Below header

ଗଞ୍ଜାମ ଆର୍.ଦାମୋଦରପଲ୍ଲୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୧୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଧଗ୍ଧ

ସୋରଡା(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନିକଟ ଆର୍.ଦାମୋଦରପଲ୍ଲୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ରେ ୧୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଧଗ୍ଧ । ସୂଚନା ମୁତବକ ଆଜି କୌଣସି କାରଣରୁ ଗାଁର ନୀଳକଣ୍ଠଶ୍ଵର ମନ୍ଦିର ନିକଟରେ ଥିବା ଏକ ଗୁହାଳ ଘରେ ନିଆଁ ଲାଗିଯାଥିଲା । ଯାହାଫଳରେ ଗୁହାଳରେ ଥିବା ୧୦ ରୁ ଉର୍ଦ୍ଧ ଛେଳି ଛୁଆ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାପଡିଛି ।

ଗାଁ ର ଉଦୟ ପାତ୍ର ,ପଞ୍ଚୁ ପାତ୍ର ,କୈଲାଶ ପାତ୍ର ଓ ଚେନେୟା ପାତ୍ରଙ୍କ ଛେଳି ଏଥିରେ ଜଳି ଯାଇଥିବା ସୂଚନା ମିଳିଛି । ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଏନେଇ ସୂଚନା ପାଇ ଘଟଣା ସ୍ଥଳରେ ଧରାକୋଟ ଓ ଆସିକା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.