ସରିଲା ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ, ଫଳାଫଳ ଶୂନ

ବଲିଉଡର ଲୋକପ୍ରିୟ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ଜଡିତ ଥିବା ସିବିଆଇର ତଦନ୍ତ ଆଜି ସରିଯାଇଛି। ତେବେ ସୂତ୍ରାନୁସାରେ ସିବିଆଇଙ୍କୁ ଏହି ମାମଲାରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଥିବାର ପ୍ରମାଣ ମିଳିନାହିଁ ବୋଲି ଜଣାପଡିଛି । ଏନେଇ ଖୁବଶୀଘ୍ର ସିବିଆଇ ପାଟନାର ସିବିଆଇ କୋର୍ଟରେ ଚାର୍ଜସିଟ ଆକାରରେ ତଦନ୍ତ ରିପୋର୍ଟ ଦାଖଲ କରିବ। ଅନ୍ୟପକ୍ଷରେ ସିବିଆଇ ତରଫରୁ ସୁଶାନ୍ତ ଙ୍କ ପ୍ରେମିକା ରିୟାଙ୍କୁ ଦୋଷୀ ସାବ୍ୟସ୍ତ କରିବାର ସମସ୍ତ ନିଷ୍ପତ୍ତି କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି।
ତେବେ ମୁମ୍ବାଇ ପୋଲିସଙ୍କ ତଦନ୍ତରେ ଅସଫଳତା ଦେଖାଯିବା ଯୋଗୁଁ ଏହି ମାମଲାକୁ ସିବିଆଇ ନିକଟକୁ ସ୍ଥାନାନ୍ତରିତ କରାଯାଇଥିଲା। ସବୁ ଦିଗରୁ ତଦନ୍ତ କରିବା ପରେ ସିବିଆଇ ବର୍ତ୍ତମାନ କୌଣସି ସଠିକ୍ ନିଷ୍କର୍ଷରେ ପହଞ୍ଚି ପାରିନାହାନ୍ତି। ସୁଶାନ୍ତଙ୍କ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବା ସହିତ ସମସ୍ତ ଫରେନସିକ୍ ରିର୍ପୋଟକୁ ଆଧାର କରି ଏଥିରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇନାହିଁ ବୋଲି ସିବିଆଇ ତରଫରୁ ସୂଚନା ମିଳିଛି।