ସାଇନା ଚରିତ୍ରରେ ଶ୍ରଦ୍ଧା, ପୂରା ଦମରେ ଲାଗିଛନ୍ତି ବ୍ୟାଡମିଣ୍ଟନ ଷ୍ଟାରଙ୍କ ଭଳି ହେବା ପାଇଁ

ମୁମ୍ବାଇ : ବ୍ଯାଡ଼ମିଣ୍ଟନ୍ ଖେଳାଳି ସାଇନା ନେହୱାଲଙ୍କ ଜୀବନ ଉପରେ ଖୁବ ଶୀଘ୍ର ବଲିଉଡ଼ ଫିଲ୍ମ ଆସିବାକୁ ଯାଉଛି। ଏଥରେ ମୁଖ୍ଯ ଚରିତ୍ର ସାଇନାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ପିଲ୍ମର ସୁଟିଂ ନିକଟରେ ଆରମ୍ଭ ହୋଇଥିବା ବେଳେ ଅଭିନେତ୍ରୀ ଶ୍ରଦ୍ଧା କପୁର ସାଇନାଙ୍କ ଜୀବନୀ ବିଷୟରେ କହିଛନ୍ତି। ସେ କହିଛନ୍ତି, ସାଇନାଙ୍କ ଜୀବନ ଯାତ୍ରା ତାଙ୍କ ଭଳି ବହୁତ ରୋମାଞ୍ଚକର ଅଟେ। ସାଇନାଙ୍କ ଚରିତ୍ରରେ ଅଭିନୟ କରି ସେ ବହୁତ ଖୁସି ଏବଂ ଉତ୍ସାହିତ ଅଛନ୍ତି। ତେବେ ଏହି ପିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଷ୍ଟେନଲୀ କା ଡ଼ବା ଏବଂ ହାୱା ହୱାଇ ଫିଲ୍ମର ନିର୍ଦ୍ଦେଶକ ଅମୋଲ ଗୁପ୍ତା।

shraddha-kapoor

ଅଭିନେତ୍ରୀ ଶ୍ରଦ୍ଧାଙ୍କ କହିବା ଅନୁଯାୟୀ, “ଅନେକ ଦିନ ହେଲା ମୁଁ ସାଇନାଙ୍କ ଚରିତ୍ରକୁ ସାକାର କରିବା ପାଇଁ ପ୍ରସ୍ତୁତି କରୁଛି। ଏହି ସମୟରେ ମୋ ଜାଣିବାକୁ ପାଇଲି କି, ସାଇନା ନିଜର ଲକ୍ଷ୍ୟ ପାଇବା ପାଇଁ ବହୁତ କଷ୍ଟ କରିଛନ୍ତି”। ଏହି ଫିଲ୍ମର ପ୍ରସ୍ତୁତି କରିବା ସମୟରେ ଶ୍ରଦ୍ଧା କପୁର ୪୦ଟି ଶ୍ରେଣୀରେ ଭାଗ ନେଇଥିଲେ। ଏହା ବାସ୍ତବରେ ଏକ କଠିନ ଖେଳ କହିଛନ୍ତି  ଶ୍ରଦ୍ଧା କିନ୍ତୁ ଏହାର ସୁଟିଂ କରିବାରେ ସେ ବହୁତ ଖୁସି। ଏହା ଦ୍ବାରା ଜଣେ ଖେଳାଳିର ଆକର୍ଷିତ ଜୀବନୀ ବିଷୟରେ ଜାଣିବାକୁ ତାଙ୍କୁ ମଉକା ମିଳିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.