେନ ନାଗରିକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.