Below header

ଜାଣନ୍ତୁ କାହିଁକି, ଗୋଲ୍ଡ ମେଡାଲ ଜିତିବା ପରେ ଖେଳାଳି ତାକୁ ଦାନ୍ତରେ କାମୁଡ଼ନ୍ତି

ଖେଳାଳିଙ୍କ ପାଇଁ ତାଙ୍କ ଜୀବନର ସବୁଠାରୁ ବଡ଼ ଦିନ ରହିଥାଏ ଯେତେବେଳେ ସେ ଗୋଲ୍ଡ ମେଡ଼ାଲ ଜିତିଥାନ୍ତି। ତେବେ ଏହି ସମୟରେ ଆପଣ ଗୋଟିଏ କଥା ନଜର କରିଥିବେ କିନ୍ତୁ ଏହାର କାରଣ ଖୋଜିପାଇନଥିବେ। ଆପଣ ଦେଖିଥିବେ କୌଣସି ଛୋଟ ବା ବଡ଼ ଖେଳ ଇଭେଣ୍ଟରେ ଖେଳାଳୀ ଗୋଲ୍ଡ ମେଡ଼ାଲ ଜିତିବା ପରେ ତାହାକୁ ଦାନ୍ତରେ କାମୁଡ଼ିଥାନ୍ତି। ଆପଣ ଅନେକ ସମୟରେ ଏହା ଦେଖିଥିବେ,କିନ୍ତୁ ଆଜି ଆମେ ଏହା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ ।

gold

କାହିଁକି ଚୋବାନ୍ତି ଦାନ୍ତରେ ମେଡ଼ାଲ

ସୁନାରେ ତିଆରି ଏହି ପଦକକୁ ଦାନ୍ତରେ କାମୁଡ଼ିବା ପ୍ରଥା ବହୁ ପୁରୁଣା । ପୂର୍ବେ ଏହାକୁ ବହୁ ସାଧାରଣ ଭାବେ ପାଳନ କରାଯାଉଥିଲା। କିନ୍ତୁ ସମୟକ୍ରମେ ଏହା କମିବାରେ ଲାଗିଛି । ଖେଳାଳି ମେଡାଲ ଜିତିବା ପରେ ତାକୁ ନିଜ ଦାନ୍ତରେ କାମୁଡ଼ିବା ପ୍ରଥମେ ଏଥେନ୍ସ ଅଲିମ୍ପିକ୍ସରେ ଆରମ୍ଭ ହୋଇଥିଲା। ତେବେ ୧୯୧୨ ମସିହା ଅଲିମ୍ପିକ୍ ପରେ ପରେ ଏହା ବନ୍ଦ ହୋଇଯାଇଥିଲ। କିନ୍ତୁ ସମୟକ୍ରମେ ପୁଣି ଏହି ପ୍ରଥାର ପ୍ରଚଳନ ଦେଖିବାକୁ ମିଳୁଛି।

HEENA SIDHU

କ’ଣ ରହିଛି ଏହାର କାରଣ

ଆଥଲେଟ୍ ଗୋଳ୍ଡ ମେଡାଲକୁ ଜିତିବା ପରେ ତାହାକୁ ନିଜ ପାଟିରେ ରଖି ତାହା ଅସଲି କିମ୍ବା ନକଲି ସୁନା ତାହା ଜାଣିବାକୁ ଚେଷ୍ଟା କରିଥାନ୍ତି। ଏପରି କୁହାଯାଏ କି ମେଡାଲକୁ କାମୁଡ଼ିବା ପରେ ଯଦି ସେଥିରେ ଦାନ୍ତର ଦାଗ ପଡ଼ିଥାଏ ତେବେ ତାହା ଅସଲି ସୁନା ବୋଲି ଜଣାପଡ଼ିଥାଏ। ଏଥିପାଇଁ ପୁରାତନ କାଳରୁ ହିଁ ସୁନା ଅସଲି କି ନକଲି ଜାଣିବା ଲାଗି ଖେଳାଳି ଏହାକୁ ଦାନ୍ତରେ କାମୁଡ଼ିଥାନ୍ତି । ଅବଶ୍ୟ ଏବେ ଆଉ ସୁନା ନୁହେଁ ସୁନା ପାଣି କିମ୍ବା ରଙ୍ଗ ଦିଆ ମେଡାଲ ଦିଆଯାଉଛି । ତେବେ ସେ ସୁନା ହେଉ କି ରୁପା ଅଥବା କାଂସ୍ୟ ପଦକ, ଜିତିବା ପରେ ଏହାକୁ ଖେଳାଳିମାନେ କାମୁଡ଼ିବା ଏକ ଟ୍ରେଣ୍ଡରେ ପରିଣତ ହୋଇଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.