ମନୋରଂଜନ

ଫାଶୀ ଲଗାଇ ଆତ୍ମହତ୍ଯା କଲେ ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ, ମୃତ୍ୟୁ ପୂର୍ବରୁ କରିଥିଲେ ଫେସବୁକ୍ ଲାଇଭ୍

ଗତ କିଛି ମାସ ମଧ୍ୟରେ ଅନେକ କଳାକାର ଆତ୍ମହତ୍ୟା କରି ନିଜ ଜୀବନ ଦେଇଛନ୍ତି। ଏହି କ୍ରମରେ ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଅନୁପମାମୁମ୍ବାଇ ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ମୁମ୍ବାଇର ଦାହିସର ଘରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ୪୦ ବର୍ଷ ବୟସ୍କ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ଏବେ ସମସ୍ତଙ୍କୁ ଚକିତ କରିଛି।

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଲାଇଭ ଆସି ଲୋକଙ୍କ ସାମ୍ନାରେ ନିଜ ମନ କଥା କହିଥିଲେ। ସେ ତାଙ୍କ ଫେସବୁକ୍ ଲାଇଭରେ କହିଥିଲେ କାହାକୁ ବିଶ୍ୱାସ କରାଯିବା ଅନୁଚିତ। ଏଥିସହ ତାଙ୍କୁ କିପରି ପ୍ରତାରଣା କରାଯାଇଛି ସେ ତାଙ୍କ ଭିଡିଓରେ ମଧ୍ୟ କହିଛନ୍ତି। ଖବର ଅନୁଯାୟୀ ଅନୁପମାଙ୍କ ଫ୍ଲାଟରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଉଦ୍ଧାର କରାଯାଇଛି, ଯେଉଁଥିରେ ତାଙ୍କୁ ଏହି ପଦକ୍ଷେପ ନେବା ପାଇଁ ଦୁଇଟି କାରଣ ଉଲ୍ଲେଖ କରାଯାଇଛି। ସେ ଏହି ଆତ୍ମହତ୍ୟା ନୋଟରେ ଲେଖିଛନ୍ତି, “ମୁଁ ଜଣେ ବନ୍ଧୁଙ୍କ ଅନୁରୋଧ କ୍ରମେ ମାଲାଡର ୱିସଡମ ପ୍ରୋଡ୍ଯୁସର କମ୍ପାନୀରେ ୧୦ ହଜାର ଟଙ୍କା ବିନିଯୋଗ କରିଥିଲି। କମ୍ପାନୀ ଗତ ଡିସେମ୍ବର ୨୦୧୯ରେ ମୋର ଟଙ୍କା ଫେରସ୍ତ କରିବାକୁ ଥିଲା। ତଥାପି କମ୍ପାନୀ ମୋ ଟଙ୍କା ଫେରସ୍ତ କରିବାକୁ ନାରାଜ।” ସେ ଆତ୍ମହତ୍ୟା ନୋଟରେ ମନୀଷ ଝା ନାମକ ଜଣେ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛନ୍ତି।

ଅନୁପମା ତାଙ୍କ ଆତ୍ମହତ୍ୟା ନୋଟରେ କହିଥିଲେ ଯେ ମନୀଷ ଝା କିପରି ତାଙ୍କଠାରୁ ଦୁଇ ଚକିଆ ଯାନକୁ ତାଲା ପକାଇ ନେଇଥିଲେ ଏବଂ ପରେ ଏହାକୁ ଫେରାଇବାକୁ ମନା କରିଦେଇଥିଲେ। ଅନୁପମାଙ୍କ ଶେଷ ଫେସବୁକ୍ ପୋଷ୍ଟରେ ରାତି ପ୍ରାୟ ୧୨ ଟା ସମୟରେ ବାଏ ବାଏ ଏବଂ ଗୁଡ୍ ନାଇଟ୍ ଲେଖିଛନ୍ତି।

ଜାଣନ୍ତୁ ଫେସବୁକ୍ ପୋଷ୍ଟରେ କ’ଣ କହିଛନ୍ତି?

ଅନୁପମା ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ, ସେ ସାଧାରଣତ ଫେସବୁକ୍ ଲାଇଭକୁ ଆସନ୍ତି ନାହିଁ କିନ୍ତୁ ଆଜି ସେ କିଛି ଜିନିଷ ସେୟାର କରିବାକୁ ଆସିଛନ୍ତି। ସେ କହିଥିଲେ ଯେତେବେଳେ କାହାର ମ୍ତ୍ଯୁ ହୋଇଯାଏ ସେତେବେଳେ ଲୋକମାନେ ବିଭିନ୍ନ ପ୍ରକାର କଥା କହିଥାନ୍ତି। ଏପରି କି, ଯଦି ସେ କହିଥାନ୍ତେ ତେବେ କିଛି ସମାଧାନ ହୋଇଥାନ୍ତା | କିନ୍ତୁ ଏସବୁ କହିବା କଥା | କାହାର କୌଣସି ସମସ୍ୟାର ସମାଧାନ କରେ ନାହିଁ| ଅନୁପମା କହିଛନ୍ତି ଜଣେ ବ୍ୟକ୍ତି ଯେତେବେଳେ କ୍ଳାନ୍ତ ହୋଇଯାଏ ଏବଂ ତାଙ୍କର ମସ୍ତିଷ୍କ କାମକରିବା ବନ୍ଦ କରିଦିଏ ସେତେବେଳେ ମଣିଷ ଏହି ପ୍ରକାର ପଦକ୍ଷେପ ନେଇଥାଏ | ଅନୁପମା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ମୁଁ ଏହିସବୁ ଜିନିଷକୁ ଅତି ନିକଟରୁ ଅନୁଭବ କରିଛି। ଯଦି ତୁମେ ଯାଇ କାହାକୁ କୁହ ଯେ ଆମେ ଏଭଳି ପଦକ୍ଷେପ ନେବାକୁ ଯାଉଛୁ ଏବଂ ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ, ଯାହାଦ୍ବାରା ଆମେ ଚାଲିଯିବା ପରେ ଆପଣ ଏହାକୁ ସମସ୍ତଙ୍କୁ କହିପାରିବେ। ଯଦି ତୁମେ ଏପରି କୁହ, ତେବେ ସେହି ଲୋକମାନେ କ’ଣ କୁହନ୍ତି ଦେଖନ୍ତୁ | ସେମାନଙ୍କର ପ୍ରତିକ୍ରିୟା ଏପରି ହୋଇଥାଏ, ତୁମେ କାହିଁକି ମତେ ଏସବୁ କହୁଛ? ଆପଣ କାହିଁକି ମତେ ଅସୁବିଧାରେ ପକାଇବାକୁ ଚାହୁଁଛନ୍ତି? ଅନୁପମା ଏପରି ଅନେକ କଥା ନିଜ ଫେସବୁକ୍ ଲାଇଭରେ କହିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

7 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

9 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

9 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

10 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

11 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

11 hours ago