ରାଜ୍ୟରେ ଆଉ ୨୪୭୦ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୧୭ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୨୪୭୦ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୪୬୨ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୧୦୦୮ ରହିଛି । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୧୮୬ ନୂଆ କେସ୍‌ ସାମ୍ନାକୁ ଆସିଛି । ଅନୁଗୁଳରୁ ୧୭୦, ସୁନ୍ଦରଗଡରୁ ୧୬୧, ମୟୂରଭଞ୍ଜରୁ ୧୩୪ ଓ ବାଲେଶ୍ୱରରୁ ୧୦୬ ନୂଆ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୬୨ ହଜାର ୧୧କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ୨୫ ହଜାର ୧୦୬ ଥିବାବେଳେ ୨ ଲକ୍ଷ ୩୫ ହଜାର ୭୬୩ ଜଣ ସୁସ୍ଥ ହେଲେଣି ।

 ସେହିପରି ରାଜ୍ୟରେ କରୋନାରେ ନେଲା ଆଉ ୧୭ ଜୀବନ। ଖୋର୍ଦ୍ଧାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌। ସେହିପରି କଟକ ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର,ବୌଦ୍ଧ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୦୮୯କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.