ମନୋରଂଜନ

ଫିଲ୍ମ ‘ଆନିମଲ୍‌’ରୁ ସାମ୍ନାକୁ ଆସିଲା ରଶ୍ମିକା ମନ୍ଦାନାଙ୍କ ଫାର୍ଷ୍ଟ ଲୁକ୍‌, ଡିସେମ୍ବର ୧ରେ ହଲ୍‌ରେ ରିଲିଜ୍‌ ହେବ ଫିଲ୍ମ

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ନିକଟରେ ଫିଲ୍ମରେ ଅଭିନୟ କରୁଥିବା ଦୁଇ ଅଭିନେତା ରଣବୀର ଓ ଅନିଲଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଥିଲା । ଏବେ ଫିଲ୍ମର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଲୁକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖି ଫ୍ୟାନ୍‌ମାନଙ୍କ ମଧ୍ୟରେ ଏହି ଫିଲ୍ମ ପ୍ରତି କ୍ରେଜ୍ ବଢିଯାଇଛି ।

ତେବେ ରଣବୀରଙ୍କୁ ଏ ପର୍ଯ୍ୟନ୍ତ ଜଣେ ରୋମାଣ୍ଟିକ୍ ହିରୋ ଭାବେ ଦର୍ଶକ ଦେଖି ଆସୁଥିଲେ। କିନ୍ତୁ ଫିଲ୍ମ ‘ଆନିମଲ୍‌’ରେ ସେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବେ । ଯେବେଠାରୁ ଏହି ଫିଲ୍ମର ରିଲିଜକୁ ନେଇ ଘୋଷଣା ହୋଇଛି, ସେବେଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବା ପାଇଁ ମିଳିଛି । ଫ୍ୟାନ୍ସଙ୍କ ଉତ୍ସାହ ଦେଖି ନିର୍ମାତା ଫିଲ୍ମର ଅଭିନେତାମାନଙ୍କର ଗୋଟିଏ ପରେ ଗୋଟିଏ ଫଟୋ ସୋସିଲ ମିଡିଆରେ ସେୟାର କରିବାକୁ ଲାଗିଛନ୍ତି ।

ଏବେ ରଶ୍ମିକା ମନ୍ଦାନା ମଧ୍ୟ ଫିଲ୍ମରେ ନିଜ ଲୁକ୍‌ର ଏକ ଝଲକ ଟ୍ଵିଟରରେ ସେୟାର କରିଛନ୍ତି । ଏହି ଫଟୋରେ ରଶ୍ମିକା ନାଲି ଓ ଧଳା ରଙ୍ଗର ଶାଢିରେ ନଜର ଆସିଛନ୍ତି । ଅଭିନେତ୍ରୀଙ୍କ ଏହି ଲୁକ୍‌ ସମସ୍ତଙ୍କୁ ପସନ୍ଦ ଆସିଛି। ରଶ୍ମିକା ଏହି ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଗୀତାଞ୍ଜଳିଙ୍କୁ ଭେଟ’। ଏହି କ୍ୟାପସନରୁ ଜଣାପଡ଼ୁଛି ଯେ ଫିଲ୍ମ ‘ଆନିମଲ୍‌’ରେ ସେ ଗୀତାଞ୍ଜଳି ନାମ୍ନୀ ଝିଅ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି।

ରଶ୍ମିକାଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସବା ପୂର୍ବରୁ ରଣବୀର କପୁର ଓ ଅନିଲ କପୁରଙ୍କ ଲୁକ୍ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ରଣବୀରଙ୍କ ଫଟୋ ସେୟାର ସହିତ ନିର୍ମାତା ଫିଲ୍ମର ଟିଜର ମଧ୍ୟ ଆସିବ ବୋଲି ଘୋଷଣା କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଫିଲ୍ମର ଟିଜର ସେପ୍ଟେମ୍ୱର ୨୮ ସକାଳ ୧୦ଟାରେ ରିଲିଜ୍ କରାଯିବ । ଏହି ଫିଲ୍ମ ଭୂଷଣ କୁମାର ଓ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ‘ସିନେ ୧ ଷ୍ଟିଡିଓ’ ଏବଂ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ‘ଭଦ୍ରକାଳୀ ଫିକ୍‌ଚର୍ସ’ ବ୍ୟାନରରେ ନିର୍ମାଣ ହେଉଛି ।

ଫିଲ୍ମ ‘ଆନିମଲ୍‌’ରେ ରଣବୀର କପୁର, ଅନିଲ କପୁର ଓ ରଶ୍ମିକା ମନ୍ଦାନାଙ୍କ ବ୍ୟତୀତ ତୃପ୍ତି ଡିମ୍ରି ଓ ସୌରଭ ଶୁକ୍ଳାଙ୍କ ଭଳି ଷ୍ଟାର ନଜର ଆସିପାରନ୍ତି । ୮ଟି ଗୀତ ସହିତ ଏହା ଏକ ମ୍ୟୁଜିକାଲ ଫିଲ୍ମ । ଏହି ଫିଲ୍ମ ଡିସେମ୍ବର ୧ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଭାଷାରେ ସାରା ଦେଶରେ ରିଲିଜ୍ ହେବାକୁ ଯାଉଛି ।

KNews Bureau

Recent Posts

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ବୋମା ଧମକ ମିଳିଛି । ଇମେଲ୍‌ ଜରିଆରେ ବୋମା…

5 mins ago

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ…

5 mins ago

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

17 mins ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

24 mins ago

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଝର କୂଅ ଭରସାରେ ଲୋକେ

ଗ୍ରୀଷ୍ମ ପ୍ରକୋପରେ ଶୁଖିଗଲା ଜଳସ୍ରୋତ । ଏବେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ମାର୍ଚ୍ଚ ଠାରୁ ଏହି ସମସ୍ୟା…

31 mins ago

ନୂଆ ଲୁକରେ ଲଞ୍ଚ ହେଲା Bajaj CT 125X, ମିଳିବ ଦମଦାର ଫିଚର୍ସ

ବଜାଜ କମ୍ପାନୀ ଏହାର ବେଷ୍ଟ ବଜାଜ CT 125X ବାଇକ୍ ଲଞ୍ଚ କରିଛି । ବଜାଜ କମ୍ପାନୀ ପ୍ରାୟତଃ ସାରା…

43 mins ago