ଦେଶ ବିଦେଶ

ମଣିପୁର ଅଶାନ୍ତି: ସ୍ଥିତି ଅନୁଧ୍ୟାନ ପାଇଁ ୨ ଦିନିଆ ଗସ୍ତରେ ଯାଉଛି ବିରୋଧୀ ମେଣ୍ଟ ଇଣ୍ଡିଆ’ର ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ : ଆଜି ମଣିପୁର ଯିବ ବିରୋଧୀ ମେଣ୍ଟ ଇଣ୍ଡିଆ’ର ପ୍ରତିନିଧି ମଣ୍ଡଳୀ । ମଣିପୁରରେ ଅଶାନ୍ତି ଜାରି ରହିଥିବା ବେଳେ ଆଜି ବିରୋଧୀ ଦଳଗୁଡ଼ିକୁ ନେଇ ହୋଇଥିବା ମେଣ୍ଟ ଇଣ୍ଡିଆ’ ପକ୍ଷରୁ ଏକ ପ୍ରତିନିଧି ଦଳ ମଣିପୁର ଯାଉଛି । ବିଭିନ୍ନ ଦଳରୁ ଏଥିରେ ପ୍ରତିନିଧି ରହିଛନ୍ତି । ଏମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରିବେ । ୨୦ ଜଣ ସାଂସଦ ଏହି ପ୍ରତିନିଧି ମଣ୍ଡଳରେ ରହିବେ ବୋଲି ଜଣାପଡ଼ିଛି । ଦୁଇ ଦିନିଆ ଗସ୍ତରେ ଯାଉଛି ଏହି ପ୍ରତିନିଧି ମଣ୍ଡଳୀ । ମଣିପୁର ରାଜ୍ୟପାଳଙ୍କୁ ମଧ୍ୟ ଏହି ପ୍ରତିନିଧି ଦଳ ସାକ୍ଷାତ କରିବ । ବିରୋଧୀ ପକ୍ଷରୁ ଏହି ଟିମ୍‌ ସ୍ଥିତି ଅନୁଧ୍ୟାନ କରିବା ପରେ ସଂସଦ ଓ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବ ।

ନିକଟରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଭଳି ଲଜ୍ଜାଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲାଗିପଡ଼ିଛନ୍ତି । ହେଲେ ଏବେବି ସେଠାରେ ଅଶାନ୍ତି ଜାରି ରହିଛି । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ହୋହଲ୍ଲା ଚାଲିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ୭ଦିନ ହେବ ହଟ୍ଟଗୋଳ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ବିବୃତି ପାଇଁ ଦାବି କରିଆସୁଛନ୍ତି ବିରୋଧୀ ।

 

Barsha

Recent Posts

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା : ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି…

36 seconds ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

17 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

19 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

48 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

56 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

1 hour ago