ବ୍ରହ୍ମପୁର: ୫ ବର୍ଷର ଶିଶୁ କନ୍ଯାକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମା’

ବ୍ରହ୍ମପୁର(କେନ୍ଯୁଜ୍): ୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା-ମା! ଏଭଳି ଏକ ଲୋମ ହର୍ଷଣକାରୀ ହତ୍ଯାକାଣ୍ଡ ଘଟିଛି ଦିଗପହଣ୍ଡି ତେନ୍ତୁଳିଆ ସାହିରେ। ଏହି ହତ୍ଯାକାଣ୍ଡରେ ବାପା ଓ ସାବତ ମା’ର ହାତ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସୂଚନା ମୁତବକ ଏହି ସାହିରେ ୫ ବର୍ଷର ଶିଶୁ କନ୍ଯା ନିଜ ବାପା ଓ ସାବତ ମା ସହ ରହୁଥିଲେ। ପ୍ରାୟତଃ ସମୟରେ ପ୍ରଥମ ସ୍ତ୍ରୀ ଓ ଝିଅକୁ ନେଇ ସ୍ବାମୀ, ସ୍ତ୍ରୀଙ୍କ ଭିତରେ କଳହ ଲାଗି ରହୁଥିଲା । ଯାହାର ଫଳ ଶିଶୁ କନ୍ଯାକୁ ଭୋଗିବାକୁ ପଡୁଥିଲା । ଉଭୟ ବାପା ଓ ସାବତ ମା ପ୍ରାୟ ସମୟରେ ଶିଶୁଟିକୁ ମାରପିଟ୍ କରୁଥିଲେ। ଯାହା ଗତକାଲି ଉଗ୍ରରୂପ ନେଇଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା  ସ୍ବାମୀ, ସ୍ତ୍ରୀଙ୍କ ଭିତରେ କହଳ ପରେ ଉଭୟ ଝିଅକୁ ପିଟି ପିଟି ମାରି ଦେଇଛନ୍ତି।

ଅନ୍ଯପଟେ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଁଚି ମୃତଦେହ ଜବତ କରିବା ସହିତ ଶିଶୁଟିରେ ଦେହ ସାରା ମାଡ ଚିହ୍ନ ଥିବା ଦେଖିବାକୁ ପାଇଛି । ଅଭିଯୋଗ ଆଧାରରେ ବାପା ଓ ସାବତ ମା’କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍।