Below header

ହ୍ବାଟ୍ସ ଆପରେ ଏବେ ସମସ୍ତ ଅସୁବିଧାର ଚୁଟକିରେ ମିଳିବ ସମାଧାନ, ଜାଣନ୍ତୁ କିଏ ଏବଂ କିପରି ଦେବେ ଜ୍ଞାନ

ନୂଆଦିଲ୍ଳୀ : ମେସେଜିଂ ଆପ୍ ହ୍ବାଟ୍ସଆପରେ ଦ୍ବାରା ସମସ୍ତ ବ୍ଯକ୍ତି ବହୁ ସହଜ ଉପାୟରେ ନିଜ ଭାବର ଆଦାନପ୍ରଦାନ କରିଥାନ୍ତି। ତେବେ ଏଥିରେ ବ୍ଯାପୁଥିବା ମିଛ ଖବର ଏବଂ ତାହା ସହ ବଢ଼ୁଥିବା ହିଂସାକୁ ନେଇ ସରକାରଙ୍କ ସହ ଚିନ୍ତିତ ଅଛନ୍ତି ସାଧାରଣ ଜନତା। ଏବେ ଏହାର ସମାଧାନ ବାହାର କରିଛନ୍ତି ଭାରତୀୟ ହ୍ବାଟ୍ସଆପ୍ କମ୍ପାନି। ଏଥିପାଇଁ ଜଣେ ଖାସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କ ନାମ ହେଉଛି କୋମଲ ଲାହିରି। ତାଙ୍କୁ ହ୍ବାଟ୍ସଆପର ଗ୍ଲୋବାଲ କଷ୍ଟମର ଅପେରେସନର ସିନିୟର ଡ଼ାରେକ୍ଟର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ଆମେରିକାରୁ ରଖିବେ ଭାରତ ଉପରେ ନଜର

ଅପେରେସନ ସିନିୟର ଡ଼ାରେକ୍ଟର କୋମଲ ଲାହିରି ଆମେରିକାରୁ ହିଁ ଭାରତ ଉପରେ ତାଙ୍କର ତୀକ୍ଷ୍ନ ନଜର ରଖିବେ। ହ୍ବାଟ୍ସ ଆପରେ ଆସୁଥିବା ପ୍ରତ୍ଯେକ ମେସେଜ୍ ଉପରେ ତାଙ୍କର ନଜର ରହିବ। ଏପରିକି ଗ୍ରାହକଙ୍କ ପାଖରୁ ଆସୁଥିବା ଛୋଟ ଛୋଟ ଅଭିଯୋଗର ସମସ୍ତ ସମାଧାନ କରିବେ କୋମଲ।

whats

କିପରି କରିବେ କୋମଲ ଗ୍ରାହକଙ୍କ ଅସୁବିଧାର ସମାଧାନ

-କୋମଲ ଲାହିରିଙ୍କ ସହିତ ସମସ୍ତ ଗ୍ରହକ ସଂଯୋଗ  କରିପାରିବେ। କମ୍ପାନି ଏହା ବିଷୟରେ ସୂଚନା ଦେଇଛି। କୋମଲଙ୍କ ସହ ସଂପର୍କ କରିବା ପାଇଁ ହ୍ବାଟ୍ସଆପ୍ ଆପରେ setting> help > contact usକୁ ଯାଇ ପାରିବେ।

-ଏହା ଦ୍ବାରା ଗ୍ରାହକ ସିଧାସଳଖ ନିଜର ଅଭିଯୋଗ କରିପାରିବେ। ଏହା ଛଡ଼ା ଇ-ମେଲ ଦ୍ବାରା ମଧ୍ୟ ଆପଣ କୋମଲଙ୍କ ସହ ସଂଯୋଗ କରିପାରିବେ।

-ଫରୱାଡ଼ ମେସେଜ ଉପରେ ରୋକ ଲଗାଇବା ପାଇଁ କମ୍ପାନି ଏଥିରେ ଫରୱାର୍ଡ଼ ମେସେଜର ମୋହର ଲଗାଇଛି।

-ଏଥିସହ ୫ରୁ ଅଧିକ ଜଣଙ୍କୁ ମେସେଜ୍ ଫରୱାଡ଼ କରିବା ଉପରେ ମଧ୍ୟ ରୋକ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.