ମନୋରଂଜନ

ସରିଲା ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ, ଫଳାଫଳ ଶୂନ

ବଲିଉଡର ଲୋକପ୍ରିୟ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ଜଡିତ ଥିବା ସିବିଆଇର ତଦନ୍ତ ଆଜି ସରିଯାଇଛି। ତେବେ ସୂତ୍ରାନୁସାରେ ସିବିଆଇଙ୍କୁ ଏହି ମାମଲାରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଥିବାର ପ୍ରମାଣ ମିଳିନାହିଁ ବୋଲି ଜଣାପଡିଛି । ଏନେଇ ଖୁବଶୀଘ୍ର ସିବିଆଇ ପାଟନାର ସିବିଆଇ କୋର୍ଟରେ ଚାର୍ଜସିଟ ଆକାରରେ ତଦନ୍ତ ରିପୋର୍ଟ ଦାଖଲ କରିବ। ଅନ୍ୟପକ୍ଷରେ ସିବିଆଇ ତରଫରୁ ସୁଶାନ୍ତ ଙ୍କ ପ୍ରେମିକା ରିୟାଙ୍କୁ ଦୋଷୀ ସାବ୍ୟସ୍ତ କରିବାର ସମସ୍ତ ନିଷ୍ପତ୍ତି କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ମୁମ୍ବାଇ ପୋଲିସଙ୍କ ତଦନ୍ତରେ ଅସଫଳତା ଦେଖାଯିବା ଯୋଗୁଁ ଏହି ମାମଲାକୁ ସିବିଆଇ ନିକଟକୁ ସ୍ଥାନାନ୍ତରିତ କରାଯାଇଥିଲା। ସବୁ ଦିଗରୁ ତଦନ୍ତ କରିବା ପରେ ସିବିଆଇ ବର୍ତ୍ତମାନ କୌଣସି ସଠିକ୍‌ ନିଷ୍କର୍ଷରେ ପହଞ୍ଚି ପାରିନାହାନ୍ତି। ସୁଶାନ୍ତଙ୍କ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବା ସହିତ ସମସ୍ତ ଫରେନସିକ୍‌ ରିର୍ପୋଟକୁ ଆଧାର କରି ଏଥିରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇନାହିଁ ବୋଲି ସିବିଆଇ ତରଫରୁ ସୂଚନା ମିଳିଛି।

KNews Bureau

Recent Posts

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

11 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

16 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

17 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

1 hour ago