Below header

ଦେଶରେ କମୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୬୭ ହଜାର ୭୦୮ ନୂଆ ପଜିଟିଭ କେସ

ନୂଆଦିଲ୍ଲୀ: ଦେଶରେ ଗୁରୁବାର କରୋନା ଆକ୍ରାନ୍ତ ସଂଖ୍ୟା ୭୩ ଲକ୍ଷ ପାର ହୋଇଛି । କିନ୍ତୁ କିଛି ଦିନ ଦେବ ଦୈନିକ ସଂକ୍ରମଣ ସଂଖ୍ୟା କିଛିଟା କମିଥିବା ଲକ୍ଷ କରାଯାଇଥିବା ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ୬୭ ହଜାର ୭୦୮ ନୂଆ ମାମଲା ଚିନ୍ହଟ ହୋଇଥିବା ବେଳେ ୬୮୦ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଅନ୍ୟପକ୍ଷରେ ସୁସ୍ଥତା ହାର ବି ବଢି ବଢି ଚାଲିଛି । କରୋନାରୁ ସୁସ୍ଥତା ଲାଭ କରିଥିବା ସଂଖ୍ୟା ୬୩
ଲକ୍ଷ ପାର ହୋଇଛି ।

ରିପୋର୍ଟ ଅନୁଯାୟୀ, ଏଯାବତ ୭୩ ଲକ୍ଷ ୦୭ ହଜାର ୦୯୮ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏବେ ଦେଶରେ ୮ ଲକ୍ଷ ୧୨ ହଜାର ୩୯୦ ନୂଆ ମାମଲା ଥିବା ବେଳେ ୧ ଲକ୍ଷ ୧୧ ହଜାର ୨୬୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.