Below header

ଏପରି ଲଞ୍ଚ ପୂର୍ବରୁ ମାଗଣାରେ ପାଇପାରିବେ oneplus 6T, ଜାଣନ୍ତୁ କିପରି

ନୂଆଦିଲ୍ଳୀ : Oneplusର ଲେଟେଷ୍ଟ ସ୍ମାର୍ଟଫୋନ୍ oneplus 6T ଅକ୍ଟୋବର ମାସରେ ଲଞ୍ଚ ହେବାକୁ ଯାଇଛି। ଯଦି ଆପଣ ଏହି ସ୍ମାର୍ଟଫୋନକୁ ଲଞ୍ଚ ପୂର୍ବରୁ ହାସିଲ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ । ଏଥିପାଇଁ କମ୍ପାନି ଦ୍ବାରା କରାଯାଉଥିବା  ରିଭ୍ଯୁ ପ୍ରତିଯୋଗିତାରେ ଆପଣଙ୍କୁ ଭାଗ ନେବାକୁ ପଡ଼ିବ। ଆସନ୍ତୁ ଜାଣିବା କିପରି ବିନା କୌଣସି ମୂଲ୍ଯରେ ଆପଣ oneplus6T ସ୍ମାର୍ଟଫୋନକୁ ନିଜର କରିପାରିବେ।

Oneplus ସ୍ମାର୍ଟଫୋନ୍ କମ୍ପାନି The Lab ନାମକ ଏକ ପ୍ରୋଗ୍ରାମ ଆରମ୍ଭ କରିଛି। ଏଥିରେ କମ୍ପାନି କିଛି ନିର୍ଦ୍ଧଷ୍ଟ ଗ୍ରାହକଙ୍କ ପାଇଁ ଏହି ମାଗଣା The lab ଅଫର ଆଣିଛି। ଏହି ଅଫରରେ କମ୍ପାନି କିଛି ଗ୍ରାହକଙ୍କୁ ନିଜର ନୂଆ ପ୍ଲାଗସିପ୍ ଡ଼ିଭାଇସ ଉପହାର ସ୍ବରୁପ ଦେବ। ଏହାପରେ ଗ୍ରାହକଙ୍କୁ ଏହା ବିଷୟରେ ରିଭ୍ଯୁ ଲେଖିବାକୁ ପଡ଼ିବ।

oneplus-6t

 

ଏହି ପୋଗ୍ରାମରେ ଭାଗ ନେବା ପାଇଁ oneplus କମ୍ଯୁନିଟିକୁ ଯାଇ ସେଠାରେ ଏକ ଫର୍ମ ଭର୍ତ୍ତି କରିବାକୁ ପଡ଼ିବ। ଏଠାରେ ଫର୍ମରେ ରେଜିଷ୍ଟେସନ୍ କରିବା ପରେ କମ୍ପାନି ୧୦ ଜଣଙ୍କୁ ସୌଭାଗ୍ଯବାନ ବିଜେତା ଚୟନ କରିବ। ଏହାପରେ କମ୍ପାନି ସେହି ଭାଗ୍ଯଶାଳୀ ଗ୍ରାହକଙ୍କୁ ମାଗଣା ନିଜର ଫ୍ଳାଗସିପ୍ ଡ଼ିଭାଇସ ଦେବ। ଏହି ପ୍ରତିଯୋଗିତା ପାଇଁ ଆବେଦନ କରିବାର ଶେଷ ତାରିଖ ୮ ଅକ୍ଟୋବର ରହିଛି। କମ୍ପାନି ଏହା ଦ୍ବାରା ସେହି ୧୦ ଜଣ ଗ୍ରାହକଙ୍କର ସ୍ମାର୍ଟଫୋନ ସମ୍ବନ୍ଧୀୟ ରିଭ୍ଯୁ ଗ୍ରହଣ କରିବ। ଏହା ପୂର୍ବରୁ ମଧ୍ୟ କମ୍ପାନୀ କୌଣସି ନୂଆ ଡ଼ିଭାସ ଲଞ୍ଚ ପୂର୍ବରୁ ମାଗଣାରେ ଗ୍ରାହକଙ୍କୁ ରିଭ୍ଯୁ ପାଇଁ ସ୍ମାର୍ଟଫୋନ୍ ଦେଇଥାଏ।

ସୂଚନା ଅନୁଯାୟୀ, କମ୍ପନି ଏନେଇ ଟ୍ବିଟରରେ ଏକ ବିଜ୍ଞାପନ ଲଞ୍ଚ କରିବା ସହ ଏହାର ଆବେଦନ କେବଳ ଆପଣ ଇଂରାଜୀରେ କରିପାରିବେ। ଏହାପରେ ନିର୍ଦ୍ଦିଷ୍ଟ ବିଜେତା ଗ୍ରାହକଙ୍କ ଦ୍ବାରା ଦିଆଯାଇଥିବା ରିଭ୍ଯୁକୁ କମ୍ପାନିର କମ୍ଯୁନିଟି ଅନବକ୍ସିଂ ରିଭ୍ଯୁରେ ଲେଖିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.