ଅଭାବ ଅନାଟନ ଭିତରେ ନିଜର ବୁଦ୍ଧି ଓ କଠିନ ପରିଶ୍ରମ ଯୋଗୁଁ ସଫଳତାର ସିଡି ଚଢିଚାଲିଛନ୍ତି ଶୁଭାସିନି, ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଶୁଭାସିନି ସେଠୀ । ଅଭାବ ଅନାଟନ ମଧ୍ୟରେ ନିଜର ବୁଦ୍ଧି ଓ କଠିନ ପରିଶ୍ରମ ଯୋଗୁଁ ସଫଳତାର ସିଡି ଚଢିଚାଲିଛନ୍ତି ଶୁଭାସିନି । ୨୦୧୨ ମସିହାରେ ଟ୍ରେନିଂ ନେବା ପରେ ୨୦୧୫ ମସିହାରେ ଭାରତୀୟ ଷ୍ଟେଟବ୍ଯାଙ୍କ ରୁ ମୁଦ୍ରା ଯୋଜନାରେ ଋଣ ଆଣି ପ୍ରଥମେ ମାନୁଆଲ ମେସିନ ସାହାଯ୍ଯରେ ଧୂପ ପ୍ରକଳ୍ପ ଆରମ୍ଭ କଲେ । ଧିରେ ଧିରେ ଧୂପର ଚାହିଦା ବଢିବାରୁ  ପୂର୍ଣ୍ଣବାର ବ୍ଯାଙ୍କରୁ ଋଣ ଆଣି ଅଟୋମ୍ଯାଟିକ ମେସିନ ପକାଇ ଧୂପ ତିଆରି କରୁଛନ୍ତି ।

dhupaକେନ୍ଦ୍ରାପଡା ଠାରୁ ଆରମ୍ଭ କରି ରାଜନଗର ତାଳଚୁଆ ପର୍ଯ୍ଯନ୍ତ ବଜାରରେ ଦୋକାନୀ ମାନଙ୍କୁ ଧୂପ ଯୋଗାଇ ଦିଆଯାଉଛି । ଶୁଭାସିନି ନିଜେ ସ୍ୱାବଲମ୍ବୀ ହେବା ସହ ସ୍ଥାନୀୟ ଅଞ୍ଚଳର ୧୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ କର୍ମ ନିଯୁକ୍ତି ଦେଇଛନ୍ତି । ଆଗାମୀ ଦିନରେ ଯଦି ଅଧିକ ସରକାରୀ ପ୍ରୋତ୍ସାହନ ମିଳି ତେବେ ଧୂପ ପ୍ରକଳ୍ପ ବୃଦ୍ଧି କରିବା ସହ ଜିଲ୍ଲା ବାହାର ବଜାର କୁ ଧୂପ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶୁଭାସିନି ।

dhupakathiତେବେ ଶୁଭାସିନି ମାସକୁ ୩୦ ରୁ ୪୦ ହଜାର ରୋଜଗାର କରୁଥିବା ବେଳେ ନିଯୁକ୍ତି ପାଇଥିବା ମହିଳା ମାସକୁ ୪ ରୁ ୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ଯାହାଫଳରେ ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ ପିଲା ମାନଙ୍କୁ ଭଲ ପାଠ ପଢାଇ ପାରୁଛନ୍ତି ବୋଲି କହିଛନ୍ତି । ତେବେ ଏନେଇ କେନ୍ଦ୍ରାପଡା ଉପଜିଲ୍ଲାପାଳ କହିଛନ୍ତି ଶୁଭାସିନି ଅନ୍ଯମାନଙ୍କ ପାଇଁ ଉଦାହରଣର ପାଲଟିଥିବା ବେଳେ ଡି ଏମ୍‌ ଡି ଆଇ ସିଙ୍କ ସହ ଆଲୋଚନା ପରେ ତାଙ୍କୁ ଅର୍ଥ ନା ଦକ୍ଷତାର ଆବଶ୍ଯକ ଅଛି ଜାଣିବା ପରେ ସମସ୍ତ ବ୍ଯବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ତେବେ ଅନ୍ଯ ମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ଶୁଭାସିନିଙ୍କ ଭଳି ଯେକେହିବି ସାହସର ସହ ଆଗକୁ ଆସି କିଛି କରିବାର ଇଚ୍ଛା ରଖିଲେ ନିଶ୍ଚୟ ସଫଳତାର ଶୀର୍ଷ ପହଁଚିବ ସେଥିରେ କୌଣସି ଦ୍ବନ୍ଦ ନାହିଁ।

କେନ୍ଦ୍ରାପଡା ରାଜନଗରରୁ ଦୋଳଗୋବିନ୍ଦ ଜେନାଙ୍କ ରିପୋର୍ଟ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.