୧୦ମ ପାସ୍ କରିଥିଲେ ମିଳିବ ବ୍ୟାଙ୍କ ଚାକିରି, Indian Bankରେ ତୁରନ୍ତ କରନ୍ତୁ ଆବେଦନ
ବ୍ୟାଙ୍କ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସିକ୍ୟୁରିଟି ଗାର୍ଡ ପଦବୀ। ଇଣ୍ଡିଆନ୍ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ୨୦୨ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ କରିବାର ଶେଷ ଦିନ ମାର୍ଚ୍ଚ ୯ ତାରିଖ । ଇଚ୍ଛୁକ ଓ ଯୋଗ୍ୟ ଆଶାୟୀ ମାନେ ଆବେଦନ କରିବା ପାଇଁ indianbank.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ ।
ପଦବୀ ବିବରଣୀ: ୨୦୨
ସିକ୍ୟୁରିଟି ଗାର୍ଡ
ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ରାଜ୍ୟ ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀ (S.S.C./Matriculation) କିମ୍ବା ତାର ସମକକ୍ଷ ହେବା ଦରକାର । ସ୍ନାତକୋତ୍ତର କିମ୍ବା ଉଚ୍ଚ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି । ଶିକ୍ଷାଗତ ଯୋଗ୍ୟତାର ସମ୍ପୂର୍ଣ୍ଣ ବିବରଣୀ ପାଇଁ, ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ଦେଖିପାରିବେ ।
ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ସେନା / ନୌସେନା / ବାୟୁସେନାର ଜଣେ ପୂର୍ବତନ ଯବାନ ହେବା ଉଚିତ୍ ।
ବୟସ ସୀମା: ପ୍ରାର୍ଥୀଙ୍କ ଅଧିକତମ ବୟସ ୨୬ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୨୯ ବର୍ଷ ରହିଛି। ସେହିପରି ଏସଟି/ଏସଟି ଆବେଦନକାରୀଙ୍କ ପାଇଁ ୩୧ ବର୍ଷ ବୟସ ହେବା ଜରୁରୀ।
କେମିତି କରିବେ ଆବେଦନ:
– ଆବେଦନକାରୀ ପ୍ରଥମେ ଇଣ୍ଡିଆନ ବ୍ୟାଙ୍କର ଅଧିକାରକ େଓ୍ଵବସାଇଟ indianbank.in କୁ ଯାଆନ୍ତୁ।
– ହୋମ ପେଜରେ ଥିବା କ୍ୟାରିଅର ଟାବ୍ ଉପରେ କ୍ଲିକ କରନ୍ତୁ।
– ଏକ ନୂଆ ପେଜ ଖୋଲିବ, ସେଥିରେ ଦିଆଯାଇଥିବା ‘Recruitment of Security Guards ’ ଲିଙ୍କ ଉପରେ କ୍ଲିକ କରନ୍ତୁ।
– ଏଠାରେ ଆବେଦନକାରୀ ନିଜର ସମସ୍ତ ବିବରଣୀ ଭରିବା ପରେ ଫର୍ମ ସବ୍ମିଟ୍ କରନ୍ତୁ।
– ଫର୍ମ ପୂରଣ କରିବା ପରେ ଏହାର ଏକ କପି ପାଖରେ ରଖନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
Also Read : FSSAIରେ ଖାଲିପଡିଛି ପଦବୀ, ଦରମା ମାସକୁ ୬୦ ହଜାର ଟଙ୍କା