ଜଗତସିଂହପୁର ହାଟବଜାର ନିକଟରେ ଥିବା ସୋମନାଥ ମନ୍ଦିରରୁ ଚୋରି

ଜଗତସିଂହପୁର: ଜଗତସିଂହପୁର ହାଟବଜାର ସ୍ଥିତ ପ୍ରସିଦ୍ଧ ଶୈବପୀଠ ମୁଚୁକୁନ୍ଦ ସୋମନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି। ଏନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ସେବକ ପ୍ରଭାକର ନାୟକଙ୍କ ଅଭିଯୋଗ ଆଧାରରେ, ଆଜି ଭୋର ୪ଟା ସମୟରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ନିମନ୍ତେ ଆସିବା ସମୟରେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।
ଏହା ଜାଣିବା ପରେ ମନ୍ଦିରର ପୂଜକ ସଙ୍ଗେ ସଙ୍ଗେ ଜଗତସିଂହପୁର ସଦର ଥାନାକୁ ଜଣାଇଥିଲେ। ତେବେ ମନ୍ଦିରର ହୁଣ୍ଡି ରୁ ପାଖାପାଖି ୨୦/୨୫ ହଜାର ଟଙ୍କା, ସୁନା ଏବଂ ରୁପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ଏବଂ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରୁ ଚୋରି ହୋଇଥିବାକୁ ନେଇ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।