Below header

ଲୁଣ ଖାଇବା ଦ୍ବାରା ଦେଉଛନ୍ତି ମୄତ୍ୟୁକୁ ନିମନ୍ତ୍ରଣ, ହୋଇପାରେ ଏହି ମାରତ୍ମକ ରୋଗ

ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ ( ପିଏଚଏଫଆଇ) ଦ୍ବାରା କରାଯାଇଥିବା ଅନୁସନ୍ଧାନରେ ଏହା ଜଣାପଡିଥିଲାଯେ ଭାରତୀୟମାନେ ଅଧିକ ଲୁଣ ଖାଇବାର ଅଭ୍ୟାସ ରଖିଛନ୍ତି, ଯାହା WHO ଦ୍ବାରା ନିର୍ଦ୍ଧାରିତ ମାତ୍ରା ଠାରୁ ବହୁତ ଅଧିକ ରହିଛି। ଅନୁସନ୍ଧାନର ରିପୋର୍ଟରେ ଜଣାପଡିଛିଯେ ଦିଲ୍ଲୀ ଏବଂ ହରିୟାଣାରେ ଲୁଣକୁ ପ୍ରତିଦିନ ୯.୫ ଗ୍ରାମ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଦିନ ୧.୪ ଗ୍ରାମ ବ୍ୟବହାର କରନ୍ତି। ଗୋଟିଏ ଦିନରେ ବ୍ୟକ୍ତିକୁ ୫ ଗ୍ରାମରୁ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଖାଦ୍ୟରେ ଲୁଣର ମାତ୍ରା ଅଧିକା ନେବା ଦ୍ବାରା ରକ୍ତଚାପ ଉପରେ ହାନିକାରକ ପ୍ରଭାବ ପଡିଥାଏ। କାଡିଓବୈସ୍କୁଲର ରୋଗର ମଧ୍ୟ କାରଣ ହୋଇପାରେ। ଖାଦ୍ୟରେ ଲୁଣକୁ ନିୟନ୍ତ୍ରଣରେ ରଖିବା ଦ୍ବାରା ହ୍ରୁଦୟ ଜନିତ ରୋଗରେ ୨୫ ପ୍ରତିଶତ କମ୍ ହୋଇପାରେ ଏବଂ ହ୍ରୁଦୟ ଜଟିଳତା ହେବାରୁ ୨୦ ପ୍ରତିଶତ ପର୍ଯ୍ଯନ୍ତ କମ୍ ହୋଇପାରେ।

salt

ଏହା ସହ ପଢ଼ନ୍ତୁ : ମାତ୍ର ଗୋଟିଏ ଚୁଟକି ଲୁଣ ଆପଣଙ୍କୁ କରିପାରେ ଧନୀ : ଜାଣନ୍ତୁ କେମିତି କରିବେ ବ୍ୟବହାର

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଭାରତୀୟ ମାନଙ୍କ ଖାଦ୍ୟରେ ସୋଡିୟମ ଭରପୂର ମାତ୍ରାରେ ରହିଥାଏ। ଏବଂ ଲୁଣକୁ ଅଧିକ ବ୍ୟବହାର କରିବା ଦ୍ବାରା ଅଜଣା ସଂକ୍ରମଣ ରୋଗର ସମସ୍ୟା ଆସିଥାଏ। ଅଧିକ ମାତ୍ରାରେ ଲୁଣକୁ ବ୍ୟବହାର କରିବା ଦ୍ବାରା କିଡନୀକୁ ଅପୂରଣୀୟ କ୍ଷତି ପହଞ୍ଚାଇଥାଏ। ଅଧିକ ଲୁଣକୁ ସେବନ କରିବା ଦ୍ବାରା ରକ୍ତଚାପ ବଢ଼ିଥାଏ, ଯାହାକୁ ହାଇପରଟେନସନ ଭାବେ ଜଣାଯାଏ।

SALTସେ ଆହୁରି ମଧ୍ୟ କହଛନ୍ତି ଉଚ୍ଚ ରକ୍ତଚାପ ଧମନୀକୁ କଠୋର କରିଥାଏ, ଯାହା ଦ୍ବାରା ରକ୍ତ ଏବଂ ଅମ୍ଳଜାନର ପ୍ରଭାବରେ ଅଭାବ ଆସିଥାଏ। ଏହା ସହିତ ଚେହେରାରେ ଅମ୍ଳଜାନର ପ୍ରଭାବ କମ୍ ଆସିଥାଏ ଏବଂ ତ୍ବଚା ଶୁଖିବା ବଦଳରେ ଶୀଘ୍ର କୁଞ୍ଚିତ ପଡିଯାଇପାରେ। ଏହି କାରଣରୁ ବ୍ୟକ୍ତିଙ୍କର ବୟଷ ଅଧିକ ଭଳି ଦେଖାଯାଇଥାଏ। ଏହା ସ୍ବାସ୍ଥ୍ୟ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ।

WHOର ସୁପାରିଶ କ୍ରମେ ଜଣେ ବୟଷ୍କଙ୍କୁ ଗୋଟିଏ ଦିନରେ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ ନୂହେଁ। ଦୁନିଆରେ ବିଶେଷଜ୍ଞ ଏବଂ ନୀତି ନିର୍ମାତା ମାନେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୁଣର ସେବନକୁ କମ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.