ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍ ! ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଅପିଲ୍ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ସହ ଜଡିତ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ବିଶେଷ କରି ୟୁକ୍ରେନରେ ଫସିରହିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କ ସହ ମାରପିଟ ଓ ହିଂସାର ଖବର ସାମ୍ନାକୁ ଆସିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ସମ୍ପର୍କିତ ଏକ ଭିଡିଓ ଜାରି କରି ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି । ‘ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆମେ ଛାଡିପାରିବୁ ନାହିଁ । ବିଶେଷ କରି ସେହି ଭାରତୀୟ ଛାତ୍ରମାନେ ଯେଉଁମାନେ ଅତି ହିଂସା ପରିସ୍ଥିତି ଦେଇ ଗତି କରୁଛନ୍ତି । ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ସରକାର ତୁରନ୍ତ ଯୋଜନା ସେୟାର୍ କରିବା ଦରକାର ବୋଲି ରାହୁଲ କହିଛନ୍ତି। ଫସିରହିଥିବା ପିଲାମାନଙ୍କ ବ୍ୟତୀତ ସେମାନଙ୍କ ବାପାମାଆ ମାନେ ବି ଏସମ୍ପର୍କରେ ଜାଣିବା ଦରକାର ବୋଲି କହିଛନ୍ତି ରାହୁଲ ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲାଣ୍ଡ ଯାଉଥିବା ଭାରତୀୟ ଛାତ୍ରଙ୍କ ଦଳ ଉପରେ ଆକ୍ରମଣ ହୋଇଥିଲା। କିଛି ସେନା ଆସି ଛାତ୍ରଛାତ୍ରୀଙ୍କ ଜୋରଜବରଦସ୍ତି ଉଠାଇବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ଠେଲା ପେଲା କରୁଛନ୍ତି । ମାରପିଟ୍ ବି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିରେ ଜଣେ ଭାରତୀୟ ଛାତ୍ରଙ୍କ ହାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି ଏବଂ ସେ ସାହାଯ୍ୟ ପାଇଁ ପିଏମ ମୋଦୀଙ୍କୁ ନିବେଦନ କରି ଜଣେ ଛାତ୍ର ଏକ ଭିଡିଓ ଜାରି କରିଛନ୍ତି। ସେମାନଙ୍କ କହିବା କଥା ଯେ, ମାରପିଟ୍ କରୁଥିବା ସେନା ମାନେ ହେଲେ ୟୁକ୍ରେନର । ଯୁଦ୍ଧରେ ୟୁକ୍ରେନ ସେନାଙ୍କୁ ସାହାଯ୍ୟ କରୁନଥିବାରୁ ସେମାନେ ରାଗ ସୁଜାଉଛନ୍ତି ବୋଲି କହିଛନ୍ତି ଫସିରହିଥିବା ପିଲାମାନେ ।

ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀ ସେଠାରୁ କୌଣସି ମତେ ପଳାଇଆସିବାକୁ ଚାହୁଁଛନ୍ତି । କିନ୍ତୁ ସେଠାରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କିଛି ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନ୍ ସୀମାରେ ଅଟକି ରହିଛନ୍ତି । ଭାରତ ସରକାର ସେମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ ବି ବୋମା ବିସ୍ଫୋରଣ ଓ ଲାଗାତାର ଗୁଳିବର୍ଷଣ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ।

ମଧ୍ୟପ୍ରଦେଶର ରାଇସେନ୍‌ର ଜଣେ ଛାତ୍ର ୟୁକ୍ରେନ ସୈନିକ ମାନଙ୍କ ଅସଦାଚରଣର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ସୀମାରେ କ୍ରୋଧିତ ସୈନ୍ୟ ମାନେ କେବଳ ୟୁକ୍ରେନ ବାସୀଙ୍କୁ ଯିବାକୁ ଦେଉଛନ୍ତି। ସୀମାନ୍ତରେ ଭାରତୀୟ ଛାତ୍ରମାନଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି। ୟୁକ୍ରେନର ଖାରକିଭରେ ଫସି ରହିଥିବା ରାଇସେନ୍ ଜିଲ୍ଲାର ଜଣେ ଛାତ୍ର ଗଣମାଧ୍ୟମକୁ ଏକ ଭିଡିଓ ପଠାଇ ସେଠାରେ ଥିବା ପରିସ୍ଥିତି ବିଷୟରେ କହିଛନ୍ତି। ତାଙ୍କୁ ଶୀଘ୍ର ଫେରାଇ ଆଣିବାକୁ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

 

Also Read : ୟୁକ୍ରେନ- ରୁଷ ଯୁଦ୍ଧରେ ୪ ହଜାର ୩୦୦ ଋଷ ସୈନ୍ୟଙ୍କ ମୃତ୍ୟୁ, ୨୦୦ରୁ ଅଧିକଙ୍କୁ ଜେଲରେ: ୟୁକ୍ରେନ ରାଷ୍ଟ୍ରଦୂତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.