ମୟୂରଭଞ୍ଜ, ସାର୍ଟିଫିକେଟ ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଆତ୍ମାହୂତି ଉଦ୍ୟମ

ମୟୂରଭଞ୍ଜ (କେନ୍ୟୁଜ୍) : ସାର୍ଟିଫିକେଟ ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଆତ୍ମାହୂତି ଉଦ୍ୟମ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଇଟିଡିଏ ପକ୍ଷରୁ ବେକାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ପାଇଁ ଭୁବନେଶ୍ୱର ହାଇଟେକ୍ ଓ ଭାବା ନର୍ସିଙ୍ଗ୍ ସ୍କୁଲକୁ ପଠାଯାଇଥିଲା । କୋର୍ସ ଫି ଓ ଅନ୍ୟାନ୍ୟ ଖର୍ଚ୍ଚ ଆଇଟିଡିଏ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ କୋର୍ସ ସମ୍ପୂର୍ଣ୍ଣ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ସ୍କୁଲ୍ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିନାହିଁ । ଏନେଇ ଛାତ୍ରଛାତ୍ରୀ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିବା ସହ ଆନ୍ଦୋଳନ କରିଥିଲେ ମଧ୍ୟ ଫଳ କିଛି ନାହିଁ । ଫଳରେ ବାଧ୍ୟ ହୋଇ ଆତ୍ମାହୂତି ଦେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.