ଲୁଣ ଖାଇବା ଦ୍ବାରା ଦେଉଛନ୍ତି ମୄତ୍ୟୁକୁ ନିମନ୍ତ୍ରଣ, ହୋଇପାରେ ଏହି ମାରତ୍ମକ ରୋଗ

ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ ( ପିଏଚଏଫଆଇ) ଦ୍ବାରା କରାଯାଇଥିବା ଅନୁସନ୍ଧାନରେ ଏହା ଜଣାପଡିଥିଲାଯେ ଭାରତୀୟମାନେ ଅଧିକ ଲୁଣ ଖାଇବାର ଅଭ୍ୟାସ ରଖିଛନ୍ତି, ଯାହା WHO ଦ୍ବାରା ନିର୍ଦ୍ଧାରିତ ମାତ୍ରା ଠାରୁ ବହୁତ ଅଧିକ ରହିଛି। ଅନୁସନ୍ଧାନର ରିପୋର୍ଟରେ ଜଣାପଡିଛିଯେ ଦିଲ୍ଲୀ ଏବଂ ହରିୟାଣାରେ ଲୁଣକୁ ପ୍ରତିଦିନ ୯.୫ ଗ୍ରାମ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଦିନ ୧.୪ ଗ୍ରାମ ବ୍ୟବହାର କରନ୍ତି। ଗୋଟିଏ ଦିନରେ ବ୍ୟକ୍ତିକୁ ୫ ଗ୍ରାମରୁ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଖାଦ୍ୟରେ ଲୁଣର ମାତ୍ରା ଅଧିକା ନେବା ଦ୍ବାରା ରକ୍ତଚାପ ଉପରେ ହାନିକାରକ ପ୍ରଭାବ ପଡିଥାଏ। କାଡିଓବୈସ୍କୁଲର ରୋଗର ମଧ୍ୟ କାରଣ ହୋଇପାରେ। ଖାଦ୍ୟରେ ଲୁଣକୁ ନିୟନ୍ତ୍ରଣରେ ରଖିବା ଦ୍ବାରା ହ୍ରୁଦୟ ଜନିତ ରୋଗରେ ୨୫ ପ୍ରତିଶତ କମ୍ ହୋଇପାରେ ଏବଂ ହ୍ରୁଦୟ ଜଟିଳତା ହେବାରୁ ୨୦ ପ୍ରତିଶତ ପର୍ଯ୍ଯନ୍ତ କମ୍ ହୋଇପାରେ।

ଏହା ସହ ପଢ଼ନ୍ତୁ : ମାତ୍ର ଗୋଟିଏ ଚୁଟକି ଲୁଣ ଆପଣଙ୍କୁ କରିପାରେ ଧନୀ : ଜାଣନ୍ତୁ କେମିତି କରିବେ ବ୍ୟବହାର

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଭାରତୀୟ ମାନଙ୍କ ଖାଦ୍ୟରେ ସୋଡିୟମ ଭରପୂର ମାତ୍ରାରେ ରହିଥାଏ। ଏବଂ ଲୁଣକୁ ଅଧିକ ବ୍ୟବହାର କରିବା ଦ୍ବାରା ଅଜଣା ସଂକ୍ରମଣ ରୋଗର ସମସ୍ୟା ଆସିଥାଏ। ଅଧିକ ମାତ୍ରାରେ ଲୁଣକୁ ବ୍ୟବହାର କରିବା ଦ୍ବାରା କିଡନୀକୁ ଅପୂରଣୀୟ କ୍ଷତି ପହଞ୍ଚାଇଥାଏ। ଅଧିକ ଲୁଣକୁ ସେବନ କରିବା ଦ୍ବାରା ରକ୍ତଚାପ ବଢ଼ିଥାଏ, ଯାହାକୁ ହାଇପରଟେନସନ ଭାବେ ଜଣାଯାଏ।

ସେ ଆହୁରି ମଧ୍ୟ କହଛନ୍ତି ଉଚ୍ଚ ରକ୍ତଚାପ ଧମନୀକୁ କଠୋର କରିଥାଏ, ଯାହା ଦ୍ବାରା ରକ୍ତ ଏବଂ ଅମ୍ଳଜାନର ପ୍ରଭାବରେ ଅଭାବ ଆସିଥାଏ। ଏହା ସହିତ ଚେହେରାରେ ଅମ୍ଳଜାନର ପ୍ରଭାବ କମ୍ ଆସିଥାଏ ଏବଂ ତ୍ବଚା ଶୁଖିବା ବଦଳରେ ଶୀଘ୍ର କୁଞ୍ଚିତ ପଡିଯାଇପାରେ। ଏହି କାରଣରୁ ବ୍ୟକ୍ତିଙ୍କର ବୟଷ ଅଧିକ ଭଳି ଦେଖାଯାଇଥାଏ। ଏହା ସ୍ବାସ୍ଥ୍ୟ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ।

WHOର ସୁପାରିଶ କ୍ରମେ ଜଣେ ବୟଷ୍କଙ୍କୁ ଗୋଟିଏ ଦିନରେ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ ନୂହେଁ। ଦୁନିଆରେ ବିଶେଷଜ୍ଞ ଏବଂ ନୀତି ନିର୍ମାତା ମାନେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୁଣର ସେବନକୁ କମ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

4 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

5 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

5 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

7 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

8 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

8 hours ago