Below header

ଗୟାମାଲ ଡଙ୍ଗାଘାଟରେ ପାହାଚକୁ ନେଇ ବିବାଦ, ଲାଗିସାରିଛି ଫଳକ ହେଲେ ଏଯାଏ ହୋଇନି ନିର୍ମାଣ !

କୁଚିଣ୍ଡା: ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଜନପ୍ରତିନିଧି ଏବଂ ପଚାଂୟତ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସବୁ କିଛି ଅଧପନ୍ତରିଆ ହୋଇ ପଡିରହିଛି। ତେବେ ସରକାର ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮-୧୯ ମସିହାରେ ଡଙ୍ଗାଘାଟରେ ଗାଧୁଆ ପାହାଚ ନିର୍ମାଣ ପାଇଁ ଏକ ଲକ୍ଷ ପଚାଶ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ପାହାଚ ହୋଇପାରିନାହିଁ। ବର୍ଷା ଦିନ ହୋଇଥିବାରୁ ଗ୍ରାମବାସୀ ଯାତାୟତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କୁଚିଣ୍ଡା ବ୍ଲକ କୁଲେଇଗଡ ଗ୍ରାମ ପଞ୍ଚାୟତର କୁଲେଇଗଡ ଗ୍ରାମ ଓ ଗୟାମାଲ ଗ୍ରାମ ମଝିରେ ଭେଡେନ ନଦୀ ପ୍ରବାହିତ ହେଉଛି । ଗ୍ରାମବାସୀ ପଚାଂୟତ ଯିବାକୁ ହେଲେ ନଦୀପାର ନେବାକୁ ପଡ଼ିଥାଏ ଡଙ୍ଗାର ସାହାଯ୍ୟ। ଗୟାମାଲ ଗ୍ରାମର ନଦୀଖଣ୍ଡିରେ ପହଞ୍ଚିବାପରେ ନଦୀ ଘାଟରେ ଚଢିବା ପାଈଁ ଅନେକ ଅସୁବିଧା ହେଉଥିଲା। ବର୍ଷା ଫଳରେ ଘାଟରେ କାଦୁଅ ହୋଇଯାଉଛି । ସେଥିପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସମ୍ବଲପୁର ତରଫରୁ ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮/୧୯ ବର୍ଷରେ ଏକ ଲକ୍ଷ ପଚାଶ ହଜାର ବ୍ୟୟ ଅଟକଳ ମୂଲ୍ୟରେ ଗୟାମାଲ ଡଙ୍ଗାଘାଟଠାରେ ଗାଧୁଆ ପାହାଚ ନିର୍ମାଣ ପାଇଁ ସୂଚନା ଫଳକ ରହିଛି । କିନ୍ତୁ ଡଙ୍ଗାଘାଟରେ ଗାଧୁଆ ପାହାଚ କାମ ନିର୍ମାଣ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ghataଏହାସହ ପାହାଚ କାମ ହେବା ପାଇଁଁ ବାଲି ଓ ମେଟାଲ ପଡ଼ିଥିବାବେଳେ, ପରେ ଉକ୍ତ ବାଲି ଓ ମେଟାଲ ସେଠାରୁ ଅନ୍ୟ ଯାଗାକୁ ନିଆଯାଇଥିବାର କଥା ଗ୍ରାମବାସୀ କହିଛନ୍ତି । ସେଠାରେ ଆଦୈା ପାହାଚ ହୋଇନଥିବା କଥା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ପାହାଚ କାମ ନ ହୋଇ ସୂଚନା ଫଳକରେ କେମିତି ଲେଖାହେଲା?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.