Below header

ଆଜି ଆପଲ କମ୍ପାନୀର ମ୍ୟାନେଜର ହେବ ମୃତ ବିବେକ ତିଓ୍ଵାରୀଙ୍କ ଅନ୍ତିମ ସଂସ୍କାର,ଏକ କୋଟି ଟଙ୍କା ଦାବି କଲେ ମୃତକଙ୍କ ପତ୍ନୀ

ଉତ୍ତରପ୍ରଦେଶ (କେନ୍ୟୁଜ୍) : ଲକ୍ଷ୍ନୌରେ ଆପଲ କମ୍ପାନୀର ମ୍ୟାନେଜର ବିବେକ ତିଓ୍ଵାରୀଙ୍କ ଆଜି ଅନ୍ତିମ ସଂସ୍କାର ହେବ । ଏହା ପୂର୍ବରୁ ଆଜି ଉତ୍ତରପ୍ରଦେଶର ଦୁଇ ମନ୍ତ୍ରୀ ବ୍ରିଜେଶ ପାଠକ ଓ ଆଶୁତୋଷ ଟଣ୍ଡନ ମୃତକଙ୍କ ପରିବାରକୁ ଭେଟିଛନ୍ତି । ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ହେଲେ ବିବେକଙ୍କ ପତ୍ନୀ ଏକ କୋଟି ଟଙ୍କା ଦାବି କରିଛନ୍ତି । ସେ କହିଛନ୍ତି, ପରିବାରରେ ଏକମାତ୍ର ବିବେକ ରୋଜଗାର କରୁଥିଲେ । ପିଲାର ଭବିଷ୍ୟତ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏହା ସହ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ତାଙ୍କ ଦୁଃଖ ଜଣାଇବେ ବୋଲି କହିଛନ୍ତି ।

ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଆସନ୍ତାକାଲିଠାରୁ ଏସ୍ଆଇଟି ଘଟଣାର ତଦନ୍ତ କରିବ । ବିବେକ ତିଓ୍ଵାରୀ ତାଙ୍କର ଜଣେ ମହିଳା ସହକର୍ମୀଙ୍କୁ ଡ୍ରପ୍ କରିବାକୁ ଯାଉଥିବା ବେଳେ ବିସ୍ତାର ଅଞ୍ଚଳରେ ପୋଲିସ ଗାଡ଼ି ଅଟକାଇବାକୁ ଇସାରା ଦେଇଥିଲା। କିନ୍ତୁ ବିବେକଙ୍କ ଗାଡ଼ି ଅଟକି ନଥିଲା । ଏହା ପରେ ପୋଲିସ କର୍ମଚାରୀମାନେ ବିବେକଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ । ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା । ଗିରଫ କନଷ୍ଟେବଳ ପ୍ରଶାନ୍ତ କହିଛନ୍ତି, ବିବେକ ତିଓ୍ଵାରୀ ଦୁଇ ତିନି ଥର ଗାଡ଼ି ରିଭର୍ସ କରି ତାଙ୍କ ଉପରକୁ ଚଢାଇବାକୁ ଉଦ୍ୟମ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.