Below header

ସପ୍ତାହକୁ ଅତି କମରେ ଖାଆନ୍ତୁ ଏତିକି ଲଙ୍କା, ଶରୀର ଠାରୁ ଦୂରେଇ ରହିବ ସବୁ ପ୍ରକାର ରୋଗ

ଭାରତୀୟ ମସଲା ତାଲିକାରେ ଲଙ୍କାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କଞ୍ଚା ହେଉ ଅବା ଶୁଖିଲା ଲଙ୍କା ଭାରତୀୟ ମାନେ ନିୟମିତ ରୋଷେଇରେ ବ୍ୟବହାର କରିଥାନ୍ତି । ଖାଲି ରୋଷେଇ ନୁହେଁ ଆଚାରରେ ବି କଞ୍ଚା ଲଙ୍କାର ବ୍ୟବହାର ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲଙ୍କାର ଉପଯୋଗ ଏକ ଘରୋଇ ଔଷଧ ଭାବରେ ମଧ୍ୟ କରାଯାଇପାରିବ । କାରଣ ଲଙ୍କାରେ ଭିଟାମିନ- ଏ ପ୍ରଚୁର ମାତ୍ରାରେ ଥାଏ । ଏକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ, ଯେଉଁମାନେ ନିୟମିତ ଭବରେ ଲଙ୍କା ଖାଆନ୍ତି ସେମାନଙ୍କର ମୃତ୍ୟୁ ଆଶଙ୍କା ନିୟମିତ ଲଙ୍କା ନଖାଉଥିବା ଲୋକଙ୍କ ଠାରୁ ୨୩ ପ୍ରତିଶତ କମ ଥାଏ ।

-ଆମେରିକାନ “କଲେଜ ଅଫ କାର୍ଡିଓଲୋଜି ରିସର୍ଚ” ରିପୋର୍ଟ ଅନୁଯାୟୀ, ସପ୍ତାହରେ ଅତି କମରେ ଚାରି ଥର ଯଦି ଲଙ୍କା ଖାଉଥାନ୍ତି ତେବେ ହୃଦୟ ସୁସ୍ଥ ରହିବା ସହ ରକ୍ତ ସଂଚାଳନ ମଧ୍ୟ ଠିକ ହୋଇଥାଏ । ମୃତ୍ୟୁ ଆଶଙ୍କା ବି କମି ଯାଇପାରେ ।

chilli

– ଇଟାଲୀରେ କରାଯାଇଥିବା ଏକ ରିସର୍ଚ ଅନୁଯାୟୀ, ଯେଉଁମାନେ ରାଗ ଖାଆନ୍ତି , ସେମାନଙ୍କର ମୃତ୍ୟୁ ଆଶଙ୍କା ୪୦ ପ୍ରତିଶତ ପର୍ଯ୍ୟନ୍ତ କମ ଥାଏ ।

– କିନ୍ତୁ ଡାକ୍ତର ମାନେ ପରାମର୍ଶ ଦିଅନ୍ତିକି ଅଧିକ ରାଗ ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ପେଟ ଜନିତ ସମସ୍ୟା ଦେଖାଦେଇପାରେ ।

– ଡାକ୍ତରଙ୍କ ଅନୁଯାୟୀ ଲଙ୍କାରେ ଥିବା କ୍ୟାପିସିସିନ ନାମକ ପଦାର୍ଥ ଶରୀର ପାଇଁ ଉପଯୋଗୀ ହୋଇଥାଏ । ଏହି ଉପାଦାନ ମେଟାବୋଲିଜ୍ମ ବଢାଇବା ସହ ଓଜନ ମଧ୍ୟ କମ କରିଥାଏ । ଏହା ସହ ଯେଉଁ ମାନଙ୍କର ଲୋ ବ୍ଲଡ଼ ପ୍ରେସର ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ବି ଏହା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.