ମନୋରଂଜନ

ସବୁ ସତର୍କତା ସତ୍ତ୍ୱେ ଏକତା କପୁରଙ୍କୁ କରୋନା, ଇନ୍‌ଷ୍ଟାରେ ଷ୍ଟୋରୀ ପୋଷ୍ଟ କରି ଦେଲେ ସୂଚନା; ଲୋକଙ୍କୁ କଲେ ଅପିଲ

ବଲିଉଡ୍‌ ଦୁନିଆରେ କରୋନା ଭାଇରସ୍ ଜଣଙ୍କ ପରେ ଜଣେ ସେଲିବ୍ରିଟିଙ୍କୁ ନିଜ କବଳକୁ ନେଇ ଚାଲିଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପ୍ରାରମ୍ଭରୁ ମଧ୍ୟ କରୋନା ଆତଙ୍କ ଖେଳାଇବା ଆରମ୍ଭ କରି ଦେଇଛି। ଫିଲ୍ମି ଜଗତରେ ଏହି ମହାମାରୀ ପୁଣି ଥରେ କାୟା ବିସ୍ତାର କରିଛି। ବର୍ତ୍ତମାନ ଖବର ଆସିଛି କି, ଟିଭି ଏବଂ ବଲିଉଡ ନିର୍ମାତା ଏକତା କପୁର କରୋନା ଭାଇରସ୍‌ କବଳକୁ ଆସିଛନ୍ତି। ଏକତା କୋଭିଡ୍‌ ପଜିଟିଭ୍ ହେବା ପରେ ନିଜକୁ ଘରେ କ୍ୱାରେଣ୍ଟିନରେ ରଖିଛନ୍ତି। ଏକତା କପୁର ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏହି ସୂଚନା ଦେଇଛନ୍ତି। ଏଥି ସହିତ ସେ ଆହୁରି ମଧ୍ୟ ନିବେଦନ କରିଛନ୍ତି ଯେ ତାଙ୍କ ଯୋଗାଯୋଗରେ ଆସିଥିବା ଲୋକମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ।

ଏକତା କପୁର ଇନଷ୍ଟାଗ୍ରାମରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, ‘ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୁଁ କରୋନାରେ ସଂକ୍ରମିତ ହୋଇଛି। ମୁଁ ଭଲ ଅଛି ଏବଂ ମୋ ସମ୍ପର୍କରେ ଆସିଥିବା ସେହି ଲୋକମାନଙ୍କୁ ନିବେଦନ କରୁଛି କି, ଦୟାକରି ନିଜର ପରୀକ୍ଷା କରେଇ ନିଅନ୍ତୁ’। ଏକତାଙ୍କର ଏହି ପୋଷ୍ଟରୁ ଫିଲ୍ମ ଏବଂ ଟିଭି ଜଗତରେ ଆତଙ୍କ ଖେଳି ଯାଇଛି। କରୋନାକୁ ନେଇ ସେଲିବ୍ରିଟିମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଏକତାଙ୍କର ଏହି ପୋଷ୍ଟ ଉପରେ ଅନେକ ସେଲିବ୍ରିଟି କମେଣ୍ଟ ମଧ୍ୟ କରୁଛନ୍ତି ଏବଂ ତାଙ୍କ ରିକଭରି ପାଇଁ ପ୍ରାର୍ଥନା କରୁଛନ୍ତି।

କହି ରଖୁଛୁ କି, ଏକତା କପୁରଙ୍କ ପୂର୍ବରୁ ଗତ କିଛି ଦିନ ମଧ୍ୟରେ ଇଣ୍ଡଷ୍ଟ୍ରୀର ଅନେକ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏବେ ଜନ୍ ଆବ୍ରାହମ୍ ଓ ତାଙ୍କ ସ୍ତ୍ରୀ ପ୍ରିୟା ରୁଞ୍ଚାଲ କରୋନା ପଜିଟିଭ୍ ବାହାରିଛନ୍ତି। ସେମାନଙ୍କ ପୂର୍ବରୁ ମୃଣାଳ ଠାକୁର, ନୋରା ଫତେହୀ, ଶିଳ୍ପା ଶିରୋଦକର, ଅର୍ଜୁନ କପୁର ଓ ତାଙ୍କ ଭଉଣୀ ଅଂଶୁଲା, ସମ୍ପର୍କୀୟ ତଥା ନିର୍ମାତା ରିୟା କପୁର ଓ ତାଙ୍କ ସ୍ୱାମୀ କରଣ ବୁଲାନୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

Roshni

Recent Posts

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

12 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

14 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

42 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

51 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

1 hour ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

1 hour ago